ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେର ସେରମ୍‌ ପ୍ରତିଷ୍ଠାନରେ କରିବାକୁ ଡିସିଜିଆଇର ଅନୁମତି

• ଭାରତର ମୃତ୍ୟୁହାର (ସିଏଫ୍‌ଆର) 2.11 ପ୍ରତିଶତକୁ ଖସିଲା
• ମୋଟ ଆରୋଗ୍ୟଙ୍କ ସଂଖ୍ୟା 11.8 ଲକ୍ଷରୁ ଅଧିକ

Posted On: 03 AUG 2020 1:10PM by PIB Bhubaneshwar

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍‌-19 ଟିକା କୋଭିସିଲ୍‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନରେ କରିବା ପାଇଁ ଭେଷଜ ନିୟନ୍ତ୍ରଣ ମହାନିର୍ଦେଶକ  (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି ।

ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା କମିବା (ସିଏଫ୍‌ଆର) ଏବଂ ଅଧିକ ସୁସ୍ଥ ହେବା ଘଟଣାରେ ଭାରତ ସମଗ୍ର ବିଶ୍ୱରେ ତାହାର ସଫଳତା ବଜାୟ ରଖିଛି । ଏବେ ଭାରତରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁସଂଖ୍ୟା ଆକ୍ରାନ୍ତଙ୍କ ଅନୁପାତରେ ସର୍ବନିମ୍ନ ସ୍ତରରେ ରହିଛି । ଆଜିର ସର୍ବଶେଷ ତଥ୍ୟ ଅନୁସାରେ ଏହି ମୃତ୍ୟୁହାର ବା ସିଏଫ୍‌ଆର ଆହୁରି ହ୍ରାସ ପାଇ 2.11 ଶତାଂଶରେ ପହଞ୍ଚିଛି । ଭାରତ ସରକାର କୋଭିଡ୍‌ ପରିଚାଳନା ପାଇଁ ଯେଉଁ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ପ୍ରଣୟନ କରିଛନ୍ତି ଏହି ଉପଲବ୍‌ଧି ତାହାର ସଫଳ କାର୍ଯ୍ୟକାରିତାର ପରିଣତି ।

ଦେଶରେ ଏବେ କୋଭିଡ୍‌ ପରିଚାଳନା ପାଇଁ ଯେଉଁ ରଣନୀତି ଗ୍ରହଣ କରାଯାଇଛି ସେଥିରେ ସବୁଠୁ ବିପଦାପନ୍ନ ଥିବା ଜନସଂଖ୍ୟାକୁ ଚିକିତ୍ସା ଓ ଯତ୍ନରେ ଅଗ୍ରାଧିକାର ଦିଆଯାଉଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ 40 ହଜାର 574ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ 11ଲକ୍ଷ 86 ହଜାର 203 ଜଣ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ହାର କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ 65.77 ପ୍ରତିଶତ ।

ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ଏବେ ଆରୋଗ୍ୟ ଲାଭ କରୁଥିବା ଓ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଇ 6 ଲକ୍ଷରେ ପହଞ୍ଚିଛି । ଏବେ ଏହି ସଂଖ୍ୟା 6ଲକ୍ଷ 6ହଜାର 846 ରହିଛି । ଏହାର ଅର୍ଥ ଏବେ ଭାରତରେ ସକ୍ରିୟ କୋଭିଡ୍‌ଙ୍କ ସଂଖ୍ୟା 5ଲକ୍ଷ 79ହଜାର 357 ରହିଛି ଏବଂ ସେମାନେ ସମସ୍ତେ ଚିକିତ୍ସା ଓ ତଦାରଖ ବ୍ୟବସ୍ଥା ମଧ୍ୟରେ ରହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ବାହାରୁ ଭାରତରେ ନାଗରିକ ପ୍ରବେଶ ସଂକ୍ରାନ୍ତ 24 ମେରେ ଯେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ସେଥିରେ ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି । ଏହା ଅଗଷ୍ଟ 8 ତାରିଖ ରାତି 12ଟା ପରେ କାର୍ଯ୍ୟକାରୀ ହେବ । ଏ ସଂକ୍ରାନ୍ତ ସବିଶେଷ ତଥ୍ୟ

https://www.mohfw.gov.in/pdf/RevisedguidelinesforInternationalArrivals02082020.pdf

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +91-1123978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍‌ଧ ।

 

**********



(Release ID: 1643230) Visitor Counter : 208