ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ 26 ଲକ୍ଷ କରୋନା ଆକ୍ରାନ୍ତ ସୁସ୍ଥ

● ଆରୋଗ୍ୟ ହାର ବୃଦ୍ଧି ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି

Posted On: 29 AUG 2020 4:10PM by PIB Bhubaneshwar

ଦେଶର କୋଭିଡ-19 ପରିଚାଳନାରେ ଅଧିକ ରୋଗୀ ସୁସ୍ଥ ହେବା ଏକ ଉଲ୍ଲେଖନୀୟ ସଫଳତା ଅଧିକରୁ ଅଧିକ ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଛନ୍ତି ଜାତୀୟ ଚିକିତ୍ସା ମାନକ ନିୟମାବଳୀ ଯୋଗୁଁ ଆଜି ଏହି ସଫଳତା ମିଳିପାରିଛି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିର ସଂପ୍ରସାରଣ ଓ ନିୟମିତ ଘରୋଇ ଏକାନ୍ତବାସର ନିରୀକ୍ଷଣ ଯୋଗୁଁ ଏହା ସମ୍ଭବପର ହୋଇପାରିଛି

ଦେଶରେ ଆଜିସୁଦ୍ଧା 26 ଲକ୍ଷରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ସରକାରଙ୍କ ବ୍ୟାପକ ପରୀକ୍ଷା, ଚିହ୍ନଟିକରଣ ଦକ୍ଷ ଉପଚାର ଯୋଗୁଁ ଆଜି 26,48,998 ସଂକ୍ରମିତ ସୁସ୍ଥ ହେବା ସମ୍ଭବପର ହୋଇପାରିଛି

କେବଳ ଗତ 24 ଘଣ୍ଟା ମଧ୍ୟରେ 65,050 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଯେଉଁ ରାଜ୍ୟଗୁଡିକରେ ମୃତ୍ୟୁହାର ବୃଦ୍ଧି ପାଉଛି, କେନ୍ଦ୍ର ସରକାର ସେମାନଙ୍କ ସହ ନିରନ୍ତର ବିଚାର ବିମର୍ଶ ଜାରି ରଖିଛନ୍ତି ନୂଆଦିଲ୍ଲୀସ୍ଥିତ ଏମ୍ସର ବିଶେଷଜ୍ଞମାନେ ଦେଶରେ ବିଭିନ୍ନ ସ୍ଥାନରେ ଆଇସିୟୁ ଦାୟିତ୍ଵରେ ଥିବା ଡାକ୍ତରମାନଙ୍କୁ ସପ୍ତାହର ପ୍ରତି ଗୁରୁବାର ଶୁକ୍ରବାର ଦିନ ଟେଲି ପରାମର୍ଶ ଦେଉଛନ୍ତି ଏହାଫଳରେ ବିଭିନ୍ନ ରାଜ୍ୟ କେନ୍ଦ୍ରଶାଷିତ ଅଞ୍ଚଳରେ ଚିକିତ୍ସକମାନେ ବିଶେଷାଜ୍ଞମାନଙ୍କ ପରାମର୍ଶ ପାଇପାରୁଛନ୍ତି ଉନ୍ନତ ଆମ୍ବୁଲାନ୍ସ ସେବା ଯୋଗୁଁ ରୋଗୀ ଠିକ ସମୟରେ ହସ୍ପିଟାଲ ପହଞ୍ଚିପାରୁଥିବା ବେଳେ ସମଯୋଚିତ ଦକ୍ଷ ଚିକିତ୍ସା ଯୋଗୁଁ ସୁସ୍ଥତା ହାର ବୃଦ୍ଧି ପାଇ ଆଜି ଏହି ସଂଖ୍ୟା 76.47 ପ୍ରତିଶତରେ ପହଞ୍ଚିପାରିଛି ଏଥିସହିତ ମାମଲା ମୃତ୍ୟୁହାର (ସିଏଫଆର) ମଧ୍ୟ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ସର୍ବନିମ୍ନ ରହିଛି ଏହା ନିୟମିତ ଭାବେ ହ୍ରାସ ପାଇ ବର୍ତ୍ତମାନ 1.81 ପ୍ରତିଶତରେ ରହିଛି

ଦେଶରେ ସୁସ୍ଥତା ହାରର ରେଖା ନିୟମିତ ଉର୍ଦ୍ଧ୍ଵମୁଖି ହେଉଥିବା ବେଳେ ମୃତ୍ୟୁହାର ମଧ୍ୟ ସେହି ଅନୁସାରେ ହ୍ରାସ ପାଉଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା (7,52,424) ରହିଥିବା ବେଳେ ଏହା ମୋଟ ସଂକ୍ରମିତ ରୋଗୀଙ୍କ ତୁଳନାରେ ମାତ୍ର 21.72 ପ୍ରତିଶତ ରହିଥିବା ଜଣାଯାଇଛି ସେମାନେ ସକ୍ରିୟ ଚିମିତ୍ସାଧୀନ ଅଛନ୍ତି ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ 19 ଲକ୍ଷରୁ ଅଧିକରେ ପହଞ୍ଚିଛି  

ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

   

 



(Release ID: 1649618) Visitor Counter : 220