ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଆଦିବାସୀମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ଲଘୁ ବନଜାତ ଦ୍ରବ୍ୟର ଅଧିକ ସହାୟକ ମୂଲ୍ୟ

Posted On: 09 JUN 2020 11:46AM by PIB Bhubaneshwar

କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ରାଜ୍ୟଗୁଡିକ ଗରିବ ଆଦିବାସୀ ଲୋକମାନଙ୍କ ଆୟ ବୃଦ୍ଧି ନେଇ ବିଭିନ୍ନ ପନ୍ଥା ନିର୍ଦ୍ଧାରଣ କରିବାରେ ଲାଗିଛନ୍ତି ଏହି ପରିପ୍ରେକ୍ଷୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଟ୍ରାଇଫେଡ ବିଭିନ୍ନ ରାଜ୍ୟଗୁଡିକୁ ଲଘୁ ବନଜାତ ଦ୍ରବ୍ୟର  ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପରାମର୍ଶ ଦେଇଛି । ସମ୍ବିଧାନରେ 275 (1) ଅନୁସାରେ କମ ସମୟ ମଧ୍ୟରେ ତ୍ଵରିତ ଆୟ ବୃଦ୍ଧିରେ ଏହା ସହାୟକ ହେବ । ଏହି ପରାମର୍ଶକୁ ବିଭିନ୍ନ ରାଜ୍ୟ ସମର୍ଥନ ଦେଉଛନ୍ତି । 17ଟି ରାଜ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ପ୍ରାୟ 50 କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହାକୁ ଦେଖି 7ଟି ରାଜ୍ୟର କେତେକ ଘରୋଇ ସଂସ୍ଥା ନ୍ୟୁନତମ ସହାୟକ ମୂଲ୍ୟର ଉର୍ଦ୍ଧ୍ଵରେ 400 କୋଟି ଟଙ୍କାର ବନଜାତ ଦ୍ରବ୍ୟ ସଂଗ୍ରହ କରିଛନ୍ତି ।

ସହାୟକ ମୂଲ୍ୟର ସମୟୋଚିତ ସଂଶୋଧନ ଘୋଷଣା ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଓ ଟ୍ରାଇଫେଡର ମିଳିତ ଉଦ୍ୟମ ଫଳରେ ଆଦିବାସୀମାନେ ଅଧିକ ଲାଭ ପାଇପାରିବେ । ଏଥିସହିତ 6ଟି ରାଜ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ 403 କୋଟି ଟଙ୍କା ବନ ଧନ ବିକାଶ କେନ୍ଦ୍ରକୁ ପ୍ରଦାନ କରିଛନ୍ତି । 7ଟି ରାଜ୍ୟ ସେମାନଙ୍କ ଯୋଜନା ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ଖୁବ ଶୀଘ୍ର ପ୍ରଦାନ କରିବେ ।

ଆଗରୁ ଆଦିବାସୀମାନଙ୍କ ଆୟ ବୃଦ୍ଧି ପାଇଁ ଆଦିବାସୀ ମନ୍ତ୍ରଣାଳୟ କେତେକ ପଦକ୍ଷେପ ଘୋଷଣା କରିଛି । ଲଘୁ ବନଜାତ ଦ୍ରବ୍ୟ ସାଧାରଣତଃ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ସର୍ବାଧିକ ସଂଗୃହିତ ହୋଇଥାଏ । ମନ୍ତ୍ରଣାଳୟ ସଂଗ୍ରହକାରୀଙ୍କ ପାଖରୁ ସିଧାସଳଖ ସାମଗ୍ରୀ କିଣିବା ଓ ଏହାର ବିପଣନ ପାଇଁ ଆଗରୁ ମାର୍ଗଦର୍ଶିକା ଜାରି କରିଛି ।

ଚଳିତ ବର୍ଷ ମେ’ ପହିଲା ଦିନ ସରକାର 50ଟି ଲଘୁ ବନଜାତ ଦ୍ରବ୍ୟର ସଂଶୋଧିତ ସହାୟକ ମୂଲ୍ୟରେ ଶତକଡା 30 ରୁ 90 ଭାଗ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି, ଯାହାକି ଆଦିବାସୀ ସଂଗ୍ରହକାରୀମାନଙ୍କ ଆୟ ବୁଦ୍ଧିରେ ସହାୟକ ହେବ । ଏହାଛଡା 23 ପ୍ରକାର ଅନ୍ୟାନ୍ୟ ଜିନିଷ ଲଘୁ ବନଜାତ ସାମଗ୍ରୀରେ ସାମିଲ ହୋଇଛି । ଏଗୁଡିକ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କୃଷି ଓ ଉଦ୍ୟାନ କୃଷି ସାମଗ୍ରୀ ଅନ୍ତର୍ଭୁକ୍ତ । ଏସବୁ ପଦକ୍ଷେପ ଆଦିବାସୀମାନଙ୍କ ଆୟ ବୃଦ୍ଧିରେ ବିଶେଷ ସହାୟକ ହେବ

**********



(Release ID: 1630527) Visitor Counter : 203