ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 23 MAY 2020 2:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ଗୋଟାବାୟା ରାଜପକ୍ଷଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଉଭୟ ନେତା ନିଜ ନିଜ କ୍ଷେତ୍ରରେ କୋଭିଡ-19 ମହାମାରୀର ବର୍ତ୍ତମାନ ପରିସ୍ଥିତି ଏବଂ ଏହାଦ୍ଵାରା ଉପୁଜିଥିବା ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ

ମହାମାରୀ ପ୍ରଭାବକୁ ପ୍ରତିହତ କରିବା ଲାଗି ଭାରତ ଶ୍ରୀଲଙ୍କାକୁ ସମସ୍ତ ପ୍ରକାରର ସହଯୋଗ ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ସୁନିଶ୍ଚିତ କରାଇଥିଲେ ।

ଅର୍ଥନୈତିକ କାର୍ଯ୍ୟକଳାପ ପୁନଃପ୍ରଚଳନ କରିବା ଦିଗରେ ତାଙ୍କ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ରାଷ୍ଟ୍ରପତି ରାଜପକ୍ଷ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କାରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ସହାୟତା ବିକାଶ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଉଭୟ ନେତା ସହମତ ହୋଇଥିଲେ ଭାରତୀୟ ବେସରକାରୀ କ୍ଷେତ୍ର ଦ୍ୱାରା ଶ୍ରୀଲଙ୍କାରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା

ଶ୍ରୀଲଙ୍କାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଥିଲେ ।

 

**********


(रिलीज़ आईडी: 1626448) आगंतुक पटल : 402
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam