ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

10 ଲକ୍ଷ ଜନସଂଖ୍ୟାରେ ଦିନକୁ ଅନ୍ୟୁନ 140 ନମୁନା ପରୀକ୍ଷା କରିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ

• 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିନକୁ 10 ଲକ୍ଷରେ 140 କିମ୍ବା ତା’ଠାରୁ ଅଧିକ ପରୀକ୍ଷଣ କରୁଛନ୍ତି

Posted On: 15 JUL 2020 12:59PM by PIB Bhubaneshwar

କୋଭିଡ-19 ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛି ବିସ୍ତୃତ ପର୍ଯ୍ୟବେକ୍ଷଣ ଏବଂ ସନ୍ଦେହ ଘେରରେ ଥିବା ମାମଲାଗୁଡିକର ନମୁନା ପରୀକ୍ଷଣ ପରିପ୍ରେକ୍ଷୀରେ ‘ହୁ’ 10 ଲକ୍ଷ ଜନସଂଖ୍ୟା ପିଛା ଦିନକୁ ଅନ୍ୟୁନ 140ଟି ପରୀକ୍ଷଣ କରିବା ପାଇଁ ପରାମର୍ଶ ଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ମିଳିତ ଉଦ୍ୟମ କ୍ରମେ ଦେଶର 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ 10 ଲକ୍ଷ ଜନସଂଖ୍ୟା ପିଛା ଦିନକୁ 140 ବା ତା’ଠାରୁ ଅଧିକ ନମୁନା ପରୀକ୍ଷଣ କରୁଛନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି କୋଭିଡ-19 ପରୀକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ଫଳରେ ନମୁନା ପରୀକ୍ଷଣ ବୃଦ୍ଧି ପାଇଛି ଦେଶରେ ବର୍ତ୍ତମାନ 865 ସରକାରୀ ଓ 358 ଘରୋଇ ଏହିପରି ମୋଟ 1223ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । ଏହାବ୍ୟତୀତ ଆରଟିପିସିଆର, ଟ୍ରୁ-ନେଟ ଏବଂ ସିବିନାଟ ଯୋଗୁଁ ନମୁନା ପରୀକ୍ଷଣ ବୃଦ୍ଧି ପାଇଛି ।

ଦେଶରେ ଜାନୁଆରୀ ମାସରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ମାର୍ଚ୍ଚ ସୁଦ୍ଧା ଏହା 121କୁ ବୃଦ୍ଧି ପାଇଥିଲା ଏବଂ ଏହି ସଂଖ୍ୟା ବର୍ତ୍ତମାନ 1223ରେ ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟରେ 3,20,161ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ପରୀକ୍ଷା 1,24,12,664କୁ ବୃଦ୍ଧି ପାଇଛି । ପ୍ରତି 10 ଲକ୍ଷରେ ନମୁନା ପରୀକ୍ଷଣ ସଂଖ୍ୟା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଆଜିସୁଦ୍ଧା ଏହା 8,994.7ରେ ପହଞ୍ଚିଛି ଗତକାଲି ଗୋଟିଏ ଦିନରେ 3.20 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । 

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

  

 



(Release ID: 1638839) Visitor Counter : 280