ରେଳ ମନ୍ତ୍ରଣାଳୟ

ସାଂପ୍ରତିକ ପାସେଞ୍ଜର ଟ୍ରେନ ସେବା ନିଲମ୍ବନ ସଂକ୍ରାନ୍ତ ସୂଚନା

• ପୂର୍ବଭଳି ଅନ୍ୟାଦେଶ ପର୍ଯ୍ୟନ୍ତ ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ବ୍ୟବସ୍ଥା ବନ୍ଦ ରହିବ

Posted On: 11 AUG 2020 5:29PM by PIB Bhubaneshwar

ସମସ୍ତଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି ଯେ ପୂର୍ବଭଳି ଦେଶର ସବୁ ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଦେଶରେ ଏବେ ଯେଉଁ 230ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ସେ ସେବା ପୂର୍ବଭଳି ଚାଲିବ । ମୁମ୍ବାଇରେ ଲୋକାଲ ଟ୍ରେନ କେବଳ କେତେକ ସ୍ଥାନରେ ସୀମିତଭାବେ ରାଜ୍ୟ ସରକାରଙ୍କ ରିକ୍ୟୁଜିସନ ଅନୁସାରେ ଚାଲିଛି । ତାହା ଅବ୍ୟାହତ ରହିବ । ଏହା ବାହାରେ ଅନ୍ୟ କୌଣସି ସହରତଳି ଟ୍ରେନ ଚଳାଚଳ କରିବ ନାହିଁ ।

ଦେଶର ବିଭିନ୍ନ ଅଞ୍ଚଳରେ ଏବେ ଯେଉଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ତାହାର ଯାତ୍ରୀସଂଖ୍ୟା ଉପରେ ନିୟମିତ ନଜର ରଖାଯାଇଛି । ଆବଶ୍ୟକ ପଡିଲେ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଇପାରେ । ତେବେ ଲକଡାଉନ ପୂର୍ବରୁ ଯେଉଁ ଅନ୍ୟ ସବୁ ନିୟମିତ ଟ୍ରେନ ଓ ସହରତଳି ଟ୍ରେନ ଚଳାଚଳ କରୁଥିଲା ତାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

 

**********



(Release ID: 1645144) Visitor Counter : 203