ଇସ୍ପାତ ମନ୍ତ୍ରଣାଳୟ

74ତମ ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2020 1:57PM by PIB Bhubaneswar

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ 74ତମ ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ଟ୍ଵିଟ ବାର୍ତ୍ତାରେ “ଭାରତରୁ ଆତ୍ମନିର୍ଭର ଭାରତ : ଏକ ପରିବର୍ତ୍ତନ ଚକ୍ର”ରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦୀ ସରକାରଙ୍କ ଅମଳରେ ଆମର ଉଭୟ ଘରୋଇ ଓ ଆନ୍ତର୍ଜାତିକ ବ୍ୟାପାରରେ  ବିରାଟ ପରିବର୍ତ୍ତନ ଘଟିଛି ନିକଟରେ ଏକ ଆତ୍ମନିର୍ଭର ଭାରତ ଆନ୍ତର୍ଜାତିକବାଦ ବା ଜଗତୀକରଣ ସହ ସମକକ୍ଷ ହୋଇପାରିବା ନେଇ ଅନେକ ବାଦାନୁବାଦ ହୋଇଛି । ଆନ୍ତରାଷ୍ଟ୍ରୀୟ ବାଦରେ ଅନେକ ଭଲକଥା ଥିଲେ ମଧ୍ୟ ଏହା କେତେକାଂଶରେ ସୀମାବଦ୍ଧ, ଯାହାକି କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ପ୍ରତ୍ୟେକ ଦେଶ ସ୍ଵାଭାବିକ ଭାବେ ଏଥିରୁ ଓହରି ପରିସ୍ଥିତିକୁ ନିଜ ଘରୋଇ ଦୃଷ୍ଟିକୋଣରୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି ସେ ଦୃଷ୍ଟିରୁ ଆମେ ନିଜକୁ ଆତ୍ମନିର୍ଭରଶୀଳ କରିବାର ଅର୍ଥ ନୁହେଁ ଯେ, ଆମେ ଆନ୍ତର୍ଜାତିକ ଅଙ୍ଗୀକାରବଦ୍ଧତା ପଥରୁ ଓହରି ଯାଇଛୁ ଆମେ ସବୁବେଳେ ଆମ ଜାତୀୟ ସ୍ଵାର୍ଥ ପ୍ରତି ଅଧିକ ଧ୍ୟାନ ଦେଇଛୁ

ସେ ପୁଣି କହିଛନ୍ତି ଯେ, ଭାରତ ବିଶ୍ଵର ଏକ ଦାୟିତ୍ଵ ସମ୍ପନ୍ନ ରାଷ୍ଟ୍ର । ଆମ ସଭ୍ୟତା ବସୁଧୈବ କୁଟୁମ୍ବକମ ବା ବିଶ୍ଵ ଏକ ପରିବାର ନୀତି ଉପରେ ପର୍ଯ୍ୟବେଶିତ ଆମେ ପ୍ରକୃତିକୁ ମା’ର ମାନ୍ୟତା ଦେଉ ଓ ଏହାର ପ୍ରତ୍ୟେକ ସୃଷ୍ଟିକୁ ଆମର ସମ୍ପ୍ରସାରିତ ପରିବାର ମନେକରୁ । ନିକଟରେ ଘୋଷିତ ଅନେକ ସଂସ୍କାର ଆମର ବୃହତ ପର୍ଯ୍ୟାବରଣ ରକ୍ଷା ସହ ଆର୍ଥିକ ଅଭିବୃଦ୍ଧି ଓ ବୈଶ୍ଵିକ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ପ୍ରତିଯୋଗିତାମୂଳକ ବଜାରରେ ନିଜର ସ୍ଥିତି ଜାହିର କରିବା ପାଇଁ ଉଦ୍ଦିଷ୍ଟ ତେବେ ଏହି ଅଭିବୃଦ୍ଧି ଚକ୍ର ଭାରତୀୟ ଅନନ୍ୟ ଧାରାକୁ ଆଧାର କରି ବଞ୍ଚିଛି ଓ ସେଥିରେ ଘରୋଇ ସ୍ଵାର୍ଥ ସବୁଠାରୁ ଆଗରେ ରହିବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଶ୍ଵର ରାଷ୍ଟ୍ରସମୂହ ମଧ୍ୟରେ ଭାରତ ତାହାର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିବ  

**********


(ରିଲିଜ ଆଡି: 1646171) ପରିଦର୍ଶକ କାଉଣ୍ଟର : 264
ଏହି ରିଲିଜ ପଢନ୍ତୁ : Bengali , English , Urdu , Manipuri , Punjabi , Tamil , Telugu