ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ମ୍ୟାଁମାରର ଏ-1 ଏବଂ ଏ-3 ବ୍ଲକ ବିକାଶ ପାଇଁ ଓଏନଜିସି ବିଦେଶ ଲିମିଟେଡର ଅତିରିକ୍ତ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
Posted On:
24 JUN 2020 4:42PM by PIB Bhubaneshwar
ମିଆଁମାର ଶ୍ଵେ ତୈଳ ଏବଂ ବାଷ୍ପ ପ୍ରକଳ୍ପର ଏ-1 ଏବଂ ଏ-3 ବ୍ଲକ ବିକାଶ ପାଇଁ ଓଏନଜିସି ବିଦେଶ ଲିମିଟେଡ ଦ୍ଵାରା ଅତିରିକ୍ତ 121.27 ମିଲିୟନ ଆମେରିକୀୟ ଡଲାର (909 କୋଟି ଟଙ୍କା) ନିବେଶ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଞ୍ଜୁର କରିଛନ୍ତି ।
କେନ୍ଦ୍ର ଦକ୍ଷିଣ କୋରିଆ, ଭାରତ ଓ ମ୍ୟାଁମାରର କେତେକ କମ୍ପାନୀଗୁଡ଼ିକୁ ନେଇ ଗଠିତ ଏକ କନାସୋର୍ସିଅମର ଅଂଶବିଶେଷ ସ୍ଵରୂପ ମ୍ୟାଁମାରର ଶ୍ଵେ ଗ୍ୟାସ ପ୍ରକଳ୍ପରେ ଉତ୍ତୋଳନ ଓ ବିକାଶ ପାଇଁ ଓଏନଜିସି ବିଦେଶ (ଓଭିଏଲ) 2002ରେ ସହବନ୍ଧିତ ହୋଇଥିଲା। ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗେଲ ମଧ୍ୟ ଏହି ପ୍ରକଳ୍ପରେ ସହ-ନିବେଶକ ରହିଛି। ଓଭିଏଲ 31 ମାର୍ଚ୍ଚ 2019 ସୁଦ୍ଧା ଏହି ପ୍ରକଳ୍ପରେ 722 ନିୟୁତ ଆମେରିକୀୟ ଡଲାର (ନିର୍ଦ୍ଦିଷ୍ଟ ବର୍ଷର ହାରାହାରୀ ବାର୍ଷିକ ବିନିମୟ ଦର ଅନୁଯାୟୀ ପ୍ରାୟ3949 କୋଟି ଟଙ୍କା) ନିବେଶ କରି ସାରିଛି। ଜୁଲାଇ 2013ରେ ଶ୍ଵେ ପ୍ରକଳ୍ପରୁ ପ୍ରଥମ ଗ୍ୟାସ ପ୍ରାପ୍ତ ହୋଇଥିଲା ଏବଂ ସର୍ବାଧିକ ଉତ୍ପାଦନ ଡିସେମ୍ବର 2014ରେ ପ୍ରାପ୍ତ ହୋଇଥିଲା। 2014-15 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସକାରାତ୍ମକ ନଗଦ ପ୍ରବାହ ସୃଷ୍ଟି କରିଚାଲିଥିଲା। ଆଜି ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଅତିରିକ୍ତ 121.27 ନିୟୁତ ଆମେରିକୀୟ ଡଲାର (ପାଖାପାଖି 909 କୋଟି ଟଙ୍କା; 1 ଆମେରିକୀୟ ଡଲାର = 75 ଟଙ୍କା) ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଓଭିଏଲ ପକ୍ଷରୁ ଶ୍ଵେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ଏହି ନିବେଶ କରାଯିବ।
ପଡ଼ୋଶୀ ରାଷ୍ଟ୍ରରେ ଥିବା ତୈଳ ଏବଂ ଗ୍ୟାସ ଖନନ ଓ ବିକାଶ ପ୍ରକଳ୍ପରେ ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଗ୍ରହଣ ଭାରତର ଆକ୍ଟ ଇଷ୍ଟ ନୀତି ଅନୁକୂଳ ଏବଂ ଏହା ପଡ଼ୋଶୀମାନଙ୍କ ସହିତ ଶକ୍ତି ସେତୁ ବିକାଶ କରିବା ଲାଗି ରଣନୀତିର ଅଂଶବିଶେଷ। ଏହା ଭାରତର ଶକ୍ତି ସୁରକ୍ଷା ଆବଶ୍ୟକତାକୁ ଆହୁରି ସୁଦୃଢ଼ କରିବ।
*****************
(Release ID: 1634137)