ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦେଶରେ କରୋନା ମୃତ୍ୟୁ ହାର କ୍ରମଶଃ ହ୍ରାସ ପାଇ 2.28 ପ୍ରତିଶତରେ ପହଞ୍ଚିଛି
• ସୁସ୍ଥ ହେଲେ ମୋଟ 9 ଲକ୍ଷରୁ ଅଧିକ ସଂକ୍ରମିତ
• କ୍ରମାଗତ ଚତୁର୍ଥ ଦିନ ପାଇଁ 30 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ
Posted On:
27 JUL 2020 1:23PM by PIB Bhubaneshwar
ଶୀଘ୍ର ଚିହ୍ନଟ ଓ ଏକାନ୍ତବାସ ମାଧ୍ୟମରେ ଆକ୍ରମଣାତ୍ମକ ପରୀକ୍ଷଣ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ଦକ୍ଷ ଚିକିତ୍ସା ପରିଚାଳନା ଉପରେ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପ୍ରୟାସ ଦ୍ଵାରା ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଇ ଆରୋଗ୍ୟ ହାରରେ ଉନ୍ନତି ଆସିଛି ।
ଉତ୍ତମ ଆବଧାଞ୍ଚଳ ପରିଚାଳନା, ନମୁନା ପରୀକ୍ଷଣ ବୃଦ୍ଧି ଓ ଉପଚାରରେ ନିୟମର ଅନୁପାଳନ ଯୋଗୁଁ ଦେଶରେ କରୋନା ମୃତ୍ୟୁ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ନିୟମିତ ହାରରେ ଏହା ହ୍ରାସ ପାଇ ଆଜି 2.28 ପ୍ରତିଶତରେ ପହଞ୍ଚିଛି । ପୃଥିବୀରେ ଏହି ମୃତ୍ୟୁ ହାର ସର୍ବନିମ୍ନ ରହିଛି ।
କ୍ରମାଗତ 4 ଦିନ ଧରି 30 ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 31,991 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାଫଳରେ ସୁସ୍ଥତା ହାର 9 ଲକ୍ଷରୁ ଅଧିକ ହୋଇ ବର୍ତ୍ତମାନ ଏହା 9,17,567ରେ ପହଞ୍ଚିଛି । ଏହି ସୁସ୍ଥତା ହାର ଶତକଡା 64 ଭାଗ ବୋଲି ଜଣାପଡିଛି । ମୃତ୍ୟୁହାର ହ୍ରାସ ଏବଂ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବା ଯୋଗୁଁ ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ ବୃଦ୍ଧି ପାଇ ଏହି ପାର୍ଥକ୍ୟ ଆଜି 4,32,453ରେ ପହଞ୍ଚିଛି । ଉଭୟ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଡାକ୍ତରୀ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf
**********
(Release ID: 1641615)
Visitor Counter : 273
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam