ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

2020-21 ନିମନ୍ତେ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ବ୍ୟାବିନେଟ ମଞ୍ଜୁରି

Posted On: 01 JUN 2020 5:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ 2020-21 ବର୍ଷ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି

2020-21 ବର୍ଷ ନିମନ୍ତେ ସରକାର ଖରିଫ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏହା ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀରେ ଅଧିକ ଲାଭ ପ୍ରଦାନ କରିବ ସବୁଠାରୁ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଅଳସି ମଞ୍ଜି ପାଇଁ କୁଇଣ୍ଟାଲ ପିଛା 755 ଟଙ୍କା, ରାଶି ପାଇଁ 370 ଟଙ୍କା, ବିରି ପାଇଁ 300 ଟଙ୍କା ଏବଂ ତୁଳା ପାଇଁ 275 ଟଙ୍କା ଧାର୍ଯ୍ୟ ହୋଇଛି । ଅଧିକରୁ ଅଧିକ କିସମର ଚାଷକୁ ଦୃଷ୍ଟିରେ ରଖି ଏହି ମୂଲ୍ୟ ବୃଦ୍ଧି କରାଯାଇଛି ।

ମାର୍କେଟିଂ ଋତୁ 2020-21 ଲାଗି ସମସ୍ତ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ-

Sl. No

Crops

Projected Cost* KMS 2020-21

MSP for Kharif 2020-21

Increase in MSP (Absolute)

 

Return over Cost (in %)

1

Paddy (Common)

1,245

1,868

53

 

50

2

Paddy (Grade A)^

-

1,888

53

 

-

3

Jowar (Hybrid)

1,746

2,620

70

 

50

4

Jowar (Maldandi)^

-

2,640

70

 

-

5

Bajra

1,175

2,150

150

 

83

6

Ragi

2,194

3,295

145

 

50

7

Maize

1,213

1,850

90

 

53

8

Tur (Arhar)

3,796

6,000

200

 

58

9

Moong

4,797

7,196

146

 

50

10

Urad

3,660

6,000

300

 

64

11

Groundnut

3,515

5,275

185

 

50

12

Sunflower Seed

3,921

5,885

235

 

50

13

Soybean (yellow)

2,587

3,880

170

 

50

14

Sesamum

4,570

6,855

370

 

50

15

Nigerseed

4,462

6,695

755

 

50

16

Cotton (Medium Staple)

3,676

5,515

260

 

50

17

Cotton (Long Staple)^

-

5,825

275

 

-

ଗତ ବଜେଟର ଘୋଷଣା ଅନୁଯାୟୀ ଏହି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି । ଚାଷୀମାନେ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଆକଳନ ଅନୁସାରେ ସର୍ବାଧିକ ମୂଲ୍ୟ ବାଜରାରେ ଶତକଡା 83 ଭାଗ ପାଉଥିବାବେଳେ ବିରିରେ ଶତକଡା 64 ଭାଗ, ମସୁରରେ ଶତକଡା 58 ଭାଗ ଏବଂ ମକାରେ ଶତକଡା 53 ଭାଗ । ଅନ୍ୟାନ୍ୟ ଫସଲ ପାଇଁ ଉତ୍ପାଦନ ଖର୍ଚ୍ଚ ଶତକଡା 50 ଭାଗ ଚାଷୀମାନଙ୍କୁ ମିଳିବ ।

ଦେଶର ଜୈବ ବିବିଧତା ସହିତ କୌଣସି ସାଲିସ ନକରି ଜଳବାୟୁ ପରିବର୍ତ୍ତନ ଅନୁସାରେ ବିଭିନ୍ନ କିସମର ଫସଲ ଓ ଅଧିକ ଉତ୍ପାଦନ ପାଇଁ ସରକାରଙ୍କ ନୀତି ରହିଛି । ସହାୟକ ମୂଲ୍ୟ ଓ ଶସ୍ୟ ସଂଗ୍ରହ ଯେପରି ଚାଷୀଙ୍କୁ ସୁହାଇବ ସେ ବ୍ୟବସ୍ଥା କରାଯାଇଛି । ଚାଷୀର ଉତ୍ପାଦନ ବାବଦ ଆୟ ସୁରକ୍ଷା ପାଇଁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ସରକାରଙ୍କ ଉତ୍ପାଦନ କେନ୍ଦ୍ରିକ ଧାରା ଆୟ କେନ୍ଦ୍ରିକ ଧାରାରେ ପରିବର୍ତ୍ତିତ ହୋଇଛି ।

ଗତ କିଛି ବର୍ଷ ମଧ୍ୟରେ ତୈଳବୀଜ, ଡାଲି ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ସହ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଚାହିଦା ଓ ଯୋଗାଣ ମଧ୍ୟରେ ସମତା ରକ୍ଷା କରିବାକୁ ବୈଷୟିକ ଜ୍ଞାନ ପ୍ରୟୋଗ ଓ ଅଧିକ ଉତ୍ପାଦନ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

ଏହିସବୁ ନୀତି ଅବଲମ୍ବନ କରି କୋଭିଡ-19 ଲକଡାଉନ କାଳରେ ଚାଷୀମାନଙ୍କୁ ସହାୟତା କରିବା ଭଳି ପଦକ୍ଷେପ ନିଆଯାଇଛି । ସେମାନଙ୍କ କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ପ୍ରଚେଷ୍ଟା କରାଯାଉଛି । ପ୍ରତ୍ୟକ୍ଷ ବିପଣନ ବ୍ୟବସ୍ଥାରେ ଚାଷୀଙ୍କ ଠାରୁ ସିଧାସଳଖ ସାମଗ୍ରୀ କ୍ରୟ, ସମବାୟ ବ୍ୟବସ୍ଥା ଓ ଏପିଏମସି କମିଟି ଆକ୍ଟର ସର୍ବନିମ୍ନ ପ୍ରୟୋଗ ଇତ୍ୟାଦି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି ।

ଏହାଛଡା ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ 2018ରେ ଘୋଷଣା କରାଯିବା ଯୋଗୁଁ ଏହା ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦନର ଯଥାର୍ଥ ମୂଲ୍ୟ ପ୍ରଦାନ କରିବାରେ ସହାୟକ ହୋଇଛି । ଏହି ଅମ୍ବ୍ରେଲା ଯୋଜନାର ତିନୋଟି ଉପଯୋଜନା ରହିଛି । ସେଗୁଡିକ ହେଲା – ମୂଲ୍ୟ ସହାୟକ ଯୋଜନା, ଅଭାବୀ ମୂଲ୍ୟ ପଇଠ ଯୋଜନା ଓ ଘରୋଇ ସଂଗ୍ରହ ଏବଂ ଷ୍ଟକିଷ୍ଟ ଯୋଜନା ।

ଏହାବ୍ୟତୀତ ଲକଡାଉନ କାଳରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଯୋଗୁଁ ମାର୍ଚ୍ଚ 24ରୁ ଏପର୍ଯ୍ୟନ୍ତ 8.89 କୋଟି ଚାଷୀ ପରିବାର ଉପକୃତ ହୋଇଛନ୍ତି ଏବଂ ଏବାବଦ 17,793 କୋଟି ଟଙ୍କା ମଞ୍ଜୁର ହୋଇଛି ।

କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ଉପୁଜିଥିବା ପରିସ୍ଥିତିରେ ଖାଦ୍ୟ ନିରାପତ୍ତା ଯୋଗାଇବା ପାଇଁ ସରକାର ଡାଲି ଜାତୀୟ ଶସ୍ୟ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଯୋଗ୍ୟ ବିବେଚିତ ପରିବାରକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଜରିଆରେ ପ୍ରାୟ 1,07,077.85 ଟନ ଡାଲି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି ।

 

**********



(Release ID: 1628443) Visitor Counter : 331