ଅର୍ଥ ମନ୍ତ୍ରଣାଳୟ

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିତ୍ତୀୟ ସ୍ଥିରତା ଏବଂ ବିକାଶ ପରିଷଦ (ଏଫଏସଡିସି)ର 22ତମ ବୈଠକ ଅନୁଷ୍ଠିତ

Posted On: 28 MAY 2020 5:42PM by PIB Bhubaneshwar

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ବିତ୍ତୀୟ ସ୍ଥିରତା ଓ ବିକାଶ ପରିଷଦ (ଏଫଏସଡିସି)ର 22ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ମଧ୍ୟ ଅଂଶଗ୍ରହଣ କରିଥିଲେ। ଅର୍ଥ ତଥା ରାଜସ୍ବ ବିଭାଗ ସଚିବ ଶ୍ରୀ ଅଜୟ ଭୂଷଣ ପାଣ୍ଡେ, ଆର୍ଥିକ ବ୍ୟାପାର ବିଭାଗ ସଚିବ ଶ୍ରୀ ତରୁଣ ବଜାର, ବିର୍ତ୍ତୀୟ ସେବା ବିଭାଗ ସଚିବ ଶ୍ରୀ ଦେବାଶିଷ ପଣ୍ଡା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ ପ୍ରକାଶ ସାହନୀ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଶ୍ରୀ ଇଞ୍ଜେଟି ଶ୍ରୀନିବାସ, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. କୃଷ୍ଣମୂର୍ତ୍ତି ବି. ସୁବ୍ରମଣ୍ୟମ, ଭାରତୀୟ ପ୍ରତିଭୂତି ଏବଂ ନିୟାମକ ବୋର୍ଡ(ସେବି) ଅଧ୍ୟକ୍ଷ ଅଜୟ ତ୍ୟାଗୀ, ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଶ୍ରୀ ସୁଭାଷ ଚନ୍ଦ୍ର ଖୁଣ୍ଟିଆ, ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏର) ଅଧ୍ୟକ୍ଷ ଶ୍ରୀ ସୁପ୍ରିତମ ବନ୍ଦୋପାଧ୍ୟା ଏବଂ ଭାରତୀୟ ଦେବାଳିଆ ଏବଂ ଦେବାଳିଆପଣ ବୋର୍ଡ (ଆଇଡିବିଆଇ)ର ଅଧ୍ୟକ୍ଷ ଡ. ଏମଏସ ସାହୁଙ୍କ ସମେତ ଭାରତ ସରକାର ତଥା ବିର୍ତ୍ତୀ କ୍ଷେତ୍ର ନିୟାମକଗୁଡ଼ିକର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏହି ବୈଠକରେ ବର୍ତ୍ତମାନର ବୈଶ୍ୱିକ ଏବଂ ଘରୋଇ ବୃହତ ଆର୍ଥିକ ସ୍ଥିତି, ବିତ୍ତୀୟ ସ୍ଥିରତା ଏବଂ ଦୁର୍ବଳତା ସଂକ୍ରାନ୍ତ ପ୍ରସଙ୍ଗ, ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥାନ ସମ୍ମୁଖରେ ଦେଖାଦେଇଥିବା ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିସହିତ ନିୟାମକ ଏବଂ ନୀତିଗତ ଉପାୟ, ଏନବିଏଫସି/ଏଚଏଫସି/ଏମଏଫଆଇର ତରଳତା/ଦେବାଳିଆ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ଅନ୍ୟ ସମ୍ପୃକ୍ତ ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା। ଏହାବ୍ୟତୀତ ବଜାରରେ ଅସ୍ଥିରତା, ଘରୋଇ ସ୍ତରରେ ସମ୍ବଳ ସଂଗ୍ରହ ଏବଂ ପୁଞ୍ଜି ପ୍ରବାହ ସହ ଜଡ଼ିତ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା।

କୋଭିଡ-19 ମହାମାରୀ ସଙ୍କଟ ବୈଶ୍ବିକ ଆର୍ଥିକ ପ୍ରଣାଳୀର ସ୍ଥିରତା ଲାଗି ଏକ ଗମ୍ଭୀର ବିପଦ କାରଣ ସଙ୍କଟର ସମ୍ଭାବ୍ୟ ଅନ୍ତିମ ପ୍ରଭାବ ଏବଂ ଅଥର୍ବ୍ୟବସ୍ଥାର ସୁଧାର ଆସିବାର ସମୟ ବର୍ତ୍ତମାନ ସୁଦ୍ଧା ଅନିଶ୍ଚିତ ବୋଲି ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା। ମହାମାରୀର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ନିଆଯାଇଥିବା ନିର୍ଣ୍ଣାୟକ ମୌଦ୍ରିକ ଓ ରାଜକୋଷୀୟ ନୀତିଗତ ପଦକ୍ଷେପ ଦ୍ଵାରା ସ୍ଵଳ୍ପାବଧିରେ ନିବେଶକ ଭାବନାରେ ସ୍ଥିରତା ଆସିପାରିଛି। ତେବେ ବିତ୍ତୀୟସ୍ଥିତି ଉପରେ ସରକାର ଏବଂ ସମସ୍ତ ନିୟାମକ ନିରନ୍ତର ଦୃଷ୍ଟି ରଖିବା ଉଚିତ । କାରଣ ମଧ୍ୟମ ଏବଂ ଦୀର୍ଘଅବଧିରେ ବିତ୍ତୀୟ ଦୁର୍ବଳତା ସାମ୍ନାକୁ ଆସିପାରେ। ବିତ୍ତୀୟ ବଜାରରେ ଅବ୍ୟବସ୍ଥାର ଲମ୍ବା ସମୟରୁ ସୁରକ୍ଷା ଦେବା ଦିଗରେ ସରକାର ଓ ନିୟାମକମାନେ ପ୍ରୟାସ କରୁଛନ୍ତି।

ମହାମାରୀ କାରଣରୁ ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥାରେ ଜୀବନ୍ୟାସ କରିବା ଲାଗି ସହାୟତା ନିମନ୍ତେ ନିକଟରେ ସରକାର ଓ ନିୟାମକ ସଂସ୍ଥାଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପରିଷଦ ବୈଠକରେ ଉଲ୍ଲେଖ କରାଯାଇଥିଲା। ଆର୍ଥିକ କ୍ଷତିକୁ ଆରମ୍ଭରୁ ସୀମିତ ରଖିବା ଲାଗି ସରକାର ଓ ଆରବିଆଇ ପକ୍ଷରୁ ବିଭିନ୍ନ ରାଜକୋଷ ଏବଂ ମୌଦ୍ରିକ ଉପାୟ ଘୋଷଣା କରାଯାଇଛି। ଆଗକୁ ମଧ୍ୟ ଆର୍ଥିକ ସଂସ୍ଥାନଗୁଡ଼ିକୁ ନଗଦ ପ୍ରବାହ ଓ ପୁଞ୍ଜି ସମ୍ବନ୍ଧିୟ ଆବଶ୍ୟକତାକୁ ପୂରଣ କରାଯିବା ପ୍ରତି ଧ୍ୟାନ ଦିଆଯିବ।

ଏଫଏସଡିସି ପକ୍ଷରୁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ମଧ୍ୟ ସଦସ୍ୟମାନେ ସମୀକ୍ଷା କରିଥିଲେ

***********

 



(Release ID: 1627497) Visitor Counter : 169