ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା
• କରୋନା ଆରୋଗ୍ୟ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାକୁ ବହୁତ ପଛରେ ପକାଇଲା
• ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ପାଖାପାଖି 1 ଲକ୍ଷ
Posted On:
27 JUN 2020 5:50PM by PIB Bhubaneshwar
ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମନ୍ଵୟ ରକ୍ଷା କରି କେନ୍ଦ୍ର ସରକାର ନେଇଥିବା ପ୍ରତିରୋଧ ପଦକ୍ଷେପ ଫଳସ୍ଵରୂପ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ସକ୍ରିୟ ସଂଖ୍ୟାଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।
ଆରୋଗ୍ୟ ଲାଭ କରିଥିବା ଏବଂ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟରେ ପାଖାପାଖି 1 ଲକ୍ଷର ପାର୍ଥକ୍ୟ ରହିଛି । ଆଜି ସୁଦ୍ଧା ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ମାମଲାଠାରୁ 98,493କୁ ଅତିକ୍ରମ କରିଛି ।
ସକ୍ରିୟ ରୋଗୀ ସଂଖ୍ୟା 1,97,387 ଥିବାବେଳେ ଆରୋଗ୍ୟ ସଂଖ୍ୟା 2,95,880ରେ ପହଞ୍ଚିଛି । ଏହି ଉତ୍ସାହଜନକ ସ୍ଥିତି ସହିତ କୋଭିଡ-19 ରୋଗୀଙ୍କ ମଧ୍ୟରେ ସୁସ୍ଥତା ହାର 58.13% ଛୁଇଞ୍ଚି ।
କୋଭିଡ-19 ଆରୋଗ୍ୟ ମାମଲାର ସଂପୂର୍ଣ୍ଣ ସଂଖ୍ୟା ଦୃଷ୍ଟିରୁ ଶ୍ରେଷ୍ଠ 15 ଟି ରାଜ୍ୟ ହେଉଛି:
କ୍ରମିକ ସଂଖ୍ୟା
|
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ
|
ସଂପୂର୍ଣ୍ଣ ଆରୋଗ୍ୟ
|
1.
|
ମହାରାଷ୍ଟ୍ର
|
73,214
|
2.
|
ଗୁଜରାଟ
|
21,476
|
3.
|
ଦିଲ୍ଲୀ
|
18,574
|
4.
|
ଉତ୍ତର ପ୍ରଦେଶ
|
13,119
|
5.
|
ରାଜସ୍ଥାନ
|
12,788
|
6.
|
ପଶ୍ଚିମବଙ୍ଗ
|
10,126
|
7.
|
ମଧ୍ୟପ୍ରଦେଶ
|
9,619
|
8.
|
ହରିୟାଣା
|
7,360
|
9.
|
ତାମିଲନାଡୁ
|
6,908
|
10.
|
ବିହାର
|
6,546
|
11.
|
କର୍ଣ୍ଣାଟକ
|
6,160
|
12.
|
ଆନ୍ଧ୍ରପ୍ରଦେଶ
|
4,787
|
13.
|
ଓଡିଶା
|
4,298
|
14.
|
ଜମ୍ମୁ ଓ କଶ୍ମୀର
|
3,967
|
15.
|
ପଞ୍ଜାବ
|
3,164
|
ଆରୋଗ୍ୟ ହାର ଦୃଷ୍ଟିରୁ ଶ୍ରେଷ୍ଠ 15ଟି ରାଜ୍ୟ ହେଉଛି:
କ୍ରମିକ ସଂଖ୍ୟା
|
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ
|
ଆରୋଗ୍ୟ ହାର
|
1
|
ମେଘାଳୟ
|
89.1%
|
2
|
ରାଜସ୍ଥାନ
|
78.8%
|
3
|
ତ୍ରିପୁରା
|
78.6%
|
4
|
ଚଣ୍ଡିଗଡ
|
77.8%
|
5
|
ମଧ୍ୟପ୍ରଦେଶ
|
76.4%
|
6
|
ବିହାର
|
75.6%
|
7
|
ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ
|
72.9%
|
8
|
ଗୁଜରାଟ
|
72.8%
|
9
|
ଝାଡଖଣ୍ଡ
|
70.9%
|
10
|
ଛତିଶଗଡ
|
70.5%
|
11
|
ଓଡିଶା
|
69.5%
|
12
|
ଉତ୍ତରାଖଣ୍ଡ
|
65.9%
|
13
|
ପଞ୍ଜାବ
|
65.7%
|
14
|
ଉତ୍ତର ପ୍ରଦେଶ
|
65.0%
|
15
|
ପଶ୍ଚିମବଙ୍ଗ
|
65.0%
|
ପରୀକ୍ଷଣ ସୁବିଧା ବୃଦ୍ଧି ଲାଗି ଭାରତରେ ବର୍ତ୍ତମାନ 1026ଟି ଉତ୍ସର୍ଗୀକୃତ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରୁ 741ଟି ସରକାରୀ ଥିବା ବେଳେ 285ଟି ବେସରକାରୀ ପରୀକ୍ଷାଗାର ରହିଛି ।
- Real-Time RT PCR based testing labs: 565 (Govt: 360 + Private: 205)
- TrueNat based testing labs : 374 (Govt: 349 + Private: 25)
- CBNAAT based testing labs : 87 (Govt: 32 + Private: 55)
ଗତ 24 ଘଣ୍ଟା ମଧ୍ୟରେ 2,20,479ଟି ନମୁନା ପରୀକ୍ଷା କରାଯାଇଛି । ଆଜିସୁଦ୍ଧା ମୋଟ 79,96,707ଟି ନମୁନା ପରୀକ୍ଷା ହୋଇସାରିଲାଣି ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf
**********
(Release ID: 1634870)
Visitor Counter : 257