PIB Headquarters

ଖରିଫ୍‌ ବୁଣାବୁଣିରେ ସନ୍ତୋଷଜନକ ପ୍ରଗତି : ଧାନ, ଡାଲିଜାତୀୟ ଫସଲ, ମୋଟା ଶସ୍ୟ ଓ ତୈଳବୀଜ ଚାଷ ଗତବର୍ଷ ତୁଳନାରେ ଅଧିକ ହୋଇଛି

• 2020-21 ରବି ବିପଣନ ଋତୁରେ 389.75 ଲକ୍ଷ ମେଟ୍ରିକ ଟନ ଗହମ ଏଫ୍‌ସିଆଇ ଦ୍ୱାରା କିଣାଯାଇଛି

Posted On: 24 JUL 2020 5:56PM by PIB Bhubaneshwar

କୋଭିଡ-19 ମହାମାରୀ ସମୟରେ ଚାଷୀମାନଙ୍କୁ ସେମାନଙ୍କର ଚାଷକାର୍ଯ୍ୟ ଆଗେଇ ନେବାକୁ କୃଷି, ସମବାୟ ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ବୁଣାବୁଣି ଓ ଚାଷବାସ କ୍ଷେତ୍ରରେ ସନ୍ତୋଷଜନକ ଅଗ୍ରଗତି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ କେଉଁ ଫସଲ କେତେ ଜମିରେ ଚାଷ କରାଯାଇଛି ତାହାର ବିବରଣୀ ନିମ୍ନମତେ ପ୍ରଦାନ କରାଯାଇଛି ।

ଖରିଫ ଫସଲ ଚାଷ ହୋଇଥିବା ଜମିର ପରିମାଣ

ଧାନ: ଏବର୍ଷ ଏପର୍ଯ୍ୟନ୍ତ 220.24 ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯାଇଛି । ଗତବର୍ଷ ଏହି ସମୟ ସୁଦ୍ଧା ଏହି ପରିମାଣ ଥିଲା 187.70 ଲକ୍ଷ ହେକ୍ଟର ।

ଡାଲି: ଚଳିତବର୍ଷ ଖରିଫ ଋତୁରେ 99.71 ଲକ୍ଷ ହେକ୍ଟର ଜମିରେ ଡାଲିଜାତୀୟ ଫସଲ ଚାଷ କରାଯାଇଛି । ଗତବର୍ଷ ଏହି ସମୟରେ ଏହା ଥିଲା 79.30 ଲକ୍ଷ ହେକ୍ଟର ।

ମୋଟାଶସ୍ୟ: ଏଥର ଏଯାଏଁ 137.13 ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ମୋଟାଶସ୍ୟ ଚାଷ ହୋଇଛି । ଗତବର୍ଷ ଏହି ସମୟରେ ଏହି ପରିମାଣ ଥିଲା 120.30 ଲକ୍ଷ ହେକ୍ଟର ।

ତୈଳବୀଜ: ଏଥର ଏଯାଏଁ ପ୍ରାୟ 166.36 ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଛି । ଗତବର୍ଷ ଏହି ସମୟ ସୁଦ୍ଧା 133.56 ଲକ୍ଷ ହେକ୍ଟର ଜମିରେ ଏହି ଚାଷ ହୋଇଥିଲା ।

ଆଖୁ: ଗତବର୍ଷ ଏହି ସମୟ ମଧ୍ୟରେ 51.02 ଲକ୍ଷ ହେକ୍ଟର ଜମିରେ ଆଖୁଚାଷ ହୋଇଥିବାବେଳେ ଏବର୍ଷ ତାହା ବର୍ତ୍ତମାନ ସୁଦ୍ଧା 51.54 ଲକ୍ଷ ହେକ୍ଟରରେ ପହଞ୍ଚିଛି ।

ଝୋଟ ଓ ମେସ୍ତା: ଏବର୍ଷ ଏଯାଏଁ 6.94 ଲକ୍ଷ ହେକ୍ଟର ଜମିରେ ଝୋଟ ଓ ମେସ୍ତା ଚାଷ କରାଯାଇଛି । ଗତବର୍ଷ ଏହି ସମୟ ମଧ୍ୟରେ ଏହା ଥିଲା 6.84 ଲକ୍ଷ ହେକ୍ଟର ।

କପା: ଏବର୍ଷ ଏଯାଏଁ 118.03 ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଇଛି । ଗତବର୍ଷ ଏହି ପରିମାଣ ଥିଲା 96.35 ଲକ୍ଷ ହେକ୍ଟର ।

କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁସାରେ ଦେଶର 123ଟି ଜଳଭଣ୍ଡାରରେ ବର୍ତ୍ତମାନ ସୁଦ୍ଧା ଯେତେ ଜଳ ମହଜୁଦ ଅଛି ତାହା ଗତବର୍ଷର ଏହି ସମୟ ତୁଳନାରେ 155 ଶତାଂଶ ।

ରବି ଫସଲ ବିପଣନ ଋତୁ 2020-21ରେ ଏଫ୍‌ସିଆଇ ପାଖରେ ମୋଟ 420.90 ଲକ୍ଷ ମେଟ୍ରିକ ଟନ ଗହମ ଆସି ପହଞ୍ଚିଛି । ସେଥିମଧ୍ୟରୁ ଏଫ୍‌ସିଆଇ 389.75 ଲକ୍ଷ ମେଟ୍ରିକ ଟନ କ୍ରୟ କରିସାରିଛି ।

 

**********

 

 



(Release ID: 1641060) Visitor Counter : 177