ବୟନ ଶିଳ୍ପ ମନ୍ତ୍ରଣାଳୟ

ନଅଟି ପରୀକ୍ଷାଗାରରେ ପିପିଇ କଭରଅଲର ପ୍ରୋଟୋଟାଇପ୍‌ ନମୁନା ପରୀକ୍ଷଣ ଏବଂ ସାର୍ଟିଫିକେଟ ପ୍ରଦାନ ବ୍ୟବସ୍ଥା

• ଏହି ପରୀକ୍ଷଣର ମାନ ଡବ୍ଲୁଏଚଓ ଦ୍ୱାରା କୋଭିଡ଼-19 ପାଇଁ ନିର୍ଦ୍ଦେଶିତ ଗାଇଡ଼ ଲାଇନ୍‌ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବୈଷୟିକ ମାନ ସଙ୍ଗେ ସମାନ

Posted On: 26 MAY 2020 5:48PM by PIB Bhubaneshwar

ସ୍ୱାସ୍ଥ୍ୟକର୍ମୀମାନଙ୍କ ନିରାପତ୍ତା ବ୍ୟବହାର ସକାଶେ ଏବେ ଗୁରୁତ୍ୱପୂର୍ଣ୍ଣ ପିପିଇ କଭରଅଲ୍ଭାରତରେ ପ୍ରସ୍ତୁତ କରାଯାଉଛିସେଥିପାଇଁ ପିପିଇ କଭରଅଲର ପ୍ରୋଟୋଟାଇପ୍ ନମୁନାଗୁଡ଼ିକୁ ବିଧିବଦ୍ଧ ଭାବେ ଦେଶର ନଅଟି ସ୍ୱୀକୃତ ପରୀକ୍ଷାଗାରରେ ପରୀକ୍ଷା କରାଯାଉଛିସେପରି ପରୀକ୍ଷା ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବୈଷୟିକ ମାନ ଅନୁସାରେ କରାଯାଉଛିପୁନଶ୍ଚ, ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଜାରି ଗାଇଡ଼ ଲାଇନକୁ ମଧ୍ୟ ବିଧିବଦ୍ଧ ଭାବେ ଅନୁସରଣ କରାଯାଉଛିଏଥିପାଇଁ ISO 16603 କ୍ଲାସନ-3 ପରୀକ୍ଷଣ ମାନ ଅବଲମ୍ବନ କରାଯାଉଛିଏଭଳି ପିପିଇ କଭରଅଲକୁ ‘Synthetic Blood Penetration Resistance Test’  କରାଯାଉଛିଏହି ପିପିଇ କଭରଅଲକୁ ଏପରି ଭାବେ ଡ଼ିଜାଇନ୍କରାଯାଇଛି ଯାହା ମଧ୍ୟଦେଇ କୌଣସି ପ୍ରକାର ତରଳ ପଦାର୍ଥ କିମ୍ବା ଏରୋସୋଲ ପାର୍ଟିକିଲ୍ପ୍ରବେଶ କରିପାରିବନାହିଁ ଏବଂ ଏହାକୁ ପରିଧାନ କରିଥିବା ବ୍ୟକ୍ତି ସଂପୂର୍ଣ୍ଣ ସୁରକ୍ଷିତ ରହିବ

ଏଥିପାଇଁ ସମସ୍ତ ସରକାରୀ ସଂଗ୍ରହକାରୀ ଏଜେନ୍ସି ଏବଂ ଘରୋଇ ହସପିଟାଲମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ କେବଳ ସ୍ୱୀକୃତ ଏଜେନ୍ସିମାନଙ୍କ ଠାରୁ ଯେଉଁମାନଙ୍କର କଭରଅଲରେୟୁନିକ୍ସାର୍ଟିଫାଏଡ଼ କୋଡଚିହ୍ନ ଛାପା ଯାଇଥିବ କେବଳ ସେମାନଙ୍କ ଠାରୁ ଏଭଳି ଉପକରଣ କ୍ରୟ କରନ୍ତୁକ୍ରୟ ପୂର୍ବରୁ ସେମାନେ ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ୱେବ୍ଲିଙ୍କ୍‌ (www.texmin.nic.in) ଜରିଆରେ ସାର୍ଟିଫିକେଟ୍ପ୍ରାପ୍ତ ଉତ୍ପାଦନକାରୀମାନଙ୍କ ସଠିକତା ଯାଞ୍ଚ କରିବା ଆବଶ୍ୟକଅଧିକନ୍ତୁ ସଂଗ୍ରହକାରୀ ଏଜେନ୍ସିମାନେ ସମୟାନ୍ତରେ ତାହାର ରାଣ୍ଡମ୍ନମୁନା ସଂଗ୍ରହ କରି ସେସବୁକୁ ଏହି ନଅଟି ସ୍ୱୀକୃତ ପରୀକ୍ଷାଗାରରେ ପରୀକ୍ଷା କରାଇବା ଉଚିତସରକାରଙ୍କ ଦ୍ୱାରା ସ୍ୱୀକୃତ ପରୀକ୍ଷାଗାରଗୁଡ଼ିକର ବିସ୍ତୃତ ବିବରଣୀ  (www.texmin.nic.in) ୱେବସାଇଟରେ ଉପଲବ୍ଧ

 

***************



(Release ID: 1627182) Visitor Counter : 348