ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ସର୍ବନିମ୍ନ ସହାୟକ ମୂଲ୍ୟ ହ୍ରାସ ମନ୍ତବ୍ୟକୁ ଖଣ୍ଡନ କଲେ ନିତିନ ଗଡକରୀ

• ଏଭଳି ଖବର ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ

प्रविष्टि तिथि: 13 JUN 2020 4:59PM by PIB Bhubaneshwar

ସର୍ବନିମ୍ନ ସହାୟକ ମୂଲ୍ୟ ହ୍ରାସ କରିବା ନେଇ ଶ୍ରୀ ଗଡକରୀ ମନ୍ତବ୍ୟ ଦେଇଛନ୍ତି ବୋଲି ପ୍ରକାଶିତ ଗଣମାଧ୍ୟମ ଖବରକୁ ସଡକ, ପରିବହନ, ରାଜମାର୍ଗ ଓ ଏମଏସଏମଇ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଦୃଢ ଭାବେ ଖଣ୍ଡନ କରିଛନ୍ତି ଏଭଳି ଖବର ଅସତ୍ୟ, କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି ଏ ସମ୍ପର୍କରେ ମନ୍ତବ୍ୟ ଦେଇ ଶ୍ରୀ ଗଡକରୀ କହିଛନ୍ତି ଯେ, ଚାଷୀମାନଙ୍କ ଆୟ କିପରି ଅଧିକରୁ ଅଧିକ ହେବ ସେଥିପାଇଁ ସେ ସବୁବେଳେ ଚେଷ୍ଟା କରି ଆସିଛନ୍ତି ଫସଲର ସହାୟକ ମୂଲ୍ୟ ଘୋଷଣା ବେଳେ ସେ ନିଜେ ଉପସ୍ଥିତ ଥିଲେ ଏବଂ ଏହାକୁ ହ୍ରାସ କରିବା ନେଇ ମନ୍ତବ୍ୟ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି

ସେ କହିଛନ୍ତି ଯେ, ଚାଷୀମାନଙ୍କ ଆୟ ବୃଦ୍ଧି ସବୁବେଳେ ଭାରତ ସରକାରଙ୍କ ପ୍ରଥମିକତା ରହିଆସିଛି ଓ ଏହାକୁ ଭିତ୍ତିକରି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ସେ ଆହୁରି କହିଛନ୍ତି ଯେ, ବିଭିନ୍ନ କିସମର ଫସଲ ଉତ୍ପାଦନ କରାଯାଇ ଚାଷୀମାନଙ୍କୁ ଅଧିକ ଲାଭ ଦିଆଯାଇପାରିବ, ଉଦାହରଣ ସ୍ୱରୂପ ତୈଳ ବୀଜ ଅଧିକ ଉତ୍ପାଦନ କରାଯାଇପାରିଲେ ଏହାର ଉଜ୍ଵଳ ଭବିଷ୍ୟତ ରହିଛି । କାରଣ ଭାରତ ପ୍ରାୟ 90 ହଜାର କୋଟି ଟଙ୍କା ଏହାର ଆମଦାନୀ ବାବଦକୁ ଖର୍ଚ୍ଚ କରିଥାଏ । ସେହିପରି ଧାନ, ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟରୁ ଇଥାନଲ ଉତ୍ପାଦନ ହେଲେ ଏହା ଚାଷୀମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବା ସହ ଦେଶର ଆମଦାନୀ ଖର୍ଚ୍ଚ ମଧ୍ୟ ରୋକାଯାଇପାରିବ । ଏହାଛଡା ଜୈବିକ ତୈଳ ମଧ୍ୟ ଅଧିକ ପରିମାଣରେ ପରିବେଶକୁ ସୁହାଇବ, ବୋଲି ସେ କହିଛନ୍ତି ।

 

**********


(रिलीज़ आईडी: 1631420) आगंतुक पटल : 273
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Manipuri , Punjabi , Tamil , Malayalam