କ୍ୟାବିନେଟ

କୁଶିନଗରକୁ ଆନ୍ତର୍ଜାତିକ ବିମାନ ବନ୍ଦର କରିବା ସଂକ୍ରାନ୍ତ ପ୍ରସ୍ତାବ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦିତ

Posted On: 24 JUN 2020 4:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ଉତ୍ତର ପ୍ରଦେଶର କୁଶିନଗରଠାରେ ଥିବା ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦର କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି ।

ଏହି ବିମାନ ବନ୍ଦରଟି ବିଭିନ୍ନ ବୌଦ୍ଧ ଐତିହ୍ୟ ଓ ସାଂସ୍କୃତିକ ସ୍ଥଳୀ ନିକଟରେ ଅବସ୍ଥିତ । ଏହାର ଆଖପାଖରେ ଶ୍ରାବସ୍ତି, କପିଳବସ୍ତୁ, ଲୁମ୍ବିନୀ ଆଦି ପର୍ଯ୍ୟଟନସ୍ଥଳ ରହିଛି । କୁଶିନଗରରେ ମଧ୍ୟ ବୁଦ୍ଧଙ୍କର ଏକ ସଂସ୍କୃତି ସ୍ଥଳ ଅଛି ।  ଏହି ବୌଦ୍ଧକୀର୍ତି ଓ ସାଂସ୍କୃତିକ ସ୍ଥଳୀ ଆଦିକୁ ଦେଖିବା ପାଇଁ ଏହି ଅଂଚଳକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ଏହି ବିମାନବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ କରାଯିବ । ଏହା ଫଳରେ ଏହି ଅଂଚଳକୁ ଉନ୍ନତ ଯୋଗାଯୋଗ ସୁବିଧା ହୋଇପାରିବ ଏବଂ ବିମାନ ଯାତ୍ରୀମାନେ ସ୍ୱଳ୍ପ ଖର୍ଚ୍ଚରେ ଏଠାରୁ ସିଧାସଳଖ ଯିବାଆସିବା କରିପାରିବେ । ଘରୋଇ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ନିମନ୍ତେ ଏହା ବିଶେଷ ସହାୟକ ହେବା ସହ ଏ ଅଂଚଳର ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । କୁଶିନଗର ଆନ୍ତର୍ଜାତିକ ସୀମାରେଖା ନିକଟବର୍ତୀ ହୋଇଥିବାରୁ ଭାରତ ପାଇଁ ରଣକୌଶଳ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏହି କ୍ଷୁଦ୍ର ନଗରଟି ଉତ୍ତର ପ୍ରଦେଶର ଉତ୍ତର-ପୂର୍ବ ଭାଗରେ ଗୋରଖପୁରଠାରୁ 50 କିମି ପୂର୍ବକୁ ଅବସ୍ଥିତ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ପର୍ଯ୍ୟଟନସ୍ଥଳୀ । 

 

**********



(Release ID: 1634074) Visitor Counter : 166