PIB Backgrounder

ଗରିବ ଓ ବିକାଶଶୀଳ ରାଷ୍ଟ୍ର ନିମନ୍ତେ ଡିଜିଟାଲ ଇଣ୍ଡିଆର ସଫଳତା ଏକ ମାର୍ଗଦର୍ଶିକା : ରାଜ୍ୟଗୋଷ୍ଠୀ ମହାସଚିବ

प्रविष्टि तिथि: 24 MAY 2020 4:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ପରିଚାଳିତ ଡିଜିଟାଲ ଭାରତ କାର୍ଯ୍ୟକ୍ରମର ସଫଳତାକୁ ରାଜ୍ୟଗୋଷ୍ଠୀ ମହାସଚିବ ପାଟ୍ରିସିଆ ସ୍କଟଲାଣ୍ଡ ଭୂୟସୀ ପ୍ରଶଂସା କରିଛନ୍ତି ରାଜ୍ୟଗୋଷ୍ଠୀ ଅଧୀନରେ ଆସୁଥିବା ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡିକ ପାଇଁ ଏହି ସଫଳତା ଆଶାର ସଂଚାର କରିଛି ବୋଲି ସେ କହିଛନ୍ତି । ନିକଟରେ ଘରୋଇ ସମ୍ବାଦ ସଂସ୍ଥା ସହ ମତ ବିନିମୟ କାଳରେ ସେ କହିଛନ୍ତି ଯେ, ଭାରତର ସାଧାରଣ ଲୋକଙ୍କୁ ଡିଜିଟାଲ ସେବା ଯୋଗାଇବା ପଦକ୍ଷେପରେ ଅଧିକ ସଫଳତା ମିଳିପାରିଛି । ସେ ଆହୁରି କହିଛନ୍ତି ଯେ, ଆମର କ୍ଷୁଦ୍ର, ଗରିବ ଓ ବିକାଶମୁଖୀ ଦେଶଗୁଡିକ ଏଥିପାଇଁ ଉନ୍ନତ ରାଷ୍ଟ୍ରମାନଙ୍କ ସମକକ୍ଷ ହୋଇପାରିବେ କି ନାହିଁ, ସେଥିଲାଗି ସନ୍ଦେହ ରହିଥିଲା । ମାତ୍ର ଭାରତ ଯେପରି ସାଧାରଣ ଲୋକଙ୍କ ପାଇଁ ଏହାକୁ ଉପଯୋଗ କରିପାରିଛି ତାହା ସେମାନଙ୍କ ମଧ୍ୟରେ ଆଶାର ବାତାବରଣ ସୃଷ୍ଟି କରିଛି ।

ସେ ଆହୁରି କହିଛନ୍ତି ଯେ, ଗତ ଜାନୁଆରୀ ମାସରେ ଭାରତ ପରିଦର୍ଶନରେ ଆସିଥିବା ବେଳେ ଭାରତ ସରକାରଙ୍କ ମନ୍ତ୍ରୀ ଓ ବୈଷୟିକ ବିଶେଷଜ୍ଞମାନଙ୍କ ସହ ମତ ବିନିମୟ କରିଥିଲେ । ସେତେବେଳେ ତାଙ୍କର ଉଦବୋଧ ହୋଇଥିଲା ଯେ, ଭାରତ ପ୍ରକୃତରେ ସାଧାରଣ ଓ ଅବହେଳିତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା କରୁଛି । “ମୁଁ ଏହାକୁ ପୂର୍ଣ୍ଣପ୍ରାଣରେ ସ୍ଵାଗତ କରୁଛି”, ବୋଲି ସେ କହିଛନ୍ତି କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ସୂଚନା ତଥା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଏଦିଗରେ ଯୋଗଦାନକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାର ଉତରୋତ୍ତର ଉନ୍ନତି ଦିଗରେ ମନ୍ତ୍ରୀ ଶ୍ରୀ ପ୍ରସାଦଙ୍କ ପଦକ୍ଷେପ ପ୍ରଶଂସନୀୟ ଓ ସେ ରାଜ୍ୟଗୋଷ୍ଠୀର ଅନ୍ୟାନ୍ୟ ଦେଶଗୁଡିକ ପାଇଁ ଏକ ଆଲୋକ ବର୍ତ୍ତିକା ସଦୃଶ୍ୟ ବୋଲି କହିଛନ୍ତି ।

 

**********


(रिलीज़ आईडी: 1626634) आगंतुक पटल : 346
इस विज्ञप्ति को इन भाषाओं में पढ़ें: Punjabi , English , Urdu , हिन्दी , Marathi , Manipuri , Tamil , Telugu , Malayalam