ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀସ୍ଥିତ ଘରୋଇ ଚିକିତ୍ସାଳୟରେ କୋଭିଡ-19 ଚିକିତ୍ସା ଖର୍ଚ୍ଚ ହ୍ରାସ

• ଘରୋଇ ଚିକିତ୍ସାଳୟରେ ସଙ୍ଗରୋଧ ଶଯ୍ୟା ଦେୟ ଏକ-ତୃତୀୟାଂଶ ହ୍ରାସ
• ଦିଲ୍ଲୀର 242 ଆବଧାଞ୍ଚଳରେ 2.30 ଲକ୍ଷ ଲୋକଙ୍କର ଘରକୁ ଘର ସର୍ଭେ
• ଶସ୍ତା ଓ ଦ୍ରୁତ ପରୀକ୍ଷଣ ଆରମ୍ଭ, 193 ପରୀକ୍ଷା କେନ୍ଦ୍ରରେ 7,040 ଜଣଙ୍କ ପରୀକ୍ଷା, ଆଗକୁ ହେବ ଅଧିକ ପରୀକ୍ଷଣ

Posted On: 19 JUN 2020 3:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଦିଲ୍ଲୀରେ କରୋନା ସଂକ୍ରମଣର ପରିସ୍ଥିତି ଉପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି ଶ୍ରୀ ଶାହଙ୍କ ନିର୍ଦ୍ଦେଶକ୍ରମେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ 242ଟି ଆବଧାଞ୍ଚଳରେ ଘରକୁ ଘର ସ୍ୱାସ୍ଥ୍ୟ ସର୍ଭେ କରାଯାଇଛି । ପ୍ରାୟ 2.3 ଲକ୍ଷ ଲୋକଙ୍କ ସର୍ଭେ ହେବାର ଜଣାପଡିଛି ।

ଏହାବ୍ୟତୀତ ଶ୍ରୀ ଶାହଙ୍କ ନିର୍ଦ୍ଦେଶକ୍ରମେ ନମୁନା ପରୀକ୍ଷା ବୃଦ୍ଧି ସହ ଗତକାଲି ଠାରୁ ରାପିଡ଼ ଆଣ୍ଟିଜେନ ପଦ୍ଧତିରେ ପରୀକ୍ଷଣ କରାଯାଉଛି 193ଟି ପରୀକ୍ଷା କେନ୍ଦ୍ରରେ ଦିନକ ମଧ୍ୟରେ 7,040 ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନମୁନା ପରୀକ୍ଷଣର ହାର ମଧ୍ୟ ଦ୍ଵିଗୁଣିତ ହୋଇଛି ଗତ 15 ରୁ 17 ତାରିଖ ମଧ୍ୟରେ 27,263 ପରୀକ୍ଷା କରାଯାଇଥିବା ବେଳେ ଆଗରୁ ଏହା 4,000 ରୁ 4,500 ମଧ୍ୟରେ ସୀମିତ ରହିଥିଲା ସାଧାରଣ ଲୋକଙ୍କୁ ସହାୟତା ଦେବା ପାଇଁ ନୀତି ଆୟୋଗ ସଦସ୍ୟ ଡଃ ଭି.କେ.ପଲଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଶ୍ରୀ ଶାହ ଏକ କମିଟି ଗଠନ କରିଛନ୍ତି, ଯାହାଫଳରେ କି କରୋନା ସଂକ୍ରମିତ ରୋଗୀଙ୍କ ଘରୋଇ ଚିକିତ୍ସାଳୟରେ ଦେୟ ଧାର୍ଯ୍ୟ ହୋଇଛି ଅବଶ୍ୟ ଏହି ଦେୟ ସଙ୍ଗରୋଧ ଶଯ୍ୟା, ଭେଣ୍ଟିଲେଟର ସହାୟକ ଆଇସିୟୁ ଓ ବିନାଭେଣ୍ଟିଲେଟର ଆଇସିୟୁ ଅନୁସାରେ ଭିନ୍ନ ହେବ

ଦିଲ୍ଲୀର ଘରୋଇ ହସ୍ପିଟାଲଗୁଡିକରେ କୋଭିଡ-19 ଚିକିତ୍ସା ଲାଗି ନୂତନ ଦର

Category

(Private Hospitals)

New Rates (per day)

(Including PPE and Medicines)

Old Rates (per day)

(Excluding PPE)

Isolation beds

Rs 8000 – 10000

Rs 24000 - 25000

ICUs without ventilator

Rs 13000 – 15000

Rs 34000 - 43000

ICUs with ventilator

Rs 15000 – 18000

Rs 44000 - 54000

 

କମିଟି ଦିନକୁ ପିପିଇ ଓ ଔଷଧ ମିଶାଇ ଦେୟ 8 ରୁ 10 ହଜାର ମଧ୍ୟରେ ଧାର୍ଯ୍ୟ କରିଥିବା ବେଳେ ସଙ୍ଗରୋଧ ଶଯ୍ୟା ବାବଦ ଦିନକୁ 15 ରୁ 18 ହଜାର ଧାର୍ଯ୍ୟ କରାଯାଇଛି ।

 

**********



(Release ID: 1632714) Visitor Counter : 209