ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ପରିବେଶ କ୍ଷେତ୍ରରେ ଭାରତ ଓ ଭୂଟାନ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

प्रविष्टि तिथि: 03 JUN 2020 5:10PM by PIB Bhubaneshwar

ପରିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଭାରତ ଓ ଭୂଟାନ ସରକାରଙ୍କ ମଧ୍ୟରେ ମୁଝାମଣାକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି

ଏହି ବୁଝାମଣା ଉଭୟ ଦେଶ ମଧ୍ୟରେ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦ ପରିଚାଳନା କ୍ଷେତ୍ରରେ ଦୃଢ ଓ ଦୀର୍ଘସୂତ୍ରୀ ସହଯୋଗ ସ୍ଥାପନରେ ସହାୟକ ହେବ

ଉଭୟ ଦେଶର ଆଗ୍ରହ ଓ ଆବଶ୍ୟକତା ଅନୁଯାୟୀ ନିମ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ବୁଝାମଣା ହେବ

· ବାୟୁ

· ବର୍ଜ୍ୟବସ୍ତୁ

· ରାସାୟନିକ ପରିଚାଳନା

· ଜଳବାୟୁ ପରିବର୍ତ୍ତନ

· ଉଭୟ ଦେଶଙ୍କ ସହମତି ଅନୁଯାୟୀ ଅନ୍ୟ ଯେ କୌଣସି ବିଷୟ

ଏହି ବୁଝାମଣା ସ୍ଵାକ୍ଷରିତ ତାରିଖଠାରୁ 10 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଉଭୟ ପକ୍ଷର ସରକାରୀ ଓ ଗବେଷଣା ପ୍ରତିଷ୍ଠାନ ଏବଂ ବେସରକାରୀ ସଂସ୍ଥାମାନଙ୍କୁ ପରସ୍ପର ସହଯୋଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯିବ ।  ଏହି ବୁଝାମଣା ଫଳରେ ଦୁଇ ଦେଶ ମଧ୍ୟରେ ଗବେଷଣା ଲବ୍ଧ ଜ୍ଞାନ, ଅନୁଭୂତି ଓ ଉତ୍ତମ କାର୍ଯ୍ୟଶୈଳୀର ଆଦାନପ୍ରଦାନ ଘଟିବ ଯାହାକି ଦୀର୍ଘସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରିବା ଲାଗି ସହାୟକ ହେବ ।

 

**********


(रिलीज़ आईडी: 1629131) आगंतुक पटल : 340
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu