ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଦେଶାତ୍ମବୋଧ ଉପରେ ଆୟୋଜିତ ଲଘୁ ଫିଲ୍ମ ପ୍ରତିଯୋଗିତା ବିଜେତାଙ୍କ ନାମ ଘୋଷଣା
ପୋଷ୍ଟ କରାଯିବା ଦିନାଙ୍କ:
21 AUG 2020 11:35AM by PIB Bhubaneshwar
ସ୍ୱାଧୀନତା ଦିବସ 2020ର ଏକ ଅଂଶ ଭାବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓ ରାଷ୍ଟ୍ରୀୟ ଫିଲ୍ମ ବିକାଶ ନିଗମ (ଏନଏଫଡିସି) ମିଳିତ ଭାବେ ଯୁବଗୋଷ୍ଠିଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବା ପାଇଁ ଏକ ଲଘୁ ଫିଲ୍ମ ପ୍ରତିଯୋଗିତାର ଆୟୋଜନ କରିଥିଲେ ।
ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଅନଲାଇନରେ 14 ଜୁଲାଇ, 2020ରୁ 7 ଅଗଷ୍ଟ ପର୍ଯ୍ୟନ୍ତ MyGov ପୋର୍ଟାଲରେ ଏହି ଲଘୁ ଫିଲ୍ମର ଏକ ଲାଇଭ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । www.MyGov.in ୱେବସାଇଟରେ ଏହି ପ୍ରତିଯୋଗିତାର ବିସ୍ତୃତ ବିବରଣୀ ସହ ପଞ୍ଜିକରଣ କରାଯାଇଥିଲା । ଏହାର ବିଷୟବସ୍ତୁ "ରାଷ୍ଟ୍ରର ପ୍ରଗତିରେ ଦେଶାତ୍ମବୋଧ ଓ ଆତ୍ମନିର୍ଭରତାର ନୂତନ ମନ୍ତ୍ର ରଖାଯାଇଥିଲା । ଏହି ପ୍ରତିଯୋଗିତାର ବିଜେତାମାନଙ୍କ ନାମ ମନ୍ତ୍ରଣାଳୟ ଦ୍ୱାରା ଆଜି ଘୋଷଣା କରାଯାଇଛି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏକ ଟୁଇଟ କରି ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଲଘୁ ଫିଲ୍ମ ପ୍ରତିଯୋଗିତାକୁ ସଫଳ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।
ଏହି ପ୍ରତିଯୋଗିତାରେ ଲଘୁ ଫିଲ୍ମ ବିଷୟ ‘ଆମ ଆଇ?’ ପାଇଁ ଅଭିଜିତ ପଲଙ୍କୁ ପ୍ରଥମ ପୁରସ୍କାର ଓ ‘ଅବ ଇଣ୍ଡିଆ ବନେଗା ଭାରତ’କୁ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ସ୍ୱତନ୍ତ୍ର ଉଲ୍ଲେଖ ବର୍ଗରେ ‘ସମ୍ମାନ’ ପାଇଁ ଶିଭ ସି ବିରାଦର, ବୀଜ ଆତ୍ମନିର୍ଭରତେଚେ ପାଇଁ ସମୀରା ପ୍ରଭୁ, ‘ମେଡ ଇନ ଇଣ୍ଡିଆ’ ପାଇଁ ପୁରୁ ପ୍ରିୟମ, ‘ମାଇଣ୍ଡ ୟୋର ବିଜନେସ’ ପାଇଁ ଶିବରାଜ, ‘ହମ କର ସକତେ ହେଁ’ ପାଇଁ ମଧ୍ୟପ୍ରଦେଶ ମଧ୍ୟମ, ‘କନ୍ନଡ କାଇଗଲୁ’ ପାଇଁ ପ୍ରମୋଦ ଆର, ‘ସୋଲଜର’ ପାଇଁ ରାମ କିଶୋର ଏବଂ ‘ଆତ୍ମ ବନ୍ଦନ ଫର ନେସନ’ ପାଇଁ ରାଜେଶ ବି ଙ୍କୁ ଚୟନ କରାଯାଇଛି ।
**********
(ରିଲିଜ ଆଡି: 1647761)
ପରିଦର୍ଶକ କାଉଣ୍ଟର : 247
ଏହି ରିଲିଜ ପଢନ୍ତୁ :
हिन्दी
,
English
,
Urdu
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam