ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

2020-21 ଋତୁ ପାଇଁ ଚିନିକଳ ଆଖୁ ଉପରେ ଚାଷୀଙ୍କୁ ଦେଉଥିବା ଲାଭଦାୟକ ମୂଲ୍ୟ କ୍ୟାବିନେଟ ଦ୍ୱାରା ଧାର୍ଯ୍ୟ

Posted On: 19 AUG 2020 4:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚିନିକଳଗୁଡିକ ଆଖୁଚାଷୀଙ୍କୁ ଯୋଗାଇ ଦେଉଥିବା ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫ୍‌ଆରପି) ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏହା 2020-21 ବର୍ଷ ପାଇଁ ଅର୍ଥାତ୍‌ ଆଗାମୀ ଅକ୍ଟୋବରରୁ ଆସନ୍ତାବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଖୁ ଅମଳ ଋତୁପାଇଁ ଲାଗୁ ହେବ । ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷି ବ୍ୟୟ ଓ ମୂଲ୍ୟ ନିର୍ଦ୍ଧାରଣ କମିଶନ ସରକାରଙ୍କୁ ସୁପାରିସ କରିଥିଲେ । ଏହି ଲାଭଦାୟକ ମୂଲ୍ୟ ଆଖୁ ଚାଷୀଙ୍କୁ ନିମ୍ନମତେ ପ୍ରଦାନ କରାଯିବ

1. ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ବା ଏଫ୍‌ଆରପି 2020-21 ବର୍ଷ ପାଇଁ କ୍ୱିଣ୍ଟାଲ ପିଛା 285 ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରେ ବେସିକ୍‌ ରିକଭରି ରେଟ୍‌ 10 ଶତାଂଶ ଧାର୍ଯ୍ୟ ହୋଇଛି । ବେସିକ୍‌ ରିକଭରି ରେଟର ଅର୍ଥ ଆଖୁରୁ କେତେ ପରିମାଣରେ ଚିନି ଉତ୍ପାଦିତ ହୋଇପାରିବ ସେହି ହିସାବ ।

2. 10 ଶତାଂଶ ରିକଭରି ଉପରେ ପ୍ରତି 0.1 ଶତାଂଶ ବୃଦ୍ଧି ପାଇଁ କ୍ୱିଣ୍ଟାଲ ପିଛା 2.85 ଟଙ୍କା ପ୍ରିମିୟମ ଆକାରରେ ମିଳିବ ।

3. ରିକଭରି 0.1 ପ୍ରତିଶତ ହ୍ରାସ ପାଇଲେ ଏଫ୍‌ଆରପି କ୍ୱିଣ୍ଟାଲ ପିଛା 2 ଟଙ୍କା 85 ପଇସା କମିବ । ଯେଉଁ କଂପାନୀଗୁଡିକର ରିକଭରି ହାର ଅର୍ଥାତ୍‌ ଆଖୁରୁ ଚିନି ଉତ୍ପାଦନ କରିବାର କ୍ଷମତା 10 ଶତାଂଶରୁ କମ୍‌ କିନ୍ତୁ 9.5 ଶତାଂଶରୁ ଅଧିକ ସେମାନଙ୍କ ପାଇଁ ଏହା ଲାଗୁହେବ । ତେବେ ଯେଉଁ କମ୍ପାନୀଗୁଡିକର ରିକଭରି ହାର 9.5 ଶତାଂଶରୁ କମ୍‌ ସେମାନଙ୍କୁ କ୍ୱିଣ୍ଟାଲ ପିଛା ଏଫଆରପି ବାବଦରେ 270 ଟଙ୍କା 75 ପଇସା ଦେବାକୁ ପଡିବ ।

ଆଖୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଲାଭଦାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହାଫଳରେ ସେମାନେ ନିଜର ଉତ୍ପାଦିତ ସାମଗ୍ରୀ ଉପରେ ଉଚିତ ମୂଲ୍ୟ ପାଇପାରିବେ 1966 ଆଖୁ ନିୟନ୍ତ୍ରଣ ଆଇନ ବଳରେ ଏହି ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି । ସମଗ୍ର ଦେଶପାଇଁ ଏହି ଏଫ୍‌ଆରପି ସମାନଭାବେ ଲାଗୁ ହେବ ।

 

**********

 



(Release ID: 1647111) Visitor Counter : 159