ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଆନ୍ତର୍ଜାତିକ ଯୋଗ ଦିବସ 2020 ଅବସରରେ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ଶୁଭେଚ୍ଛା

• ଯୋଗ କେବଳ ସୁସ୍ଥ ରହିବା ପାଇଁ ଏକ ଉପାୟ ନୁହେଁ, ବରଂ ଶରୀର ଏବଂ ମନ, କାର୍ଯ୍ୟ ଏବଂ ଚିନ୍ତାଧାରା ଓ ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ବଜାୟ ରଖିବାର ଏକ ମାଧ୍ୟମ - ଅମିତ ଶାହ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଯୋଗକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଛି - ଅମିତ ଶାହ

Posted On: 21 JUN 2020 10:58AM by PIB Bhubaneshwar

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ଅମିତ ଶାହ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, “ଯୋଗର ଉପଯୋଗୀତା ଶରୀରକୁ ସୁସ୍ଥ ରଖିବା ଠାରୁ ଢେର ଅଧିକ । ଏହା ଶରୀର ଏବଂ ମନ, କାର୍ଯ୍ୟ ଏବଂ ଚିନ୍ତାଧାରା ଓ ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ବଜାୟ ରଖିବାର ଏକ ମାଧ୍ୟମ” ।

ସେ ଆହୁରି କହିଛନ୍ତି ଯେ, ‘ଯୋଗ ହେଉଛି ସମଗ୍ର ମାନବିକତା ପାଇଁ ଭାରତୀୟ ସଂସ୍କୃତିର ଏକ ଉପହାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବିଶ୍ୱ ବର୍ତ୍ତମାନ ଯୋଗକୁ ଆଦରି ନେଇଛି । 

ଶ୍ରୀ ଅମିତ ଶାହ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ବିବେଚନା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

 

**********



(Release ID: 1633149) Visitor Counter : 180