PIB Headquarters

ଚଳିତବର୍ଷ ଖରିଫ ଫସଲ ବୁଣାବୁଣି ଗତବର୍ଷ ତୁଳନାରେ 21.2 ଶତାଂଶ ଅଧିକ ହୋଇଛି

• ଜୁଲାଇ 17 ତାରିଖ ସୁଦ୍ଧା 691.86 ଲକ୍ଷ ହେକ୍ଟର ଜମିରେ ଚାଷକାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ଗତବର୍ଷ ଏହି ସମୟରେ ଏହା ଥିଲା 570.86 ଲକ୍ଷ ହେକ୍ଟର

Posted On: 17 JUL 2020 4:03PM by PIB Bhubaneshwar

2020 ଜୁଲାଇ 16 ତାରିଖ ସୁଦ୍ଧା ଦେଶରେ 338.3 ମିଲିମିଟର ବାସ୍ତବ ବୃଷ୍ଟିପାତ ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ଭାରତରେ ସ୍ୱାଭାବିକଭାବେ 308.4 ମିଲିମିଟର ବର୍ଷା ହୋଇଥାଏ । ଅନ୍ୟପକ୍ଷରେ କହିବାକୁ ଗଲେ ଏହି ସମୟ ମଧ୍ୟରେ ଦେଶରେ 10 ଶତାଂଶ ଅଧିକ ବୃଷ୍ଟିପାତ ଜୁନ୍‌ 1ରୁ ଜୁଲାଇ 16 ମଧ୍ୟରେ ହୋଇଛି । ଜୁଲାଇ 16 ତାରିଖର କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁସାରେ ଦେଶର 123ଟି ଜଳଭଣ୍ଡାରରେ ଗତବର୍ଷ ତୁଳନାରେ 150 ଶତାଂଶ ଅଧିକ ଜଳ ମହଜୁଦ ରହିଛି । ଗତ 10 ବର୍ଷ ମଧ୍ୟରେ ଏହି ଭଣ୍ଡାରଣ ହାର 133 ଶତାଂଶ । 2020 ଜୁଲାଇ 17 ତାରିଖ ସୁଦ୍ଧା ଦେଶର 691.86 ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲର ବୁଣାବୁଣି କାର୍ଯ୍ୟ ଶେଷ ହୋଇଛି । ଗତବର୍ଷ ଏହି ସମୟରେ 570.86 ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିଲା । ଅତଏବ ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଦେଶର ଖରିଫ ବୁଣାବୁଣି କାର୍ଯ୍ୟ 21.20 ଶତାଂଶ ଅଧିକ ହୋଇଛି ।

ଖରିଫ ଫସଲ ବୁଣାବୁଣି ସଂପର୍କରେ ସବିଶେଷ ତଥ୍ୟ ନିମ୍ନମତେ ପ୍ରଦାନ କରାଯାଇଛି ।

  • ଚଳିତବର୍ଷ ଏ ପର୍ଯ୍ୟନ୍ତ 168.47 ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଥିବାବେଳେ ଗତବର୍ଷ ଏହି ପରିମାଣ ଥିଲା 142.06 ଲକ୍ଷ ହେକ୍ଟର । ଅତଏବ ଏ କ୍ଷେତ୍ରରେ 15.59 ପ୍ରତିଶତ ଅଧିକ ଜମିରେ ଧାନଚାଷ ହୋଇଛି ।
  • ଡାଲି ଜାତୀୟ ଫସଲ କ୍ଷେତ୍ରରେ ଏଯାଏଁ 81.66 ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିବାବେଳେ ଗତବର୍ଷ ଏହା ଥିଲା 61.70 ଲକ୍ଷ ହେକ୍ଟର । ଏ କ୍ଷେତ୍ରରେ 32.35 ଶତାଂଶ ଅଧିକ ଜମିରେ ଏହି ଫସଲ ଚାଷ ହୋଇଛି ।
  • ମୋଟା ଶସ୍ୟ କ୍ଷେତ୍ରରେ ମଧ୍ୟ ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଅଧିକ ଫସଲ ଚାଷ କରାଯାଇଛି । ଏବର୍ଷ 115.60 ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ ହୋଇଥିବାବେଳେ ଗତବର୍ଷ ଏହା ଥିଲା 103.00 ଲକ୍ଷ ହେକ୍ଟର ।  ଅର୍ଥାତ୍‌ ଚଳିତବର୍ଷ 12.23 ଶତାଂଶ ଅଧିକ ଜମିରେ ଏହି ଚାଷ ହୋଇଛି ।
  • ତୈଳବୀଜ କ୍ଷେତ୍ରରେ ଏବର୍ଷ ଗତବର୍ଷ ତୁଳନାରେ 40.75 ଶତାଂଶ ଅଧିକ ଜମିରେ ଫସଲ ଲାଗିଛି । ଗତବର୍ଷ ଏହା 110.09 ଲକ୍ଷ ହେକ୍ଟର ଥିବାବେଳେ ଏବର୍ଷ ତାହା 154.95 ଲକ୍ଷ ହେକ୍ଟରରେ ପହଞ୍ଚିଛି ।
  • ଆଖୁଚାଷ କ୍ଷେତ୍ରରେ ମଧ୍ୟ ଏଥର ଗତବର୍ଷ ଅପେକ୍ଷା 0.92 ପ୍ରତିଶତ ଅଧିକ ଜମିରେ ଫସଲ ଲଗାଯାଇଛି । ଗତବର୍ଷ ଏହା 50.82 ଲକ୍ଷ ହେକ୍ଟରରେ ହୋଇଥିବାବେଳେ ଏଥର 51.29 ଲକ୍ଷ ହେକ୍ଟରରେ ଚାଷ କରାଯାଇଛି ।
  • ଙ୍କ କପାଚାଷ କ୍ଷେତ୍ରରେ ମଧ୍ୟ ଏବର୍ଷ 17.28 ଶତାଂଶ ଅଧିକ ଜମିରେ ଫସଲ ହୋଇଛି । ଗତବର୍ଷ ଏହା 96.35 ଲକ୍ଷ ହେକ୍ଟର ଥିବାବେଳେ ଏଥର ତାହା 113.01 ଲକ୍ଷ ହେକ୍ଟରରେ ପହଞ୍ଚିଛି ।
  • ଗତବର୍ଷ ଦେଶରେ ଏହି ସମୟରେ 6.84 ଲକ୍ଷ ହେକ୍ଟର ଜମିରେ ଝୋଟ ଓ ମେସ୍ତା ଚାଷ କରାଯାଇଥିଲା । ଏବର୍ଷ ସେଥିରେ 0.70 ଶତାଂଶ ବୃଦ୍ଧି ଘଟି ଏହା 6.88 ଲକ୍ଷ ହେକ୍ଟରରେ ପହଞ୍ଚିଛି ।

ଅତଏବ ଅଦ୍ୟାବଧି ଖରିଫ ଫସଲ ବୁଣାବୁଣି କ୍ଷେତ୍ରରେ କରୋନା ମହାମାରୀର କୌଣସି ପ୍ରଭାବ ପଡିନାହିଁ ।

 

**********

 



(Release ID: 1639432) Visitor Counter : 205