କ୍ୟାବିନେଟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଜୁଲାଇରୁ ନଭେମ୍ବର 5 ମାସ ପାଇଁ ମିଳିବ ମାଗଣା ଚଣା

Posted On: 08 JUL 2020 4:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ମିଆଦ ବୃଦ୍ଧିକୁ ଅନୁମୋଦନ କରାଯାଇଛି କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ଆର୍ଥିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ଏହାର ମିଆଦକୁ ଆଉ ପାଞ୍ଚ ମାସ ବୃଦ୍ଧି କରାଯାଇଛି ।

ଏହି ଯୋଜନା ଅଧୀନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହିତାଧିକାରୀମାନଙ୍କୁ 9.7 ଲକ୍ଷ ଟନ ଚଣା ପ୍ରଦାନ କରାଯିବ । ଜାତୀୟ ଖାଦ୍ୟ ନିରପତ୍ତା ଆଇନ 2013 ଅନ୍ତର୍ଭୁକ୍ତ ପ୍ରତି ଘରକୁ ଆସନ୍ତା 5 ମାସ ପାଇଁ 1 କେଜି ଲେଖାଏଁ ଚଣା ଦିଆଯିବ ଏବାବଦ ପ୍ରାୟ 6,849.24 କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି

ଏହି ଯୋଜନା ଅଧୀନରେ 19.4 କୋଟି ଘର ଅନ୍ତର୍ଭୁକ୍ତ ହେବେପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ଖାଦ୍ୟ ଶସ୍ୟ ଅଭାବରେ ଯେପରି କୌଣସି ବ୍ୟକ୍ତି ବା ଗରିବ ପରିବାର ହନ୍ତସନ୍ତ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ସରକାର ଏହି ମିଆଦକୁ ଆଉ 5 ମାସ ବୃଦ୍ଧି କରିଛନ୍ତି ଏହି ଚଣା ଯୋଗାଣ ଫଳରେ ଗରିବ ଶ୍ରେଣୀର ଲୋକମାନେ ଆବଶ୍ୟକ ପ୍ରୋଟିନ ପାଇପାରିବେ 2015-16ରେ ରହିଥିବା ବଳକା ଡାଲି ଜାତୀୟ ଶସ୍ୟକୁ ଦୃଷ୍ଟିରେ ରଖି ଏହି ଯୋଜନାର ପରିକଳ୍ପନା କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ସରକାରଙ୍କ ନିକଟରେ ଯଥେଷ୍ଟ ଚଣା ମହଜୁଦ ଅଛି ଏପ୍ରିଲ ରୁ ଜୁନ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର 18.2 କୋଟି ପରିବାରଙ୍କୁ 4.63 ଲକ୍ଷ ଟନ ଡାଲି ଜାତୀୟ ଶସ୍ୟ ପ୍ରଦାନ କରାଯାଇଛି

ପ୍ରଧାନମନ୍ତ୍ରୀ ଗତ ମାସ 30 ତାରିଖ ଦିନ ଯୋଜନାର ମିଆଦକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ ।

 

**********



(Release ID: 1637347) Visitor Counter : 196