ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ଆଷାଢ ପୂର୍ଣ୍ଣିମା/ ଧର୍ମ ଚକ୍ର ଦିବସ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 03 JUL 2020 5:09PM by PIB Bhubaneshwar

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଆସନ୍ତାକାଲି (04.07.2020) ଆଷାଢ ପୂର୍ଣ୍ଣିମା ଅବସରରେ ଧର୍ମ ଚକ୍ର ଦିବସ ପାଳନ କରୁଛି ଏହି ଦିନ ରିସିପାଟଣାର ହରିଣ ଉଦ୍ୟାନ (ବର୍ତ୍ତମାନର ଉତ୍ତର ପ୍ରଦେଶ ବାରଣାସୀର ସାରନାଥ) ଠାରେ ମହାତ୍ମା ବୁଦ୍ଧ ତାଙ୍କର 5ଜଣ ଶିଷ୍ୟଙ୍କୁ ପ୍ରଥମ ନୀତିବାଣୀ ଶୁଣାଇଥିଲେ । ସମଗ୍ର ବିଶ୍ଵରେ ବୌଦ୍ଧ ଧର୍ମାବଲମ୍ବୀ ମାନେ ଏହି ଦିନଟିକୁ ଧର୍ମ ଚକ୍ର ପ୍ରବର୍ତ୍ତନ ଦିବସ ଭାବେ ପାଳନ କରିଥାନ୍ତି । ଏହି ଦିନ ଗୁରୁଙ୍କୁ ସମ୍ମାନ ଜଣାଇ ଉଭୟ ବୌଦ୍ଧ ଓ ହିନ୍ଦୁ ଧର୍ମାବଲମ୍ବୀ ମାନେ ଗୁରୁପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି । ଏହି ଐତିହାସିକ ଦିବସ ଭାରତରେ ବୁଦ୍ଧଙ୍କ ମହାପରିନିର୍ବାଣ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ଭବନଠାରେ ଧର୍ମ ଚକ୍ର ଦିବସର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରି ଭଗବାନ ବୁଦ୍ଧଙ୍କ ପ୍ରବର୍ତ୍ତିତ ଅଷ୍ଟାଙ୍ଗ ମାର୍ଗ ଓ ଶାନ୍ତି ବାର୍ତ୍ତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ପଟେଲ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ମଧ୍ୟ ଏହି ଉଦ୍ଘାଟନୀ ସମାରୋହରେ ଉଦବୋଧନ ଦେବେ । ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଏକ ସ୍ଵତନ୍ତ୍ର ଅଭିଭାଷଣ ଏହି ଅବସରରେ ପାଠ କରାଯିବା ସହ ଏକ ଅତ୍ୟନ୍ତ ଉପାଦେୟ ବୌଦ୍ଧ ପାଣ୍ଡୁଲିପି ଭାରତର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ । ଏହି ପାଣ୍ଡୁଲିପି ମଙ୍ଗୋଲିଆରେ ଶହ ଶହ ବର୍ଷ ଧରି ସଂରକ୍ଷିତ ରଖାଯାଇଛି । ବିଶ୍ଵର ବିଭିନ୍ନ ସ୍ଥାନରୁ ଆସିଥିବା ବୌଦ୍ଧ ଧର୍ମର ପଣ୍ଡିତ ଓ ବିଦ୍ଵାନମାନେ ସାରନାଥ ଏବଂ ବୁଦ୍ଧ ଗୟାଠାରୁ ସେମାନଙ୍କ ବାଣୀ ଉପସ୍ଥାପନ କରିବେ । କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ସମସ୍ତ କାର୍ଯ୍ୟ ଭର୍ଚୁଆଲ ଭାବେ ହେଉଛି ୱେବକାଷ୍ଟ ଜରିଆରେ ବିଶ୍ଵବ୍ୟାପୀ ପ୍ରାୟ 30 ଲକ୍ଷ ଭକ୍ତ ଏହି କାର୍ଯ୍ୟକ୍ରମକୁ ଆସନ୍ତାକାଲି (04.07.2020) ଦେଖିପାରିବେ ।

 

**********



(Release ID: 1636239) Visitor Counter : 200