ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର କୋଭିଡ-19 ସୁସ୍ଥତା ହାର 67.62% ଛୁଇଁଲା; 13.2 ଲକ୍ଷ ଅତିକ୍ରମ କଲା ମୋଟ ସୁସ୍ଥଙ୍କ ସଂଖ୍ୟା

• ମୃତ୍ୟୁହାର କ୍ରମାଗତ ହ୍ରାସ ପାଇ 2.07 ପ୍ରତିଶତରେ ପହଁଚିଲା

Posted On: 06 AUG 2020 2:37PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ 46,121 ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଭାରତର ସମୁଦାୟ କୋଭିଡ-19 ରୋଗୀଙ୍କ ଆରୋଗ୍ୟ ସଂଖ୍ୟା 13,28,336ରେ ପହଞ୍ଚିଛି ଏହିପରି ନିୟମିତ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ 7,32,835ରେ ପହଞ୍ଚିଛି

ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ 67.62% ରେ ପହଞ୍ଚିଛି ।

ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 5,95,501 ହୋଇଥିବା ବେଳେ ଏହା ମୋଟ ମାମଲାର ଶତକଡା 30.31 ଭାଗ । ସକ୍ରିୟ ରୋଗୀମାନେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି

ଜୁଲାଇ 24, 2020 ବେଳକୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ରୋଗୀଙ୍କ ତୁଳନାରେ 34.17 ପ୍ରତିଶତ ଥିବା ବେଳେ ଆଜି ଏହା 30.31 ପ୍ରତିଶତକୁ ହ୍ରାସ ପାଇଛି ।

ସରକାରଙ୍କ ସମନ୍ଵିତ ଉଦ୍ୟମ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ କୋଭିଡ-19 ପରିଚାଳନା କୌଶଳ ଯୋଗୁଁ ଏହି ଉନ୍ନତି ଘଟିଛି । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ପଦକ୍ଷେପକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ତ୍ୱରାନ୍ୱିତ କରି ନମୁନା ପରୀକ୍ଷଣ ଓ ହସ୍ପିଟାଲ ବୃଦ୍ଧିକୁ ମଜବୁତ କରିଛନ୍ତି । ସେ ଦୃଷ୍ଟିରୁ ହାରାହାରି ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଆଜି ଏହି ମୃତ୍ୟୁହାର 2.07 ପ୍ରତିଶତରେ ରହିଛି ।

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +91-1123978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ

**********

 

 



(Release ID: 1643881) Visitor Counter : 212