ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରିଆ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭାନ ଡର ବେଲେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 26 MAY 2020 7:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରିଆ ରାଷ୍ଟ୍ରପତି ମହାମହିମ ଡଃ ଆଲେକ୍ଜାଣ୍ଡର ଭାନ ଡର ବେଲେନଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ଘୂର୍ଣ୍ଣିବାତ୍ୟା ଅମ୍ଫନ ଦ୍ୱାରା ଭାରତରେ ହୋଇଥିବା କ୍ଷୟକ୍ଷତି ନେଇ ଅଷ୍ଟ୍ରିଆ ରାଷ୍ଟ୍ରପତି ସମବେଦନା ଜଣାଇଥିଲେ କୋଭିଡ-19 ମହାମାରୀର ଯୋଗୁଁ ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ପ୍ରତିକୂଳ ପ୍ରଭାବକୁ ପରିଚାଳନା କରିବା ଦିଗରେ ଉଭୟ ଦେଶରେ ନିଆଯାଇଥିବା ପଦକ୍ଷେପ ଉପରେ ଦୁଇନେତା ମତ ବିନିମୟ କରିଥିଲେ ବର୍ତ୍ତମାନର ଆହ୍ଵାନକୁ ମୁକାବିଲା କରିବା ଲାଗି ସେମାନେ ଅନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ଵାରୋପ କରିଥିଲେ

କୋଭିଡ ପରବର୍ତ୍ତୀ ସମୟରେ ଭାରତ-ଅଷ୍ଟ୍ରିଆ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଉଭୟ ନେତା ସେମାନଙ୍କର ସହଭାଗୀ ଇଚ୍ଛାକୁ ଦୋହରାଇଥିଲେ ଭିତ୍ତିଭୂମି, ପ୍ରଯୁକ୍ତି, ଗବେଷଣା, ନବସୃଜନ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ରହିଥିବା ଉନ୍ନତ ସହଯୋଗର ସୁଯୋଗକୁ ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ

ବର୍ତ୍ତମାନର ସ୍ୱାସ୍ଥ୍ୟ ସଙ୍କଟକୁ ବିଶ୍ୱ ଶୀଘ୍ର ଦୂର କରିବ, ଯାହାଫଳରେ ପରିବେଶର ସ୍ୱାସ୍ଥ୍ୟ ଭଳି ଦୀର୍ଘମିଆଦୀ ଚିନ୍ତାଧାରା ଉପରେ ଧ୍ୟାନ ଦେଇ ହେବ ବୋଲି ଦୁଇ ନେତା ଆଶା ପ୍ରକଟ କରିଥିଲେ

 

**********



(Release ID: 1627049) Visitor Counter : 207