ଭୂବିଜ୍ଞାନ ମନ୍ତ୍ରଣାଳୟ

ଭାରତୀୟ ପାଣିପାଗ ବିଭାଗର ୱେବସାଇଟ୍ http://mausam.imd.gov.inରେ ଉପଲବ୍ଧ 7ଟି ସେବାକୁ ଉମଙ୍ଗ ପ୍ଲାଟଫର୍ମରେ ଅନବୋର୍ଡ କରାଗଲା

Posted On: 22 MAY 2020 2:33PM by PIB Bhubaneshwar

ୟୁନିଫାଏଡ୍ ମୋବାଇଲ୍ ଆପ୍ଲିକେସନ ଫର ନ୍ୟୁ-ଏଜ ଗଭର୍ଣ୍ଣାନ୍ସ (UMANG) ଉମଙ୍ଗକୁ ପୃଥ୍ବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ. ରାଜୀବନ, ଆଇଏମଡିର ମହାନିର୍ଦ୍ଦେଶକ ଡକ୍ଟର ଏମ.ମହାପାତ୍ର ଏବଂ ଏନଇଡିଜିର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ  ଶ୍ରୀ ଅଭିଷେକ ସିଂଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି

ଉମଙ୍ଗ ହେଉଛି ଭାରତ ସରକାରଙ୍କର ସବୁକିଛିର ସମାବେଶ,ଏକକ, ଏକୀକୃତ, ସୁରକ୍ଷିତ, ମଲ୍ଟି-ଚ୍ୟାନେଲ, ମଲ୍ଟି-ପ୍ଲାଟଫର୍ମ, ମଲ୍ଟି-ଭାଷା, ମଲ୍ଟି-ସର୍ଭିସ୍ ମୋବାଇଲ୍ ଆପ୍, ଯାହା ବିଭିନ୍ନ ସଂଗଠନ (କେନ୍ଦ୍ର ଏବଂ ରାଜ୍ୟ) ର ଗୁରୁତ୍ୱପୂର୍ଣ୍ଣ ସେବାକୁ ପହଞ୍ଚାଇବାରେ ଏକ ଶକ୍ତିଶାଳୀ ବ୍ୟାକ୍-ଏଣ୍ଡ୍ ପ୍ଲାଟଫର୍ମ ଦ୍ୱାରା ସକ୍ଷମ ହୋଇଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2017ରେ ଉମଙ୍ଗ ଆପ୍ ଲଞ୍ଚ କରି ସମସ୍ତ ସରକାରୀ ସେବାକୁ ଏକ ମୋବାଇଲ୍ ଆପ୍ ଉମଙ୍ଗ ଆପକୁ ଆଣିଥିଲେ। ଏହାର ଲକ୍ଷ୍ୟ ଥିଲା ନାଗରିକଙ୍କ ମୋବାଇଲ୍ ଫୋନରେ ସରକାରଙ୍କୁ ସୁଗମ୍ର ଭାବେ ଉପଲବ୍ଧ କରାଇବା।
127 ବିଭାଗ ଏବଂ 25ଟି ରାଜ୍ୟରୁ ୟୁଟିଲିଟି ପେମେଣ୍ଟ ସହିତ ପ୍ରାୟ 660 ସେବା ଏଥିରେ ଉପଲବ୍ଧ କରାଇବା ଏବଂ ଏହା ମଧ୍ୟକୁ ଆହୁରି ଅନେକ କାର୍ଯ୍ୟକ୍ରମକୁ ଆଣିବାକୁ ଯୋଜନା କରାଯାଇଛି
ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆଧାର କରି ପାଣିପାଗ ପୂର୍ବାନୁମାନ ଏବଂ ଚେତାବନୀ ସେବାରେ ଉନ୍ନତି ଆଣିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ନିକଟ ଅତୀତରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ଏହି ପଦକ୍ଷେପକୁ ଆହୁରି ବୃଦ୍ଧି କରିବା ପାଇଁ "ଉମଙ୍ଗ ଆପ୍" ବ୍ୟବହାର କରିବାକୁ ଆଇଏମଡି (IMD) ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ  ବ୍ୟବହାର କରିଥିଲା

ଆଇଏମଡି(IMD)ର ୱେବସାଇଟ୍ http://mausam.imd.gov.in ରେ ଉପଲବ୍ଧ ନିମ୍ନଲିଖିତ 7 ଟି ସେବା ଉମାଙ୍ଗ ଆପ୍ଲିକେସନରେ ରଖାଯାଇଛି:

ସାମ୍ପ୍ରତିକ ପାଣିପାଗ : ବର୍ତ୍ତମାନର ତାପମାତ୍ରା, ଆର୍ଦ୍ରତା, ପବନର ବେଗକୁ ନେଇ ଦିନକୁ 8 ଥର, 150 ସହର ପାଇଁ ପରାମର୍ଶକୁ ଅପଡେଟ କରାଯାଉଛି। ସୂର୍ଯ୍ୟୋଦୟ / ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ର ଉଦୟ / ଅସ୍ତ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି

ନାଓକାଷ୍ଟ : ଆଇଏମଡିର ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର  ଦ୍ଵାରା‌ ଭାରତର ପ୍ରାୟ 800 ଷ୍ଟେସନ୍ ଏବଂ ଜିଲ୍ଲା ପାଇଁ IMD ସ୍ଥାନୀୟ ପାଣିପାଗ ବିଷରେ  ତିନି ଘଣ୍ଟାରେ ପାଣିପାଗ ସମ୍ବନ୍ଧୀୟ ଘଟଣା ଏବଂ ଏହାର ତୀବ୍ରତାର ଚେତାବନୀ ଦିଆଯାଉଛିଗମ୍ଭୀର ପାଣିପାଗ କ୍ଷେତ୍ରରେ, ଏହାର ପ୍ରଭାବ ଓ ଚେତାବନୀକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ସହର ପୂର୍ବାନୁମାନ: ଭାରତର ପ୍ରାୟ 450 ସହରରେ ଗତ 24 ଘଣ୍ଟା ଏବଂ 7 ଦିନ ପାଇଁ ପାଣିପାଗ ପରିସ୍ଥିତି ପୂର୍ବାନୁମାନ କରାଯାଉଛି

ବର୍ଷା ସୂଚନା: ଅଖିଳ ଭାରତୀୟ ଜିଲ୍ଲା ବୃଷ୍ଟିପାତ ସୂଚନା ଦୈନିକ, ସାପ୍ତାହିକ, ମାସିକ ଏବଂ ସମନ୍ୱିତ କ୍ରମରେ ଉପଲବ୍ଧ

ପର୍ଯ୍ୟଟନ ପୂର୍ବାନୁମାନ: ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାରତର ପ୍ରାୟ 100ଟି ସହରର ଗତ 24 ଘଣ୍ଟା ଏବଂ 7 ଦିନର ପାଣିପାଗ ଅବସ୍ଥାର ପୂର୍ବାନୁମାନ କରାଯାଉଛି

ଚେତାବନୀ: ଆସୁଥିବା ବିପଦପୂର୍ଣ୍ଣ ପାଗ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା ପାଇଁ ସତର୍କ ସୂଚନା ଜାରି କରାଯାଉଛି ଏହି ଆଲର୍ଟଗୁଡିକ ରଙ୍ଗ କୋଡ୍ ରେ ଦିଆଯାଇଥାଏ। ଲାଲ୍, କମଳା ଏବଂ ହଳଦିଆ ହେଉଛି ସତର୍କ ସ୍ତର, ଯେଉଁଥିରୁ ଲାଲ୍ ସବୁଠାରୁ ଭୟଙ୍କର ବର୍ଗ ଅଟେ ଆଗାମୀ ପାଞ୍ଚ ଦିନ ପାଇଁ ସମସ୍ତ ଜିଲ୍ଲାକୁ ଦିନକୁ ଦୁଇଥର ସୂଚନା ଜାରି କରାଯାଇଥାଏ।

ଘୂର୍ଣ୍ଣିବଳୟ: ବାତ୍ୟା ସମ୍ବନ୍ଧୀୟ ଚେତାବନୀ ଏବଂ ସତର୍କତା ଏକ ସାମୁଦ୍ରିକ ଝଡ଼ର ଗତି ଏବଂ ଅବସ୍ଥାନ ଏବଂ ଉପକୂଳ ଅତିକ୍ରମ କରିବାର ସମ୍ଭାବ୍ୟ ସମୟ ଓ ସ୍ଥାନ ବିଷୟରେ ସୂଚନା ଉପଲବ୍ଧ ହୋଇଥାଏ
ପ୍ରଭାବ ଭିତ୍ତିକ ଚେତାବନୀ ଅଞ୍ଚଳ / ଜିଲ୍ଲା ଅନୁଯାୟୀ ଜାରି କରାଯାଇଥାଏ, ଯାହା ଦ୍ବାରା ଅସୁରକ୍ଷିତ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ଉପଯୁକ୍ତ ପ୍ରସ୍ତୁତି କରାଯାଇ ପାରିବ।

 ଏହି ଆପ୍ ଡାଉନଲୋଡ୍ ପାଇଁ ନିମ୍ନଲିଖିତ ଲିଙ୍କଗୁଡ଼ିକ ଉପଲବ୍ଧ:

 1. ୱେବ୍: https://web.umang.gov.in/web/#/

 2.ଆଣ୍ଡ୍ରଏଡ୍: https://play.google.com/store/apps/details? id= in. gov. umang.negd.g2c

3. ଆଇଓଏସ: https://apps.apple.com/in/app/umang/id123644 8857

*****


(Release ID: 1626264) Visitor Counter : 242