ଅର୍ଥ ମନ୍ତ୍ରଣାଳୟ

ଗତ ଏପ୍ରିଲ ପହିଲା ସୁଦ୍ଧା 26,242 କୋଟି ଟଙ୍କା ସିବିଡିଟି ଦ୍ଵାରା ଫେରସ୍ତ

ପୋଷ୍ଟ କରାଯିବା ଦିନାଙ୍କ: 22 MAY 2020 3:15PM by PIB Bhubaneswar

ଏପ୍ରିଲ ପହିଲାରୁ 21 ମେ’ ମଧ୍ୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) 16,84,298 ଜଣ କରଦାତାଙ୍କୁ 26,242 କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରିଛି । ଏହି ସମୟ ମଧ୍ୟରେ 14,632 କୋଟି ଟଙ୍କା 15,81,906 ଜଣ କରଦାତାଙ୍କୁ ଆୟକର ରିଫଣ୍ଡ ପ୍ରଦାନ କରାଯାଇଥିବା ବେଳେ 1,02,392 ଜଣ କରଦାତାଙ୍କୁ 11,610 କୋଟି ଟଙ୍କାର ବାଣିଜ୍ୟିକ କର ରିଫଣ୍ଡ ଆକାରରେ ପ୍ରଦାନ କରାଯାଇଛି ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଦ୍ଵାରା ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନା ଘୋଷଣା ପରେ ଏହି ରିଫଣ୍ଡ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି । ସିବିଡିଟି 16 ମେ’ ସୁଦ୍ଧା 2050.61 କୋଟି ଟଙ୍କା 37,531ଜଣ ଆୟକର ଦାତାଙ୍କୁ ରିଫଣ୍ଡ କରିଥିବା ବେଳେ 2,878ଜଣ ବାଣିଜ୍ୟିକ କରଦାତାଙ୍କୁ 867.62 କୋଟି ଟଙ୍କା ରିଫଣ୍ଡ କରିଛି । ମେ’ 17 ରୁ 21 ମଧ୍ୟରେ 1,22,764 ଜଣ ଆୟକର ଦାତାଙ୍କୁ 2672.97 କୋଟି ଟଙ୍କା ଏବଂ 33,774 ବାଣିଜ୍ୟିକ କରଦାତାଙ୍କୁ 6714.34 କୋଟି ଟଙ୍କା ରିଫଣ୍ଡ କରାଯାଇଛି ।

 

**********


(ରିଲିଜ ଆଡି: 1626182) ପରିଦର୍ଶକ କାଉଣ୍ଟର : 278