ପ୍ରତିରକ୍ଷା ମନ୍ତ୍ରଣାଳୟ

ଅପରେସନ ସମୁଦ୍ର ସେତୁ –ମାଳଦୀପରୁ 700 ଭାରତୀୟଙ୍କ ସହିତ ତୁତିକୋରିନ ପହଞ୍ଚିଲା ଆଇଏନଏସ ଜଳଶ୍ଵ

ପୋଷ୍ଟ କରାଯିବା ଦିନାଙ୍କ: 07 JUN 2020 7:31PM by PIB Bhubaneswar

ଅପରେସନ ସମୁଦ୍ର ସେତୁପାଇଁ ନିୟୋଜିତ ଭାରତୀୟ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ମାଳଦୀପର ମାଲେରୁ 700 ଭାରତୀୟ ନାଗରିକଙ୍କୁ ନେଇ ଆଜି (07.06.2020) ତୁତିକୋରିନ ବନ୍ଦରରେ ପ୍ରବେଶ କରିଛି ଏପର୍ଯ୍ୟନ୍ତ ବନ୍ଦେ ଭାରତ ମିଶନର ଅଂଶ ଭାବେ ଆଇଏନଏସ ଜଳଶ୍ଵ ମାଳଦୀପ ଏବଂ ଶ୍ରୀଲଙ୍କାରୁ 2672 ଭାରତୀୟ ନାଗରିକଙ୍କୁ ଭାରତକୁ ଫେରାଇ ଆଣିଛି । 

ବନ୍ଦେ ଭାରତ ମିଶନ ଦ୍ୱାରା ଭାରତୀୟ ନାଗରିକଙ୍କ ଯାତ୍ରା ମାଳଦୀପରୁ ଆରମ୍ଭ ହୋଇଥିଲା  ଆବଶ୍ୟକ ଡାକ୍ତରୀ ପରୀକ୍ଷା ପରେ ଭାରତୀୟମାନେ ଜାହାଜରେ ଯାତ୍ରା କରିଥିଲେ କୋଭିଡ ସମ୍ବନ୍ଧୀୟ ସୁରକ୍ଷା ନିୟମଗୁଡିକ ମଧ୍ୟ ସମୁଦ୍ର ଯାତ୍ରା ସମୟରେ କଡାକଡି ଭାବରେ ପାଳନ କରାଯାଇଥିଲା

ଯାତ୍ରୀମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ତୁତିକୋରିନଠାରେ ସ୍ଵାଗତ କରିଥିଲେ ଏବଂ ଶୀଘ୍ର ଅବତରଣ, ସ୍ୱାସ୍ଥ୍ୟ ପରୀକ୍ଷା, ଇମିଗ୍ରେସନ ଏବଂ ଯାତ୍ରୀଙ୍କ ପରିବହନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା

ବର୍ତ୍ତମାନର ମହାମାରୀ ସମୟରେ ଏହି ଫେରନ୍ତାଙ୍କ ସହିତ ଭାରତୀୟ ନୌସେନା ମାଳଦୀପ ଏବଂ ଶ୍ରୀଲଙ୍କାରୁ 2874 ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣିଛି

 

**********


(ରିଲିଜ ଆଡି: 1630108) ପରିଦର୍ଶକ କାଉଣ୍ଟର : 304