ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

କରୋନା ଯୋଗୁ ଦୟନୀୟ ସ୍ଥିତିରେ ଥିବା ଆଦିବାସୀ କାରିଗରମାନଙ୍କୁ ସହାୟତାର ହାତ ବଢାଇଲା ଟ୍ରାଇଫେଡ

• ଆଦିବାସୀମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଉପରେ ଆକର୍ଷଣୀୟ ଡ଼ିସକାଉଣ୍ଟ

Posted On: 02 JUN 2020 4:57PM by PIB Bhubaneshwar

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଟ୍ରାଇଫେଡ କୋଭିଡ-19 ଯୋଗୁ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଆଦିବାସୀ କାରିଗରମାନଙ୍କ ପାଇଁ ସହାୟତାର ହାତ ବଢାଇଛି ଟ୍ରାଇବ୍ସ ଇଣ୍ଡିଆ ପାଇକାରୀ ଓ ଇ-କମର୍ସ ପ୍ଲାଟଫର୍ମ www.tribesindia.com ଜରିଆରେ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀର ବିକ୍ରୀବଟା ପାଇଁ ଘୋଷଣା କରିଛି ଦେଶବ୍ୟାପୀ ଥିବା ଏହାର ପାଇକାରୀ ବିକ୍ରୟ କେନ୍ଦ୍ର ଓ ବହୁଳ ବିକ୍ରି ଜରିଆରେ ଉତ୍ପାଦିତ ଓ  ପ୍ରସ୍ତୁତ ସାମଗ୍ରୀଗୁଡିକର ବିପଣନ ପାଇଁ ମଧ୍ୟ ସ୍ଥିର କରିଛି । କୋଭିଡ-19 ଯୋଗୁଁ ବୈଶ୍ଵିକ ମହାମାରୀ କାଳରେ ଉଭୟ ପୁରୁଷ ଓ ମହିଳା କାରିଗରମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ହୃଦୟଙ୍ଗମ କରି ଟ୍ରାଇଫେଡ ସାମଗ୍ରୀଗୁଡ଼ିକର ବିକ୍ରିବଟା ସହ ଶତକଡା 100 ଭାଗ ସେହି କାରିଗରମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ଅନ୍ୟ ଯେଉଁ ପୋର୍ଟାଲ ଜରିଆରେ ସାମଗ୍ରୀଗୁଡିକ ବିକ୍ରି ହେଉଛି ସେଥିରେ ମଧ୍ୟ ଡ଼ିସକାଉଣ୍ଟ ଦେବା ପାଇଁ ଆଲୋଚନା ଜାରି ରଖିଛି । ଟ୍ରାଇଫେଡ ପକ୍ଷରୁ ନିୟମିତ ଭାବେ ଭିଡିଓ କଂଫରେନ୍ସ ସମ୍ମିଳନୀ କରାଯାଇ ଏହାର ସାମଗ୍ରୀ ଯୋଗାଣକାରୀମାନଙ୍କ ସହ ଯୋଗାଯୋଗ ରଖାଯାଉଛି । ଜାତୀୟ ଓ ଆଞ୍ଚଳିକ ଯୋଗାଣକାରୀ ସମ୍ମିଳନୀରେ ପ୍ରାୟ 5 ହଜାରରୁ ଅଧିକ ଆଦିବାସୀ କାରିଗର ଯୋଗଦେଇଥିଲେ ।

କୋଭିଡ-19 ମହାମାରୀ ଯୋଗୁଁ ଲକଡାଉନ ପରିପ୍ରେକ୍ଷୀରେ ଟ୍ରାଇଫେଡ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ଜରୁରିକାଳୀନ ଭିତ୍ତିରେ ସାମଗ୍ରୀଗୁଡିକୁ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଛି । ସାମାଜିକ ଦୂରତ୍ଵ ରକ୍ଷାକାରୀ ଟ୍ରାଇଫେଡ କାର୍ଯ୍ୟାଳୟ ପରିସର ମଧ୍ୟରେ ଯେପରି କାରିଗରମାନେ କାର୍ଯ୍ୟ କରିପାରିବେ ସେଥିପାଇଁ ପ୍ରଶାସନଠାରୁ ଅନୁମତି ଅଣାଯାଇଛି । କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଆବଶ୍ୟକ ପ୍ରତିଶୋଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କାରିଗରମାନଙ୍କୁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ସାବୁନ, ମାସ୍କ ଓ ସାନିଟାଇଜର ଇତ୍ୟାଦି ପ୍ରସ୍ତୁତ କରିବା ପାଇଁ ଟ୍ରାଇଫେଡ ସରକାରୀ ସଂସ୍ଥାଗୁଡିକ ଯେପରି ଏହି ଦରକାରୀ ସାମଗ୍ରୀ କିଣିବେ ସେଥିପାଇଁ ସେମାନଙ୍କୁ ନିବେଦନ କରୁଛି । ଏକ ମାନବିକ ଭଙ୍ଗୀ ପଦକ୍ଷେପ ସ୍ୱରୂପ ଆର୍ଟ ଅଫ ଲିଭିଙ୍ଗ ସହ ମିଶି ଟ୍ରାଇଫେଡ ନିକଟରେ 5 ହଜାର ଆଦିବାସୀ ପରିବାରଙ୍କୁ ମାଗଣା ରାସନ ମଧ୍ୟ ବଣ୍ଟନ କରିଛି ।  

 

**********



(Release ID: 1628740) Visitor Counter : 194