ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ନିଟ ପରୀକ୍ଷା ସ୍ଥଗିତ ନେଇ ଉଠିଥିବା ଗୁଜବ ସମ୍ପର୍କରେ ଏନଟିଏର ସ୍ପଷ୍ଟିକରଣ

• ଏପରି କୌଣସି ନିଷ୍ପତ୍ତି ନିଆଯାଇନଥିବା ନେଇ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଜଣାଇଲା ଏନଟିଏ

प्रविष्टि तिथि: 17 JUN 2020 3:02PM by PIB Bhubaneshwar

ଜୁନ 15 ତାରିଖ ଦିନ ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ଭିତ୍ତିହୀନ ସର୍ବସାଧାରଣ ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିଛି ଏହା ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି

ଏନଟିଏ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ଏଭଳି ଗୁଜବର ଉତ୍ସକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି ଏପରି ଜନବିରୋଧୀ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ସର୍ବସାଧାରଙ୍କ ଗୋଚରାର୍ଥେ ଜଣାଇଦିଆଯାଉଛି ଯେ, ଏପରି କୌଣସି ନିଷ୍ପତ୍ତି ଏନଟିଏ କିମ୍ବା ଏଥିସହ ସଂଶ୍ଳିଷ୍ଟ କୌଣସି ସଂସ୍ଥା ଦ୍ଵାରା ନିଆଯାଇ ନାହିଁ ଜନସାଧାରଣ ଏଭଳି କୌଣସି ବିଭ୍ରାନ୍ତିକର ତଥ୍ୟର ବଶବର୍ତ୍ତୀ ନହୋଇ ଏନଟିଏର ବିଭାଗୀୟ ୱେବସାଇଟ www.nta.ac.in କିମ୍ବା ntaneet.nic.inରେ ଲଗଅନ କରି ସଠିକ ତଥ୍ୟ ହାସଲ କରନ୍ତୁ ଗତ ମେ’ 11 ତାରିଖ ଦିନ ଏନଟିଏ ପକ୍ଷରୁ ଦିଆଯାଇଥିବା ସର୍ବଶେଷ ତଥ୍ୟ ଏନଟିଏର https://data.nta.ac.in/Download/Notice/Notice20200511063520.pdf  ୱେବସାଇଟରେ ଉପଲବ୍ଧ । ପୁନଶ୍ଚ ସଠିକ ତଥ୍ୟ ପାଇବା ପାଇଁ ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ମାତାପିତା ଓ ସର୍ବସାଧାରଣଙ୍କୁ www.nta.ac.in କିମ୍ବା ntaneet.nic.in  ୱେବସାଇଟ ଲଗଅନ କରିବାକୁ ଅନୁରୋଧ କରାଯାଉଛି

 

**********


(रिलीज़ आईडी: 1632129) आगंतुक पटल : 231
इस विज्ञप्ति को इन भाषाओं में पढ़ें: Bengali , Punjabi , Malayalam , English , Urdu , हिन्दी , Marathi , Assamese , Manipuri , Tamil , Telugu