ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ମାର୍ଟ ଇଣ୍ଡିଆ ହାକାଥନ 2020ର ଗ୍ରାଣ୍ଡ ଫିନାଲେକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 JUL 2020 1:04PM by PIB Bhubaneswar

ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫିନାଲେରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେବେ ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିବେ

ଦୈନନ୍ଦିନ ଜୀବନରେ ଉପୁଜୁଥିବା ଗୁରୁତର ସମସ୍ୟା ସମାଧାନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ ଛାତ୍ରଛାତ୍ରୀଙ୍କୁ ମଞ୍ଚ ପ୍ରଦାନ କରିଥାଏ ଏହା ଉତ୍ପାଦ ନବାଚାର ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ ସମସ୍ୟା ସମାଧାନର ମାନସିକତା ବିକଶିତ କରିଥାଏ ଯୁବବର୍ଗଙ୍କୁ କିଛି ନିଆରା ଭାବିବାକୁ ପ୍ରୋତ୍ସାହିତ କରିବାରେ ଏହି ଉପକ୍ରମ ସଫଳ ହୋଇଛି

ସ୍ମାର୍ଟ ଇଣ୍ଡିଆ ହାକାଥନର ପ୍ରଥମ ସଂସ୍କରଣ (2017)ରେ 42 ହଜାର ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ 2018ରେ ଏହି ସଂଖ୍ୟା ବଢି 1 ଲକ୍ଷ 2019ରେ 2 ଲକ୍ଷରେ ପହଁଚିଥିଲା 2020 ସ୍ମାର୍ଟ ଇଣ୍ଡିଆ ହାକାଥନର ପ୍ରଥମ ରାଉଣ୍ଡରେ 4.5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଆଧୁନିକ ପ୍ଲାଟଫର୍ମରେ ଅଂଶଗ୍ରହଣକାରୀମାନଙ୍କୁ ଏକାଠି ଯୋଡି ଚଳିତ ବର୍ଷର ଗ୍ରାଣ୍ଡ ଫିନାଲେ (ସଫ୍ଟୱେର ସଂସ୍କରଣ) ଅନଲାଇନରେ ଆୟୋଜିତ ହେଉଛି 37 କେନ୍ଦ୍ର ସରକାରୀ ବିଭାଗ, 17 ରାଜ୍ୟ ସରକାର 20ଟି ଉଦ୍ୟୋଗଗୁଡିକର 243ଟି ସମସ୍ୟାର ସମାଧାନ ପାଇଁ 10 ହଜାରରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତା କରୁଛନ୍ତି

 

**********


(ରିଲିଜ ଆଡି: 1642689) ପରିଦର୍ଶକ କାଉଣ୍ଟର : 240