ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାଦଚଲା ରାସ୍ତା ଥିବା ବଜାର ପାଇଁ ସାମଗ୍ରିକ ଯୋଜନା ସୁପାରିସ

• ଅଂଶୀଦାରଙ୍କ ସହିତ ପରାମର୍ଶ ପରେ ନିଷ୍ପତ୍ତି
• 10 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ରହିବ ଅତି କମରେ ତିନୋଟି ବଜାର
• 10 ଲକ୍ଷରୁ କମ ଜନସଂଖ୍ୟା ଥିବା ସହରରେ ଅତିକମରେ ଗୋଟିଏ ବଜାର ଚୟନ କରାଯିବ
• ଏସବୁ ବଜାରଗୁଡ଼ିକରେ ନିର୍ମିତ ହେବ ପାଦଚଲା ମାର୍ଗ

Posted On: 10 JUN 2020 1:20PM by PIB Bhubaneshwar

ଅଂଶୀଦାରଙ୍କ ସହିତ ପରାମର୍ଶ କରାଯିବା ପରେ ଦେଶର ବିଭିନ୍ନ ସହର ଏବଂ ନଗରପାଳିକା କ୍ଷେତ୍ରରେ ପଦଯାତ୍ରୀଙ୍କ ଅନୁକୂଳ ବଜାର ପ୍ରତିଷ୍ଠା ଲାଗି ଆବାସ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମଗ୍ରିକ ଯୋଜନା ସୁପାରିସ କରାଯାଇଛି ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଙ୍କର ମିଶ୍ରଙ୍କ ପକ୍ଷରୁ ସଂକ୍ରାନ୍ତରେ ସମସ୍ତ ରାଜ୍ୟ, ସହର, ନଗର ନିଗମକୁ ମାର୍ଗଦର୍ଶିକା ଜାରି କରାଯାଇଛି ଦଶ ଲକ୍ଷରୁ କମ ଜନସଂଖ୍ୟା ଥିବା ସହରରେ ଅତିକମରେ ଗୋଟିଏ ବଜାର ଏବଂ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ଅତିକମରେ ତିନୋଟି ବଜାର ଚୟନ କରିବା ଲାଗି ଏଥିରେ ପରାମର୍ଶ ଦିଆଯାଇଛି ଏସବୁ ବଜାରରେ ପାଦଚଲା ମାର୍ଗ ନିର୍ମାଣ କରାଯିବ

ବଜାରଗୁଡ଼ିକରେ ପାଦଚଲା ମାର୍ଗ ନିର୍ମାଣ ନିମନ୍ତେ ନିମ୍ନଲିଖିତ ଉପାୟ ସମ୍ପର୍କରେ ପରାମର୍ଶ ଦିଆଯାଇଛି

  1. ବଜାର ନିମନ୍ତେ ସ୍ଥାନ ଚୟନ- ଦଶଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ଅତିକମରେ ତିନୋଟି ବଜାର ପାଇଁ ସ୍ଥାନ ଚୟନ କରାଯାଇପାରିବ ଏବଂ ଏଥିରେ ପାଦଚଲା ମାର୍ଗ ନିର୍ମାଣ ନିମନ୍ତେ ଅଧିସୂଚିତ କରାଯାଇପାରିବ ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ସହରରେ ଗୋଟିଏ ବଜାର ପାଇଁ ସ୍ଥାନ ଚୟନ କରାଯାଇପାରିବ
  2. କ୍ଷେତ୍ର ନିମନ୍ତେ ସାମଗ୍ରିକ ଯୋଜନା : ପାଦଚଲା ଯାତ୍ରୀଙ୍କ ପାଇଁ ଅନୁକୂଳ ବଜାର ନିର୍ମାଣ କରିବାର ଯୋଜନା ବିକ୍ରେତା, ନଗରପାଳିକା ଅଧିକାରୀ, ଯାତାୟାତ, ପୋଲିସ, ପାର୍କିଂ ସୁବିଧା ଉପଲବ୍ଧ କରାଉଥିବା ମାଲିକ, ଦୋକାନ ମାଲିକ ଏବଂ ଉପଭୋକ୍ତାଙ୍କ ସହିତ ପରାମର୍ଶ କରି ପ୍ରସ୍ତୁତ କରାଯାଇପାରିବ ଏଥିପାଇଁ ବର୍ତ୍ତମାନ ପରିଦୃଶ୍ୟରେ ବଜାର ଉପଯୋଗ କରୁଥିବା ବିଭିନ୍ନ ଅଂଶୀଦାରଙ୍କ ଦ୍ବାରା ଉପଯୁକ୍ତ ସର୍ବେକ୍ଷଣ କରାଯିବାର ଆବଶ୍ୟକତା ରହିଛି ଯାତାୟାତ ନିମନ୍ତେ ଏକ ଦିଶା-ନିର୍ଦ୍ଦେଶିତ ଯୋଜନା ପ୍ରସ୍ତୁତ କରିବାକୁ ହେବ ପାଦରେ ଚାଲିବା ଲାଗି ଏପରି ଉଚିତ ମାର୍ଗ ପ୍ରସ୍ତୁତ କରାଯିବ ଯେଉଁଥିରେ ବଜାରକୁ ଆସୁଥିବା ଲୋକମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିବା (ସୋସିଆଲ ଡିଷ୍ଟାନ୍ସିଂ)ର ନିୟମର ପାଳନ କରିପାରିବେ ଗଛ ଅନ୍ୟାନ୍ୟ ସବୁଜିମାକୁ ଅକ୍ଷୂର୍ଣ୍ଣ ରଖି ଯୋଜନା ପ୍ରସ୍ତୁତ କରାଯାଇପାରିବ ଯୋଜନାରେ ବିକ୍ରି ସ୍ଥାନ, ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ଶୌଚାଳୟ ସୁବିଧା ପ୍ରତି ଧ୍ୟାନ ଦିଆଯିବ ଯୋଜନାରେ ଚୟ଼ନ କରାଯାଇଥିବା ବଜାର କ୍ଷେତ୍ର ଆଖପାଖ ଅଞ୍ଚଳରେ ସାଧାରଣ ଲୋକମାନଙ୍କ ପାଇଁ ଆଲୋଚନା କରିବା ସ୍ଥାନ ଏବଂ କମ ଉପଯୋଗ ହେଉଥିବା ସର୍ବସାଧାରଣ ସ୍ଥାନକୁ ମଧ୍ୟ ସାମିଲ କରାଯିବା ଆବଶ୍ୟକ ଥରେ ଏହି ଯୋଜନା ପ୍ରସ୍ତୁତ ହୋଇଗଲେ ସହରରେ ଦୁଇଟି ପର୍ଯ୍ୟାୟରେ ଲଘୁ ଅବଧି ଏବଂ ଦୀର୍ଘକାଳିନ ଅବଧିରେ କାର୍ଯ୍ୟାନ୍ଵୟନ ଆରମ୍ଭ କରାଯାଇପାରିବ
  3. ସ୍ଵଳ୍ପକାଳିନ ସୁପାରିସରେ ଏପରି ହସ୍ତକ୍ଷେପ ସାମିଲ ହେବ ଯାହାକି ତ୍ଵରିତ, ଅସ୍ଥାୟୀ, ଲାଗୁ କରିବାରେ ସହଜ ଏବଂ ଲକଡାଉନ ପରେ ଆଗନ୍ତୁତକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସକ୍ଷମ ହୋଇଥିବ ବଜାରକୁ ବ୍ୟାରିକେଡ, ବାହାନ ନିମନ୍ତେ ସଡ଼କ ବନ୍ଦ କରିବା ଭଳି ତ୍ଵରିତ ଅସ୍ଥାୟୀ ଉପାୟ ସହିତ ପୁନର୍ବ୍ୟବସ୍ଥିତ କରାଯାଇପାରିବ
  4. ରାସ୍ତାରେ ଚାଲିବା ଏବଂ ପ୍ରତୀକ୍ଷା କରିବା ଲାଗି ଆହୁରି ଅଧିକ ସ୍ଥାନ ଦେବା ନିମନ୍ତେ ଅନ ଷ୍ଟ୍ରିଟ ପାର୍କିଂ ସ୍ଥାନ କିମ୍ବା ମାଲ ଲୋଡ କରିବାର ମାର୍ଗକୁ ପୁଣିଥରେ ନିର୍ମାଣ କରାଯାଇପାରିବ
  5. ଯାତାୟାତକୁ ଆହୁରି ସୁଗମ କରିବା ଲାଗି ସହର ପ୍ରଶାସନ ଅତିରିକ୍ତ ସଡ଼କ ନିର୍ମାଣ ପାଇଁ ଯୋଜନା କରିପାରିବେ
  6. ସାଇକେଲ ଚାଳକମାନଙ୍କୁ ସମର୍ପିତ/ସ୍ଵତନ୍ତ୍ର ଭାବେ ନିର୍ଦ୍ଧାରିତ ମାର୍ଗରେ ଯିବା ଆସିବାର ଅନୁମତି ଦିଆଯାଇପାରିବ
  7. ଅଞ୍ଚଳବାସୀଙ୍କ ଯାତାୟାତ ନିମନ୍ତେ ମୋଟର ଗାଡ଼ି ପହଞ୍ଚିବାର ବ୍ୟବସ୍ଥା ସ୍ପଷ୍ଟ ଭାବେ ଚିହ୍ନିତ କରାଯିବା ଉଚିତ
  8. ନଗର ପ୍ରଶାସନ ବଜାରକୁ ଯାଇଥିବା ସଡ଼କ ପଥକୁ ଚଉଡ଼ା ମଧ୍ୟ କରିପାରିବେ
  9. ଲୋକମାନେ ସହଜରେ ବଜାରରେ ପହଞ୍ଚିବା ଲାଗି ବାରମ୍ବାର ବ୍ୟବହାର କରାଯାଉଥିବା ସାର୍ବଜନୀନ ମାର୍ଗକୁ ବିକଶିତ କରାଯାଇପାରିବ
  10. ଅସ୍ଥାୟୀ ସ୍ଵଳ୍ପକାଳିନ ଉପାୟ ସଠିକ ଭାବେ କାର୍ଯ୍ୟକାରୀ ହେଲେ ଦୀର୍ଘକାଳିନ ସ୍ଥାୟୀ ଭିତ୍ତିଭୂମି ବିକଶିତ କରାଯାଇପାରିବ

ସମୟସୀମା:

ବଜାରରେ ପାଦଚଲା ମାର୍ଗ ନିର୍ମାଣ ନିମନ୍ତେ ସିଟି ମାର୍କେଟ ସ୍ପେସ ଚୟନ 30 ଜୁନ, 2020 ସୁଦ୍ଧା କରାଯାଇପାରିବ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରି କ୍ଷେତ୍ର ଲାଗି ସାମଗ୍ରିକ ଯୋଜନା ଆସନ୍ତା 3 ମାସ ଅର୍ଥାତ 30 ସେପ୍ଟେମ୍ବର, 2020 ସୁଦ୍ଧା ପ୍ରସ୍ତୁତ କରାଯାଇପାରିବ ବିକ୍ରେତା ବଜାରର ଅନ୍ୟ ଉପଯୋଗକାରୀଙ୍କ ସର୍ବେକ୍ଷଣ 31 ଜୁଲାଇ, 2020 ସୁଦ୍ଧା ସମ୍ପୂର୍ଣ୍ଣ କରାଯାଇପାରିବ ସେପ୍ଟେମ୍ବର 2020 ଶେଷ ସୁଦ୍ଧା କାର୍ଯ୍ୟାନ୍ଵୟନ ଆରମ୍ଭ କରିବା ଲାଗି ଯୋଜନାକୁ ଔପଚାରିକ ରୂପ ଦିଆଯାଇପାରିବ

କୋଭିଡ-19 ମହାମାରୀ ଆମକୁ ଲୋକମାନଙ୍କ ପାଇଁ ସଡ଼କରେ କିଛି ନୂଆ କରିବାର ସୁଯୋଗ ଆଣି ଦେଇଛି ବଜାରଗୁଡ଼ିକୁ କୋଭିଡ-19 ଠାରୁ ସୁରକ୍ଷିତ ଏବଂ ଲୋକମାନଙ୍କ ଅନୁକୂଳ କରିବା ଲାଗି ଭାରତୀୟ ସହରର ବଜାରଗୁଡ଼ିକରେ ପାଦଚଲା ମାର୍ଗ ନିର୍ମାଣ ଉପରେ ଯୋଜନା କରିବା ବର୍ତ୍ତମାନ ସମୟର ଆବଶ୍ୟକତା

କୋଭିଡ-19 ମହାମାରୀ ବିଶ୍ବକୁ ଆସିବା ପୂର୍ବରୁ ଚେନ୍ନାଇ, ପୁଣେ ବେଙ୍ଗାଲୁରୁ ଭଳି କେତେକ ଭାରତୀୟ ସହରକୁ ପାଦଚଲା ଯାତ୍ରୀଙ୍କ ପାଇଁ ଅନୁକୂଳ କରାଯାଇସାରିଛି ବିଗତ ପାଞ୍ଚ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଚେନ୍ନାଇ ସହରରେ 100 କିମିରୁ ଅଧିକ ଲମ୍ବା ପାଦଚଲା ରାସ୍ତା ନିର୍ମାଣ କରାଯାଇସାରିଛି ଏଥିରେ ସହରର ବ୍ୟବସାୟିକ କେନ୍ଦ୍ରରେ ପାଦଚଲା ଯାତ୍ରୀ ପ୍ଲାଜା ମଧ୍ୟ ସାମିଲ ରହିଛି ସେହିପରି ପୁଣେରେ 400 କିମି ସାଇକେଲ ଅନୁକୂଳ ସଡ଼କ ନିର୍ମାଣର ପ୍ରସ୍ତାବ ରହିଛି

 

***********



(Release ID: 1630758) Visitor Counter : 245