ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

‘ବିଶ୍ୱ ଯୁବ ଦକ୍ଷତା ଦିବସ’ ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଶୁଭକାମନା

• ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିଶନ’କୁ ପୂରିଲା ପାଞ୍ଚ ବର୍ଷ
• ‘ସ୍କିଲ ଇଣ୍ଡିଆ ମିଶନ’ ଦେଶର ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି : ଶ୍ରୀ ଅମିତ ଶାହ
• ନିଯୁକ୍ତି ଆଶାୟୀମାନଙ୍କୁ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହିତ କରୁଛି ‘ସ୍କିଲ ଇଣ୍ଡିଆ’; ଏହା ନିଶ୍ଚିତରୂପେ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସାକାର କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ: ଶ୍ରୀ ଅମିତ ଶାହ

Posted On: 15 JUL 2020 3:01PM by PIB Bhubaneshwar

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ବିଶ୍ୱ ଯୁବ ଦକ୍ଷତା ଦିବସଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ନିଜ ଟ୍ୱିଟ ବାର୍ତ୍ତାରେ ଶ୍ରୀ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ କରାଯାଇଥିବା ସ୍କିଲ ଇଣ୍ଡିଆ ମିଶନର ଆଜି ପଞ୍ଚମ ବାର୍ଷିକୀ । ସ୍କିଲ ଇଣ୍ଡିଆ ମିଶନଦେଶର ଯୁବଗୋଷ୍ଠୀଙ୍କୁ ସଠିକ ସ୍କିଲ ସେଟ ପ୍ରଦାନ କରି ତାଙ୍କର ଅନ୍ତର୍ନିହୀତ ଗୁଣକୁ ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରୁଛି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ସ୍କିଲ ଇଣ୍ଡିଆ ମିଶନଦେଶର ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟମୀତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସ୍କିଲ ଇଣ୍ଡିଆରେ ନିଯୁକ୍ତି ପାଇଁ ଆଗ୍ରହୀ ଥିବା ଆଶାୟୀମାନଙ୍କୁ ଏବେ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି । ମୋର ପୂରା ବିଶ୍ୱାସ ଏହା ନିଶ୍ଚିତ ରୂପେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସାକାର କରିବା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ସ୍କିଲ ଇଣ୍ଡିଆ- ଭାରତ ସରକାରଙ୍କ ଏକ ପଦକ୍ଷେପ ଯେଉଁଥିରେ ଦେଶର ଯୁବଗୋଷ୍ଠୀଙ୍କୁ ସେମାନଙ୍କ କୌଶଳ ଦ୍ୱାରା ଶସକ୍ତ କରିବା ପାଇଁ ଆରମ୍ଭ କରାଯାଇଛି ଯାହା ସେମାନଙ୍କୁ ନିଜ କାର୍ଯ୍ୟ ପରିବେଷଣ କରିବା କ୍ଷେତ୍ରରେ ଅଧିକ ରୋଜଗାରକ୍ଷମ କରିବା ସହିତ ଅଧିକ ଉତ୍ପାଦକ ଭାବେ ଗଢି ତୋଳିବ । ସ୍କିଲ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନେକ କ୍ଷେତ୍ରରେ ପାଠ୍ୟକ୍ରମ ଉପଲବ୍ଧ କରାଯାଉଛି ଯାହା ରାଷ୍ଟ୍ରୀୟ କୌଶଳ ଯୋଗ୍ୟତା ଢାଞ୍ଚା ଅନ୍ତର୍ଗତ ଉଦ୍ୟୋଗ ଏବଂ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ମାନକଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛି ।

 

**********


(Release ID: 1638851)