ରେଳ ମନ୍ତ୍ରଣାଳୟ

ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରାୟ 50 ଲକ୍ଷ ପ୍ରବାସୀ ଯାତ୍ରୀଙ୍କୁ 85 ଲକ୍ଷରୁ ଅଧିକ ମାଗଣା ଭୋଜନ ଏବଂ ପ୍ରାୟ 1.25 କୋଟି ପାଣି ବୋତଲ ବାଣ୍ଟିଛି ଭାରତୀୟ ରେଳ

• 28 ମେ’ 2020 ସୁଦ୍ଧା, ଦେଶର ବିଭିନ୍ନ ରାଜ୍ୟରୁ 3736 “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ

Posted On: 28 MAY 2020 7:50PM by PIB Bhubaneshwar

ଭାରତୀୟ ରେଳ ମେ’ 01, 2020ରୁ ଆଜିସୁଦ୍ଧା ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ପ୍ରବାସୀମାନଙ୍କୁ 85 ଲକ୍ଷରୁ ଅଧିକ ମାଗଣା ଭୋଜନ ଏବଂ ପ୍ରାୟ 1.25 କୋଟି ମାଗଣା ପାଣି ବୋତଲ ବଣ୍ଟନ କରିଛି ଏହି ଖାଦ୍ୟ ରେଳବାଇର ଆଇଆରସିଟିସି ଦ୍ଵାରା ପ୍ରସ୍ତୁତ କରାଯାଉଛି ଏବଂ ଏହା କ୍ଷେତ୍ରୀୟ ରେଳବାଇ ଦ୍ଵାରା ବଣ୍ଟା ଯାଉଛି । ସମସ୍ତ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ପ୍ରବାସୀମାନଙ୍କୁ ଖାଦ୍ୟ ଏବଂ ପାଣି ବୋତଲ ଯୋଗାଇ ଦିଆଯାଉଛି ଆଇଆରସିଟିସି ରେଳ ନିର ଜଳ ସହିତ ଯାତ୍ରା କରୁଥିବା ପ୍ରବାସୀମାନଙ୍କୁ ପୁରୀ ଆଚାର, ରୋଟୀ ଆଚାର, କଦଳୀ, ବିସ୍କୁଟ, କେକ, ଲୁଣୀ ବିସ୍କୁଟ, କେକ ନମକିନ, ଭେଜ ପଲଉ, ପାଓ ଭାଜି, ଲେମ୍ବୁ ଭାତ ଆଚାର, ଉପମା, ପୋହା ଆଚାର ଇତ୍ୟାଦି ଖାଦ୍ୟ ପ୍ରଦାନ କରୁଛି

ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅସହାୟ ଲୋକଙ୍କ ଯାତାୟାତ ପାଇଁ ଗୃହ ମନ୍ତ୍ରଣାଳୟର ଆଦେଶ ପରେ, ଭାରତୀୟ ରେଳବାଇ ମେପହିଲାରୁ ଶ୍ରମିକ ସ୍ପେଶାଲଟ୍ରେନ ଚଳାଚଳ କରୁଛି ମେ’ 28, 2020 ସୁଦ୍ଧା 3736 ଶ୍ରମିକ ସ୍ପେଶାଲଟ୍ରେନ ଦେଶର ବିଭିନ୍ନ ରାଜ୍ୟରୁ ଯାତ୍ରା କରିଥିବା ବେଳେ ପ୍ରାୟ 67ଟି ଟ୍ରେନ ଯାତ୍ରାପଥରେ ରହିଛି ଗତକାଲି (27.05.2020) 172 ଶ୍ରମିକ ସ୍ପେଶାଲ ଟ୍ରେନର ଚଳାଚଳ ହୋଇଥିଲା ଏବେସୁଦ୍ଧା ଗତ 27 ଦିନ ମଧ୍ୟରେ ପ୍ରାୟ 50 ଲକ୍ଷ ପ୍ରବାସୀଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ ପରିବହନ କରାଯାଇଛି ଏହା ଲକ୍ଷ୍ୟ କରାଯାଇଛି ଯେ, ଆଜି ଯାତାୟାତ କରୁଥିବା ଟ୍ରେନଗୁଡିକରେ ସେଭଳି ଭିଡର ପରିଲକ୍ଷିତ ହୋଇନାହିଁ

ଏହି 3736ଟି ଟ୍ରେନ ବିଭିନ୍ନ ରାଜ୍ୟରୁ ଯାତ୍ରା ଆରମ୍ଭ କରିଥିଲା ସବୁଠାରୁ ଅଧିକ ଟ୍ରେନ ଯାତ୍ରା ଆରମ୍ଭ କରିଥିବା 5ଟି ପ୍ରମୁଖ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଗୁଜରାଟ – 979, ମହାରାଷ୍ଟ୍ର – 695, ପଞ୍ଜାବ – 397, ଉତ୍ତରପ୍ରଦେଶ – 263 ଏବଂ ବିହାର – 263

ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଦେଶର ବିଭିନ୍ନ ରାଜ୍ୟକୁ ଯାତ୍ରା କରିଥିଲା । ସବୁଠାରୁ ଅଧିକ 5ଟି ରାଜ୍ୟକୁ ଯାଇଥିବା ଟ୍ରେନଗୁଡିକର ସଂଖ୍ୟା ହେଲା ଉତ୍ତରପ୍ରଦେଶ – 1520, ବିହାର – 1296, ଝାଡଖଣ୍ଡ – 167, ମଧ୍ୟପ୍ରଦେଶ – 121 ଏବଂ ଓଡିଶା – 139

ଶ୍ରମିକ ସ୍ପେଶାଲ ଟ୍ରେନକୁ ଛାଡି ଭାରତୀୟ ରେଳ ବିଭିନ୍ନ ସ୍ଥାନରୁ ନୂଆଦିଲ୍ଲୀକୁ 15 ଯୋଡା ଟ୍ରେନ ଚଲାଉଛି ଏବଂ ଜୁନ ପହିଲାରୁ ଆହୁରି ଅଧିକ 200 ଟ୍ରେନ ଚଳାଇବାର ଯୋଜନା ରଖିଛି ।

**********



(Release ID: 1627524) Visitor Counter : 280