ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରତିଷ୍ଠା ପାଇଁ କ୍ୟାବିନେଟର ଅନୁମୋଦନ

Posted On: 24 JUN 2020 4:45PM by PIB Bhubaneshwar

ନିକଟରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନ ପ୍ରୋତ୍ସାହନ ପ୍ୟାକେଜ ଅନ୍ତର୍ଗତ 15 ହଜାର କୋଟି ଟଙ୍କାର ପ୍ରାଣୀସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚଆଇଡିଏଫ)ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି

ସରକାର ପୂର୍ବରୁ 10 ହଜାର କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମି ବିକାଶ ପାଣ୍ଠିକୁ ମଞ୍ଜୁରି ଦେଇଥିଲେ ଏହା ଜରିଆରେ ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମି ବିକାଶ ପାଇଁ ସମବାୟ କ୍ଷେତ୍ରକୁ ନିବେଶ ପ୍ରୋତ୍ସାହନ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ତେବେ ପ୍ରାଣୀସମ୍ପଦ କ୍ଷେତ୍ରରେ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ସମ୍ବର୍ଦ୍ଧନ ଭିତ୍ତିଭୂମିରେ ଅଂଶଗ୍ରହଣ ପାଇଁ ଏମଏସଏମଇ ଏବଂ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ତେବେ ଆଜି ମଞ୍ଜୁରି ଲାଭ କରିଥିବା ଏଏଚଆଇଡିଏଫ ଦୁଗ୍ଧ ଉତ୍ପାଦନ, ମାଂସ ପ୍ରକ୍ରିୟାକରଣ ଏବଂ ପ୍ରାଣୀ ଖାଦ୍ୟ ପ୍ଲାଣ୍ଟ କ୍ଷେତ୍ରରେ ଭିତ୍ତିଭୂମି ନିବେଶ ଲାଗି ସହାୟତା ଯୋଗାଇ ଦେବ କୃଷି ଉତ୍ପାଦକ ସଂଗଠନ (ଏଫପିଓ), ଏମଏସଏମଇ, ସେକ୍ସନ 8 କମ୍ପାନୀ, ଘରୋଇ କମ୍ପାନୀ ଏବଂ ବ୍ୟକ୍ତିଗତ ଉଦ୍ୟମୀ ମାତ୍ର 10 ପ୍ରତିଶତ ସର୍ବନିମ୍ନ ଆର୍ଥିକ ଯୋଗଦାନରେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ହୋଇପାରିବେ ଅବଶିଷ୍ଟ 90 ପ୍ରତିଶତ ଋଣ ଉପାଦାନ ଜରିଆରେ ଅନୁସୂଚିତ ବ୍ୟାଙ୍କଗୁଡ଼ିକ ଜରିଆରେ ସେମାନଙ୍କ ପାଇଁ ଉପଲବ୍ଧ ହେବ

ଯୋଗ୍ୟ ହିତାଧିକାରୀମାନଙ୍କୁ ଭାରତ ସରକାର 3% ସୁଧ ରିହାତି ସୁବିଧା ଯୋଗାଇ ଦେବେ ଋଣ ପରିଶୋଧ ନିମନ୍ତେ 2 ବର୍ଷର ଋଣସ୍ଥଗତ ଅବଧି ସୁବିଧା ମିଳିବା ସହିତ ଏହା ପରେ 6 ବର୍ଷ ପାଇଁ ପରିଶୋଧ ଅବଧି ପ୍ରଦାନ କରାଯିବ ଭାରତ ସରକାର ମଧ୍ୟ ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ପ୍ରତିଷ୍ଠା କରିବେ 750 କୋଟି ଟଙ୍କାର ଏହି ପାଣ୍ଠି ପରିଚାଳନା ଦାୟିତ୍ବ ନାବାର୍ଡ ହାତରେ ରହିବ ଏମଏସଏମଇ ନିର୍ଦ୍ଧାରିତ ସିଲିଂ ଅଧୀନରେ କଭର ହେଉଥିବା ପ୍ରକଳ୍ପ ପାଇଁ ଏହା ଋଣ ଗ୍ୟାରେଣ୍ଟି ଯୋଗାଇ ଦେବ ଋଣ ସୁବିଧା ଗ୍ରହିତାଙ୍କ ପାଇଁ 25%  ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭରେଜ ପ୍ରଦାନ କରାଯିବ

ପ୍ରାଣୀସମ୍ପଦ କ୍ଷେତ୍ରରେ ଘରୋଇ ନିବେଶ ଜରିଆରେ ବ୍ୟାପକ ସମ୍ଭାବନାକୁ ଉଜାଗର କରାଯାଇପାରିବ ଘରୋଇ ନିବେଶକଙ୍କ ପାଇଁ ସୁଧଛାଡ଼ ସୁବିଧା ସହିତ ଏଏଚଆଇଡିଏଫ ଏଭଳି ପ୍ରକଳ୍ପ ପାଇଁ ଆବଶ୍ୟକ ଅଗ୍ରୀମ ନିବେଶ ଆବଶ୍ୟକତା ପୂରଣ କରିବା ନିମନ୍ତେ ପୁଞ୍ଜି ଉପଲବ୍ଧତା ସୁନିଶ୍ଚିତ କରିବ ଏହା ମଧ୍ୟ ନିବେଶକମାନଙ୍କ ପାଇଁ ସାମଗ୍ରୀକ ରିଟର୍ଣ୍ଣ/ପେବ୍ୟାକ ବୃଦ୍ଧିରେ ସହାୟତା କରିବ  ଯୋଗ୍ୟ ହିତାଧିକାରୀମାନଙ୍କ ଦ୍ବାରା ପ୍ରକ୍ରିୟାକରଣ ଏବଂ ମୂଲ୍ୟ ସମ୍ବର୍ଦ୍ଧନ ଭିତ୍ତିଭୂମିରେ ଏଭଳି ନିବେଶ ମଧ୍ୟ ରପ୍ତାନିକୁ ପ୍ରୋତ୍ସାହନ ଯୋଗାଇବ

ଭାରତରେ ଦୁଗ୍ଧ ଉତ୍ପାଦନର ପାଖାପାଖି 50-60% ପ୍ରତିଶତ ଚୂଡ଼ାନ୍ତ ମୂଲ୍ୟ କୃଷକଙ୍କ ନିକଟକୁ ଚାଲିଯାଉଥିବା କାରଣରୁ  ଏହି କ୍ଷେତ୍ରରେ ଅଭିବୃଦ୍ଧି କୃଷକଙ୍କ ଆୟ ଉପରେ ସିଧାସଳଖ ପ୍ରଭାବ ପକାଇବ ଏଏଚଆଇଡିଏଫ ଜରିଆରେ 15ହଜାର କୋଟି ଟଙ୍କାର ନିବେଶ ସୁବିଧା ଫଳରେ ଘରୋଇ ନିବେଶ ବୃଦ୍ଧିରେ ସହାୟକ ହେବା ସହିତ କୃଷକମାନଙ୍କୁ ଇନପୁଟରେ ଅଧିକ ନିବେଶ ନିମନ୍ତେ ପ୍ରେରିତ କରିବ ଯାହା ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ଆଜି ଏଏଚଆଇଡିଫ ଜରିଆରେ ମଞ୍ଜୁରିପ୍ରାପ୍ତ ପଦକ୍ଷେପ କାରଣରୁ 35 ଲକ୍ଷ ଲୋକଙ୍କୁ ପରୋକ୍ଷ ଏବଂ ପ୍ରତକ୍ଷ ନିଯୁକ୍ତି ସୁବିଧା ମିଳିପାରିବ

 

**********

 

 



(Release ID: 1634126) Visitor Counter : 211