ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତ ଅଷ୍ଟଦଶ ମନ୍ତ୍ରୀସ୍ତରୀୟ ବୈଠକ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

• ଏକ ନିୟୁତ ଜନସଂଖ୍ୟାରେ ଭାରତରେ ସଂକ୍ରମଣ ଓ ମୃତ୍ୟୁ ହାର ସର୍ବନିମ୍ନ – ଡଃ ହର୍ଷ ବର୍ଦ୍ଧନ
• ମୃତ୍ୟୁ ହାର ହ୍ରାସ ଆମର ଲକ୍ଷ୍ୟ : ସ୍ୱାସ୍ଥ୍ୟ ମନ୍ତ୍ରୀ

Posted On: 09 JUL 2020 1:41PM by PIB Bhubaneshwar

କୋଭିଡ-19 ସଂକ୍ରାନ୍ତ ଅଷ୍ଟାଦଶ ଉଚ୍ଚ ସ୍ତରୀୟ ମନ୍ତ୍ରୀମଣ୍ଡଳ ବୈଠକ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏଥିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ଚୌବେ, ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ନୀତି ଆୟୋଗ ସଦସ୍ୟ ଡଃ ବିନୋଦ ପଲ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେଇଥିଲେ ।

ପ୍ରଥମେ ସାମ୍ପ୍ରତିକ କୋଭିଡ-19 ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ବିଶ୍ଵର ସବୁଠାରୁ ଅଧିକ ସଂକ୍ରମିତ 5ଟି ଦେଶର ସଂକ୍ରମଣ ତୁଳନାରେ ଆମ ଦେଶରେ ଏହାର ହାର ସର୍ବନିମ୍ନ ଥିବା ଜଣାପଡିଛି ଆମ ଦେଶରେ ସଂକ୍ରମଣ ହାର ନିୟୁତ ପିଛା 538 ଓ ମୃତ୍ୟୁ ହାର 15 ଥିବା ବେଳେ ବିଶ୍ଵରେ ଏହା ହାରାହାରି 1453 ଏବଂ 68.7 ରହିଛି ଦେଶ ଭିତରେ 8ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶରେ ଶତକଡା 90 ଭାଗ ମାମଲା ଥିବା ବେଳେ କେବଳ 49ଟି ଜିଲ୍ଲାରେ ଶତକଡା 80 ଭାଗ ସକ୍ରିୟ ମାମଲା ରହିଛି । ଏହାଛଡା 6ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମୋଟ ମୃତ୍ୟୁ ସଂଖ୍ୟାର ଶତକଡା 86 ଭାଗ ଥିବା ବେଳେ 32ଟି ଦିଲ୍ଲାରେ 80 ଭାଗ ମୃତକ ରହିଛନ୍ତି । ଅଧିକ ମୃତ୍ୟୁ ହାର ଥିବା ଅଞ୍ଚଳଗୁଡିକୁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଉଥିବା ବୈଠକରେ ଅବଗତ କରାଯାଇଥିଲା । କୋଭିଡ-19 ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂକ୍ରାନ୍ତରେ ବୈଠକରେ ସୂଚନା ଦିଆଯାଇଛି ଯେ, ଦେଶରେ ମୋଟ 3914ଟି କେନ୍ଦ୍ରରେ ବିନା ଆଇସିୟୁ ସହାୟତାରେ 3,77,737 ଏକାନ୍ତବାସ ଶଯ୍ୟା, 39,820 ଆଇସିୟୁ ଶଯ୍ୟା ଏବଂ 1,42,415 ଅମ୍ଳଜାନଯୁକ୍ତ ଶଯ୍ୟା ଓ 20,047 ଭେଣ୍ଟିଲେଟର ରହିଛି । ଏହାଛଡା 213.55 ଲକ୍ଷ ଏନ-95 ମାସ୍କ, 120.94 ଲକ୍ଷ ପିପିଇ କିଟ୍ସ ଓ 112.57 ଲକ୍ଷ ହାଇଡ୍ରୋକ୍ସି କ୍ଳୋରୋକ୍ଵିନ ବଟିକା ବଣ୍ଟାଯାଇଛି ।

ଅନଲକ କାଳରେ ଆବଧାଞ୍ଚଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଅନୁସାରେ ପଦକ୍ଷେପ ନିଆଯାଇଛି ।  ଆବଧାଞ୍ଚଳଗୁଡିକର ନାମ ୱେବସାଇଟରେ ବିଜ୍ଞପିତ କରିବା, ବ୍ୟାପକ ଚିହ୍ନଟିକରଣ, ଘରକୁ ଘର ବୁଲି ପର୍ଯ୍ୟବେକ୍ଷଣ ଓ ଆବଧାଞ୍ଚଳ ବାହାରେ ଥିବା ଅଞ୍ଚଳଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି

କେନ୍ଦ୍ର ଓ ରାଜ୍ୟମାନଙ୍କ ମିଳିତ ସହଯୋଗରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳକୁ କେନ୍ଦ୍ରୀୟ ଦଳ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯାଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ସଂକ୍ରମଣର ସ୍ଥିତି, ପରୀକ୍ଷଣ ସ୍ଥିତି ଓ ମୃତ୍ୟୁହାର ଉପରେ ସମୀକ୍ଷା କରାଯାଉଛି । ଡଃ ହର୍ଷ ବର୍ଦ୍ଧନ କହିଥିଲେ ଯେ, ଦିନକୁ ଦିନ ଆମକୁ ସଙ୍ଗରୋଧ, ପର୍ଯ୍ୟବେକ୍ଷଣ, ନମୁନା ପରୀକ୍ଷଣ ସାମର୍ଥ୍ୟ ବୃଦ୍ଧି, ବୟସ୍କ ଓ ଦୀର୍ଘ ଦିନଧରି ଅନ୍ୟାନ୍ୟ ରୋଗ ଭୋଗୁଥିବା ଲୋକମାନଙ୍କର ଯତ୍ନ, ଆରୋଗ୍ୟ ସେତୁ ଆପ ଜରିଆରେ ସମ୍ଭାବ୍ୟ ହଟସ୍ପଟ କ୍ଷେତ୍ର ଆକଳନ, କ୍ରିଟିକାଲ କେଆର ଉପରେ ଗୁରୁତ୍ଵ ଦେବାକୁ ପଡିବ । ରାଜ୍ୟ ଓ କେନ୍ଦ୍ର ସରକାରମାନେ ମିଶି ସଂକ୍ରମଣ ଓ ମୃତ୍ୟୁ ହାର ହ୍ରାସ କରିବା ସହ ଆବଶ୍ୟକ ଉପଚାର ଉପରେ ପ୍ରାଧାନ୍ୟ ଦେବେ

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡଃ ସୁଜିତ କୁମାର ସିଂ ବୈଶ୍ଵିକ ମହାମାରୀ କାଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସଶକ୍ତ ଗ୍ରୁପ-8ର ଅଧ୍ୟକ୍ଷ ଶ୍ରୀ ଅମିତ ଖାରେ ସୂଚନା ଯୋଗେ କିପରି ଜନ ସଚେତନତା ବୃଦ୍ଧି କରାଯାଇଛି ତାହାର ବିସ୍ତୃତ ବିବରଣୀ ଦେଇଥିଲେ ଏଥିରେ ଗ୍ରୁପର ପ୍ରୟାସ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କୃଷକ ଓ ଏମଏସଏମଇ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କଗୁଡିକରେ ଆଲୋଚନା କରାଯାଇଥିଲା, ଯେପରି ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ, ସେ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ଆଞ୍ଚଳିକ ଭାଷା ମାଧ୍ୟମରେ ଅବଗତ କରାଯାଇଥିଲା ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଶ୍ରୀମତୀ ପ୍ରୀତି ସୁଦାନ ଓ ଓଏସଡି ଶ୍ରୀ ରାଜେଶ ଭୂଷଣ, ନୀତି ଆୟୋଗ ସିଇଓ ଶ୍ରୀ ଅମିତାଭ କାନ୍ତ, ଆଇସିଏମଆର ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ, ସଚିବ (ଫାର୍ମା) ଶ୍ରୀ ପି.ଡି.ବାଘେଲା, ଜାହାଜ ଚଳାଚଳ ମନ୍ତ୍ରଣାଳୟ ସଚିବ ଶ୍ରୀ ସଞ୍ଜୀବ ରଞ୍ଜନ, ବୟନ ମନ୍ତ୍ରଣାଳୟ ସଚିବ ଶ୍ରୀ ରବି କାପୁର, ଡିଡବ୍ଲୁଏସ ସଚିବ ଶ୍ରୀ ପରମେଶ୍ଵରଣ ଆୟର, ଏମଇଆଇଟିୱାଇ ସଚିବ ଶ୍ରୀ ଅଜୟ ପ୍ରକାଶ ସାୱନେ ଏବଂ ଆଇଟିବିପିର ପ୍ରତିନିଧିମାନେ ଭାର୍ଚୁଆଲ ମିଡିଆ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।

 

**********



(Release ID: 1637605) Visitor Counter : 235