ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦେଶରେ ମାତ୍ର 3,58,692 ଜଣ ପ୍ରକୃତ କୋଭିଡ ରୋଗୀ
• ଆରୋଗ୍ୟ ମାମଲା 6,53,750କୁ ବୃଦ୍ଧି
• ବିହାର ଗସ୍ତରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଦଳ
प्रविष्टि तिथि:
18 JUL 2020 2:18PM by PIB Bhubaneshwar
କେନ୍ଦ୍ର ସରକାରଙ୍କ ନେତୃତ୍ଵରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା କୋଭିଡ-19 ପରିଚାଳନା ପାଇଁ ସମୟାନୁବର୍ତ୍ତୀ, ସକ୍ରିୟ ଏବଂ ପ୍ରଭାବୀ ରଣନୀତିକ ପଦକ୍ଷେପ କାର୍ଯ୍ୟକାରୀ ହୋଇଛି, ଯାହାଦ୍ୱାରା ପ୍ରକୃତ କୋଭିଡ ରୋଗୀ ହାର ପରିଚାଳନା ଯୋଗ୍ୟ ହୋଇ ରହିବ । ଆଜିସୁଦ୍ଧା ଦେଶରେ କୋଭିଡ ମାମଲା ମାତ୍ର 3,58,692 ରହିଛି । ଆରୋଗ୍ୟ ସଂଖ୍ୟା ଆହୁରି ବୃଦ୍ଧି ପାଇ 6,53,750ରେ ପହଞ୍ଚିଛି । ସୁସ୍ଥ ଏବଂ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ଏହା 2,95,058 ହୋଇଛି । ଡାକ୍ତରଖାନାରେ ଥିବା ସମସ୍ତ 3,58,692 ସକ୍ରିୟ ମାମଲାଙ୍କ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଉଛି ।
କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପ କୋଭିଡ ମହାମାରୀର ପରିଚାଳନାକୁ ସୁନିଶ୍ଚିତ କରିଛି | ରାଜ୍ୟ ସରକାରମାନଙ୍କ ଉଦ୍ୟମକୁ ସମର୍ଥନ ଜଣାଇ ତଥା ସେମାନଙ୍କୁ ଏ ଦିଗରେ ସହାୟତା କରିବା ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଶେଷଜ୍ଞ ଦଳ ପଠାଇବା ଜାରି ରଖିଛନ୍ତି । ରାଜ୍ୟରେ କୋଭିଡ ପରିଚାଳନାର ମୂଲ୍ୟାଙ୍କନ ଏବଂ ସମସ୍ତ ଆବଶ୍ୟକ ସହାୟତା ଉପଲବ୍ଧ କରାଇବା ଲାଗି ଏକ କେନ୍ଦ୍ରୀୟ ଦଳ ବିହାରକୁ ପଠାଯାଉଛି । ଏହି ଦଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମସଚିବ ଶ୍ରୀ ଲବ ଅଗ୍ରୱାଲ, ଏନସିଡିସି ନିର୍ଦ୍ଦେଶକ, ଡକ୍ଟର ଏସ କେ ସିଂ ଏବଂ ନୂଆଦିଲ୍ଲୀସ୍ଥ ଏମ୍ସର ଆସୋସିଏଟ ପ୍ରଫେସର ଡକ୍ଟର ନୀରଜ ନିଶ୍ଚଲ ରହିଛନ୍ତି । ଆସନ୍ତାକାଲି ଏହି ଦଳ ବିହାରରେ ପହଞ୍ଚିବେ ।
ଆବଦ୍ଧାଞ୍ଚଳ ଏବଂ ବଫର ଜୋନରେ ଘରକୁ ଘର ସର୍ବେକ୍ଷଣ, ପେରିମିଟର ନିୟନ୍ତ୍ରଣ କାର୍ଯ୍ୟକଳାପ, ଠିକ ସମୟରେ ଯୋଗାଯୋଗ, ଚିହ୍ନଟ, ନିରୀକ୍ଷଣ ଇତ୍ୟାଦି ଉପରେ ନଜର ରଖାଯାଇଥାଏ, ଯାହା ଷ୍ଟାଣ୍ଡାର୍ଡ ଅଫ କେୟାର ମାଧ୍ୟମରେ ଗୁରୁତର ମାମଲାଗୁଡ଼ିକର ପ୍ରଭାବଶାଳୀ ଚିକିତ୍ସା ପରିଚାଳନାରେ ସହାୟ ହୋଇଥାଏ । ହସ୍ପିଟାଲ ଭିତ୍ତିଭୂମିରେ କ୍ରମାଗତ ଉନ୍ନତି ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ।
ଗତ 24 ଘଣ୍ଟା ମଧ୍ୟରେ 17,994 କୋଭିଡ-19 ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁସ୍ଥତା ହାର 63 ପ୍ରତିଶତରେ ପହଞ୍ଚିଛି ।
ସମସ୍ତ ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କୁ ପରୀକ୍ଷା ସୁପାରିଶ କରିବାକୁ ଆଇସିଏମଆର ଅନୁମତି ଦେଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 3,61,024 ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷିତ 1,34,33,742 ନମୁନାଗୁଡିକର ସମୁଦାୟ ସଂଖ୍ୟାକୁ ହିସାବକୁ ନିଆଗଲେ ଏହା ଭାରତରେ ମିଲିୟନ ପିଛା 9734.6 କୁ ବୃଦ୍ଧି ପାଇଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ୍ / ରେସିଡେନ୍ସିଆଲ୍ ସୋସାଇଟି / ଅଣ-ସରକାରୀ ସଂଗଠନ (ଏନଜିଓ) ଦ୍ୱାରା କ୍ଷୁଦ୍ର କୋଭିଡ କେୟାର ସୁବିଧା ସ୍ଥାପନ କରିବାକୁ ଇଚ୍ଛା କରୁଥିବା ଗେଟ ରେସିଡେନ୍ସିଆଲ କମ୍ପ୍ଲେକ୍ସ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ସବିଶେଷ ବିବରଣୀ ପାଇଁ ନିମ୍ନ ଲିଙ୍କରେ ପାଇପାରିବେ ।
https://www.mohfw.gov.in/pdf/CovidCareFacilityinGatedcomplexes.pdf
କୋଭିଡ-19 ସମ୍ବନ୍ଧରେ ମନ୍ତ୍ରଣାଳୟ ଗେଟେଡ ରେସିଡେନ୍ସିଆଲ କମ୍ପ୍ଲେକ୍ସ ପାଇଁ ଏକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛି । ବିବରଣୀ ନିମ୍ନ ଲିଙ୍କରେ ପାଇପାରିବେ ।
https://www.mohfw.gov.in/pdf/AdvisoryforRWAsonCOVID19.pdf
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf
**********
(रिलीज़ आईडी: 1639672)
आगंतुक पटल : 231
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam