ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

14.2 ଲକ୍ଷ ଅତିକ୍ରମ କଲା ଆରୋଗ୍ୟ ମାମଲା

• ସୁସ୍ଥତା ହାର 68.32%
• ଜାତୀୟ ମୃତ୍ୟୁ ହାର 2.04%

Posted On: 08 AUG 2020 5:02PM by PIB Bhubaneshwar

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା ଆବଧାଞ୍ଚଳ, ପରୀକ୍ଷଣ, ଏକାନ୍ତବାସ ଏବଂ ଚିକିତ୍ସା ପ୍ରତି ଧ୍ୟାନ ଏବଂ ପ୍ରଭାବଶାଳୀ ପ୍ରୟାସ ଫଳରେ  ଆରୋଗ୍ୟ ହାର ବୃଦ୍ଧି ପାଇବା ସହିତ ମୃତ୍ୟୁ ହାର କ୍ରମାଗତ ହ୍ରାସ ପାଇଛି

ପ୍ରଭାବଶାଳୀ ଢଙ୍ଗରେ ନିରୀକ୍ଷଣ ଏବଂ ଉନ୍ନତ ପରୀକ୍ଷଣ ଦ୍ଵାରା ସଂକ୍ରମିତ ମାମଲାଗୁଡ଼ିକୁ  ଶୀଘ୍ର ଚିହ୍ନଟ କରାଯାଇପାରୁଛି ଏବଂ ଫଳସ୍ୱରୂପ ଗୁରୁତର ଏବଂ ଜଟିଳ ମାମଲାଗୁଡ଼ିକର ଚିକିତ୍ସା ପରିଚାଳନାକୁ ଆଗେଇ ନିଆଯାଇପାରୁଛି ନିୟୁତ ପିଛା ବିଶ୍ଵସ୍ତରୀୟ ହାରାହାରି ସଂକ୍ରମିତ ସଂଖ୍ୟା 2,425 ତୁଳନାରେ ଭାରତରେ ସର୍ବନିମ୍ନ 1,469 ରହିଛି

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ସମନ୍ୱିତ କାର୍ଯ୍ୟକାରିତା ଫଳରେ ବିଶ୍ଵସ୍ତରୀୟ ମୃତ୍ୟୁହାର ତୁଳନାରେ ଭାରତର ହାର କମ ରହିଛି  ମୃତ୍ୟୁ ହାର ଆଜି 2.04%ରେ ପହଞ୍ଚିଛି

କୋଭିଡ-19 ସଂକ୍ରମିତଙ୍କ ସୁସ୍ଥତା ହାରରେ ତୀବ୍ର ବୃଦ୍ଧି ଘଟିଛି ଗତ 24 ଘଣ୍ଟା ମଧ୍ୟରେ 48,900 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଭାରତର ମୋଟ ଆରୋଗ୍ୟ ସଂଖ୍ୟା 14,27,005ରେ ପହଞ୍ଚିଛି ସୁସ୍ଥତା ହାର ସ୍ଥିର ଭାବେ ବୃଦ୍ଧି ପାଇ 68.32%ରେ ପହଞ୍ଚିଛି

ଆଜି ଭାରତରେ ଥିବା ପ୍ରକୃତ ସକ୍ରିୟ ମାମଲା ସଂଖ୍ୟା 6,19,088, ଯାହା ସମୁଦାୟ ମାମଲାର 29.64% ଏମାନେ ସମସ୍ତେ ହସ୍ପିଟାଲ କିମ୍ବା ଘରୋଇ ଏକାନ୍ତବାସରେ ଡାକ୍ତରୀ ଚିକିତ୍ସାଧୀନରେ ଅଛନ୍ତି

ଦେଶରେ ପରୀକ୍ଷାଗାର ଭିତ୍ତିଭୂମି ବୃଦ୍ଧି ଏବଂ ଉତ୍ତମ ପରୀକ୍ଷଣ ସୁବିଧା ଫଳରେ କୋଭିଡ-19 ସଂକ୍ରମିତଙ୍କ ଚିହ୍ନଟ ପାଇଁ ଭାରତରେ ମୋଟ 2,33,87,171 ନମୁନା ପରୀକ୍ଷା କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 5,98,778 ନମୁନା ପରୀକ୍ଷା କରାଯାଇଛି । ଆଜି ନିୟୁତ ପିଛା ପରୀକ୍ଷଣ ସଂଖ୍ୟା ତୀବ୍ର ବୃଦ୍ଧି ପାଇ 16,947 ହୋଇଥିବା ଦେଖାଦେଇଛି ।

ଏହି ବ୍ୟାପକ ପରୀକ୍ଷଣର ଏକ ମୁଖ୍ୟ କାରଣ ହେଉଛି ପରୀକ୍ଷାଗାରଗୁଡିକର କ୍ରମାଗତ ବୃଦ୍ଧି ସରକାରୀ କ୍ଷେତ୍ରରେ 936ଟି ଏବଂ ବେସରକାରୀ କ୍ଷେତ୍ରରେ 460ଟି ପରୀକ୍ଷାଗାର ସହିତ ଭାରତରେ କୋଭିଡ-19 ପରୀକ୍ଷା ପାଇଁ ମୋଟ 1,396ଟି ପରୀକ୍ଷାଗାର ରହିଛି

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +91-1123978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ

 

**********



(Release ID: 1644504) Visitor Counter : 215