ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଭାରତର ବିକାଶ ଯାତ୍ରାରେ ବ୍ୟାପକ ସୁଯୋଗର ଲାଭ ଉଠାଇବା ପାଇଁ ଆମେରିକୀୟ ନିବେଶକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ଵାନ

• ଆମେରିକୀୟ ଶକ୍ତି ସଚିବଙ୍କ ସହ କାର୍ଯ୍ୟନିର୍ବାହୀ ଶିଳ୍ପ ଗୋଲଟେବୁଲ ବୈଠକରେ କେନ୍ଦ୍ର ମନ୍ତ୍ରୀଙ୍କ ଅଂଶଗ୍ରହଣ

Posted On: 16 JUL 2020 10:47AM by PIB Bhubaneshwar

17 ଜୁଲାଇ 2020ରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଶକ୍ତି ପରିଚାଳନା ସମ୍ପର୍କିତ ଦ୍ଵିତୀୟ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ବୁଧବାର ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକୀୟ ଶକ୍ତି ସଚିବ ଡାନ ବ୍ରାଉଲ୍ଲିଟିଙ୍କ ମଧ୍ୟରେ ଶିଳ୍ପସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ବ୍ୟବସାୟିକ ପରିଷଦ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲାଏହାଛଡା ମନ୍ତ୍ରୀ ଶ୍ରୀ ପ୍ରଧାନ  ମଙ୍ଗଳବାର ଶିଳ୍ପସ୍ତରୀୟ କାର୍ଯ୍ୟକ୍ରମରେ ମଧ୍ୟ ଅଧ୍ୟକ୍ଷତା କରିଥିଲେ

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବ ଶ୍ରୀ ତରୁଣ କପୁର, ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ତରଣଜିତ ସାନ୍ଧୁ ଏବଂ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରତିନିଧିମାନେ ଏହି ଭର୍ଚୁଆଲ ବୈଠକରେ ଯୋଗଦେଇଥିଲେ ।

ମତ ବିନିମୟ କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତରେ ସୃଷ୍ଟି ହୋଇଥିବା ନୂତନ ସୁଯୋଗର ଉପଯୋଗ କରି ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ପାଇଁ ଆମେରିକୀୟ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଥିଲେ । ସେ କହିଥିଲେ ଯେ, ଉଭୟ ଭାରତ ଓ ଆମେରିକୀୟ କମ୍ପାନୀଗୁଡ଼ିକ ଦ୍ଵାରା ପୂର୍ବରୁ ଏସମ୍ପର୍କରେ ପଦକ୍ଷେପ ମାନ ନିଆଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ । ଭାରତ ଓ ଆମେରିକା ମଧ୍ୟରେ ଶକ୍ତି ସମ୍ପର୍କୀୟ ବୁଝାମଣା ଖୁବ ସୁଦୃଢ ଏବଂ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ଦୃଢ ସ୍ତମ୍ଭ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ଆହ୍ଵାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ବୈଶ୍ଵିକ ଶକ୍ତି ବଜାରର ଦୃଢତା ଓ କୋଭିଡ-19 ସମସ୍ୟା, ଉଭୟର ସମାଧାନ ଦିଗରେ ମିଳିତ ପ୍ରୟାସ କରୁଛନ୍ତି । ବର୍ତ୍ତମାନର ଜଟିଳ ବୈଶ୍ଵିକ ପରିସ୍ଥିତିରେ ଦ୍ଵିପାକ୍ଷିକ ସମ୍ପର୍କ ହିଁ ଆମ ସମ୍ପର୍କର ମୂଳଦୁଆ ହେବ ।

ଶକ୍ତି ସମ୍ପର୍କିତ ଭାଗିଦାରୀ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଦୁଇ ଦେଶର ସହଯୋଗ ଉପରେ ଅଗ୍ରାଧିକାର ଦିଆଯାଇଛି । ଭବିଷ୍ୟତରେ ଏଲଏନଜି ବଙ୍କରିଂ, ଏଲଏନଜି ଆଇଏସଓ କଣ୍ଟେନର ବିକାଶ, ପେଟ୍ରୋ ରାସାୟନ, ଜୈବିକ ଇନ୍ଧନ ଏବଂ କମ୍ପ୍ରେସଡ ବାୟୋ ଗ୍ୟାସ ଇତ୍ୟାଦି ଭାରତର ଶକ୍ତି କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି କରିବ । ଉତ୍ପାଦନ ଓ ଉତ୍ତୋଳନ କ୍ଷେତ୍ରରେ ଭାରତର ଅନେକ ସଂସ୍କାର ମୂଳକ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତୈଳ ଏବଂ ବାଷ୍ପ ଉତ୍ତୋଳନ କ୍ଷେତ୍ରରେ ଭାରତରେ ଆଗାମୀ ଦିନରେ 118 ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ହେବ । ଆଗାମୀ 5 ବର୍ଷ ମଧ୍ୟରେ ଏହା ଦେଶକୁ ଦ୍ରୁତ ଆର୍ଥିକ ଅଗ୍ରଗତି ପଥରେ ସାହାଯ୍ୟ କରିବ । ସେ ଦୃଷ୍ଟିରୁ ଶ୍ରୀ ପ୍ରଧାନ ଭାରତରେ ପୁଞ୍ଜି ବିନିଯୋଗ ପାଇଁ ରହିଥିବା ସୁବିଧା ସୁଯୋଗ ନେବା ପାଇଁ ଆମେରିକୀୟ କମ୍ପାନୀଗୁଡ଼ିକୁ ଆହ୍ଵାନ କରିଛନ୍ତି ।

 

**********

 



(Release ID: 1639175) Visitor Counter : 205