ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ବର୍ଷାଦିନ ପୂର୍ବରୁ ଜାତୀୟ ରାଜପଥଗୁଡିକୁ ଭଲ ଅବସ୍ଥାରେ ରଖିବା ପାଇଁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତତ୍ପରତା

Posted On: 27 MAY 2020 5:02PM by PIB Bhubaneshwar

ବର୍ଷା ଋତୁ ପୂର୍ବରୁ ଜାତୀୟ ରାଜପଥଗୁଡିକୁ ଠିକ ଅବସ୍ଥାରେ ରଖିବା ପାଇଁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ଏହାର ଆଞ୍ଚଳିକ ଅଧିକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ରକ୍ଷଣାବେକ୍ଷଣ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜୁନ 30 ତାରିଖ ସୁଦ୍ଧା ରାଜପଥଗୁଡିକୁ ଯାନବାହାନ ପରିବହନକ୍ଷମ ଓ ଆବଡାଖାବଡା ବିହୀନ କରିବା ପାଇଁ ସମୟୋଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଏନଏଚଏଆଇ ଏହାର ଆଞ୍ଚଳିକ ଅଧିକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନୂତନ ମାର୍ଗଦର୍ଶିକା ଜାରି କରି କେଉଁ କେଉଁ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବ ସେହି ଅନୁସାରେ ରକ୍ଷଣାବେକ୍ଷଣା କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ବିଧିବଦ୍ଧ ଯୋଜନା କରି ସେଗୁଡିକୁ ସମୟାନୁଯାୟୀ ତ୍ୱରାନ୍ୱିତ କରିବା ପାଇଁ ମାର୍ଗଦର୍ଶିକାରେ କୁହାଯାଇଛି ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ପାଇଁ ତତ୍କାଳ ନିଷ୍ପତ୍ତି ନେବାକୁ ଏନଏଚଏଆଇର ପ୍ରକଳ୍ପ ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ଆର୍ଥିକ କ୍ଷମତା ଦିଆଯାଇଛି ବୈଷୟିକ ଜ୍ଞାନଯୁକ୍ତ ସର୍ଭେ ପଦ୍ଧତି ଅନୁସରଣ କରି ରାଜପଥର ରକ୍ଷଣାବେକ୍ଷଣ ଆକଳନ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ସମୟାନୁବର୍ତ୍ତିକା ଅନୁସରଣ କରି ରକ୍ଷଣାବେକ୍ଷଣ କାର୍ଯ୍ୟ ପ୍ରଗତିର ନିୟମିତ ତଦାରଖ କରିବା ସହ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏନଏଚଏଆଇ ମୁଖ୍ୟାଳୟ ରକ୍ଷଣାବେକ୍ଷଣ ପ୍ରଗତି ସମ୍ପର୍କରେ ଏହାର ପ୍ରକଳ୍ପ ପରିଚାଳନା ସଫ୍ଟୱେର ଜରିଆରେ କାର୍ଯ୍ୟକଳାପର ଗତିବିଧି ଉପରେ ନଜର ରଖିବ ମରାମତି ପୂର୍ବ ଓ ପରର କାର୍ଯ୍ୟ ତଥା ଏହାର ସବିଶେଷ ବିସ୍ତୃତ ତଥ୍ୟ ସଫ୍ଟୱେର ଯୋଗେ ଅପଲୋଡ କରିବା ପାଇଁ ସୂଚନା ଦିଆଯାଇଛି ।

 

**********



(Release ID: 1627298) Visitor Counter : 221