ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଦିନକୁ ପାଖାପାଖି 9 ଲକ୍ଷ ରେକର୍ଡ ପରୀକ୍ଷଣ

• ଗୋଟିଏ ଦିନରେ ସର୍ବାଧିକ 57,937 ସୁସ୍ଥ
• ସକ୍ରିୟ ମାମଲାଠାରୁ 13 ଲକ୍ଷ ଅଧିକ ଆରୋଗ୍ୟ

Posted On: 18 AUG 2020 1:21PM by PIB Bhubaneshwar

ଭାରତ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ-19 ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି ପାଖାପାଖି 9 ଲକ୍ଷ (8,99,864) ନମୁନା ଗୋଟିଏ ଦିନରେ ପରୀକ୍ଷା କରାଯାଇଛି ଯାହାକି ଏପର୍ଯ୍ୟନ୍ତ ସର୍ବକାଳିନ ଦିନିକିଆ ରେକର୍ଡ ।  ଏପର୍ଯ୍ୟନ୍ତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା 3,09,41,264ରେ ପହଞ୍ଚିଛି ।

ଏତେ ସଂଖ୍ୟକ ପରୀକ୍ଷା ସତ୍ଵେ ପଜିଟିଭ ହାର 8.81 ପ୍ରତିଶତରେ ରହିଛି । ଗତ ସପ୍ତାହରେ ଜାତୀୟ ପଜିଟିଭ ହାର 8.84 ରହିଥିଲା ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ରେକର୍ଡ ସଂଖ୍ୟକ 57,937 ଜଣ ସୁସ୍ଥ ହୋଇଛନ୍ତି । ଏହି ସମୟ ମଧ୍ୟରେ ଏହି ସଂଖ୍ୟା ଆକ୍ରାନ୍ତଙ୍କ (55,079) ଠାରୁ ଅଧିକ ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ବାହାରୁଥିବା ଯୋଗୁଁ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପ୍ରାୟ 20 ଲକ୍ଷ (19,77,779)ରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଆଜି 13 ଲକ୍ଷ (13,04,613) ରୁ ଅଧିକ ହୋଇଛି ।

ଦୈନିକ ହାରାହାରି ସୁସ୍ଥତା ହାର କ୍ରମାଗତ ଭାବେ ବଢୁଥିବାରୁ ଭାରତର ସୁସ୍ଥତା ହାର ଶତକଡା 73.18 ହୋଇଥିବା ବେଳେ ମୃତ୍ୟୁହାର ମଧ୍ୟ 1.92 ପ୍ରତିଶତକୁ ହ୍ରାସ ପାଇଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିର ଦକ୍ଷ ପରିଚାଳନା ଯୋଗୁଁ 30ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ମଧ୍ୟ ଜାତୀୟ ହାରାହାରି ଠାରୁ ନିମ୍ନରେ ରହିଛି । ବ୍ୟାପକ ପରୀକ୍ଷା, ସଅଳ ଚିହ୍ନଟିକରଣ ଓ ପଜିଟିଭ ମାମଲାଗୁଡିକର ଏକାନ୍ତବାସ ଯୋଗୁଁ ଏହି ମୃତ୍ୟୁହାର ହ୍ରାସ ପାଇଛି । ଦେଶରେ ବର୍ତ୍ତମାନ 6,73,166 ଜଣ ସକ୍ରିୟ ରୋଗୀ ଅଛନ୍ତି, ଯାହାକି ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର 24.91 ପ୍ରତିଶତ । ଏହା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ରୋଗ ନିରୂପଣ ପାଇଁ ଦେଶରେ ପରୀକ୍ଷାଗାର ନେଟୱାର୍କ ମଧ୍ୟ ବ୍ୟାପକ କରାଯାଇଛି । 971ଟି ସରକାରୀ, 505ଟି ଘରୋଇ ଏହିପରି ମୋଟ 1476 ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ

 

*********

 

 

 

 

 



(Release ID: 1646808) Visitor Counter : 196