ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ପୋଷ୍ଟ କରାଯିବା ଦିନାଙ୍କ: 21 MAY 2020 5:46PM by PIB Bhubaneshwar

କୋଭିଡ-19 ପରିଚାଳନା ତଥା ଲକଡାଉନ କାର୍ଯ୍ୟକାରିତାକୁ ନେଇ ସରକାରଙ୍କ କେତେକ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହୋଇଛି

ଲକଡାଉନର ଅବଧିକୁ ସଫଳତାର ସହିତ ପରିଚାଳନା କରାଯିବା ସହ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଏପର୍ଯ୍ୟନ୍ତ 45,299 ଜଣ ଆରୋଗ୍ୟ ଲାଭ କରିଛନ୍ତି ଯାହାକି ଶତକଡା 40.32 ପ୍ରତିଶତ ଆଜିସୁଦ୍ଧା 26,15,920 ନମୁନା ପରୀକ୍ଷା କରାଯାଇଥିବା ବେଳେ କେବଳ ଗତ 24 ଘଣ୍ଟା ମଧ୍ୟରେ 555 ପରୀକ୍ଷାଗାରରେ 1,03,532 ନମୁନା ପରୀକ୍ଷା କରାଯାଇଛି । ଭାରତୀୟ ଭେଷଜ ଗବେଷଣା ପରିଷଦ, ନୂଆଦିଲ୍ଲୀ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ରୋଗ ନିୟନ୍ତ୍ରଣ ବିଭାଗ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହ ମିଶି ଦେଶରେ ଗୋଷ୍ଠୀଭିତ୍ତିକ ସାର୍ସ କୋଭିଡ-2ର ସର୍ଭେ ଆକଳନ କରୁଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ 3,027ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଏବଂ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଚିହ୍ନଟ କରାଯାଇଛି । 2.81 ଲକ୍ଷ ଏକାନ୍ତବାସ ଅତିରିକ୍ତ ଶଯ୍ୟା, 31,250 ଆଇସିୟୁ ଏବଂ 1,09,888 ଅମ୍ଳଜାନ ଯୋଗାଣକାରୀ ଶଯ୍ୟା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲଗୁଡିକରେ ବ୍ୟବସ୍ଥା କରାଯାଇଛି । ଏଥିସହ ଭାରତ ସରକାର 65 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ 101.07 ଲକ୍ଷ ଏନ-95 ମାସ୍କ ରାଜ୍ୟଗୁଡିକୁ ଯୋଗାଇଦେଇଛନ୍ତି । ଦେଶରେ ଦିନକୁ ପାଖାପାଖି 3 ଲକ୍ଷ ଲେଖାଏଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ଏନ-95 ମାସ୍କ ତିଆରି ହେଉଛି, ଯାହାକି ଆଗରୁ ହେଉନଥିଲା ।

କୋଭିଡ-19ର ମୁକାବିଲା ପାଇଁ ସରକାର ପ୍ରତ୍ୟେକ ସ୍ତରରେ ସଂକ୍ରାମକ ରୋଗ ତତ୍ଵବିତମାନଙ୍କ ସହ ଆଲୋଚନା କରୁଛନ୍ତି ଭାରତୀୟ ଭେଷଜ ପରିଷଦ (ଆଇସିଏମଆର) ଦ୍ଵାରା ଗଠିତ କୋଭିଡ-19 ଜାତୀୟ ଟାସ୍କ ଫୋର୍ସ ଗତ ମାର୍ଚ୍ଚ ମାସ ମଧ୍ୟଭାଗରୁ ଏପର୍ଯ୍ୟନ୍ତ 20ଟି ବୈଠକ କରି ଏହି ବୈଶ୍ଵିକ ମହାମାରୀ ରୋକିବା ଦିଗରେ ଆବଶ୍ୟକ ବୈଷୟିକ ଓ ବୈଜ୍ଞାନିକ ପରାମର୍ଶ ମାନ ଦେଉଛନ୍ତି ।

ଜବାହର ଲାଲ ନେହରୁ ଅଗ୍ରଣୀ ବିଜ୍ଞାନ ଗବେଷଣା କେନ୍ଦ୍ର ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରତିଷ୍ଠାନ ଓ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ସହ ମିଶି ଏହି ରୋଗର ବିଭିନ୍ନ ପ୍ରତିଷେଧକ ସମ୍ପର୍କରେ ପରାମର୍ଶମାନ ଦେଉଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆହୋରାତ୍ର କାର୍ଯ୍ୟକରି ନୂତନ ନମୁନା ପରୀକ୍ଷଣ କିଟ୍ସ, ଶ୍ଵାସକ୍ରିୟା ଯନ୍ତ୍ରପାତି ଓ ବ୍ୟକ୍ତିଗତ ସୁରକ୍ଷା ଯନ୍ତ୍ରପାତି ସମ୍ପର୍କରେ ଉଦ୍ଭାବନ ନେଇ ପ୍ରୟାସ କରୁଛନ୍ତି । ଭାରତୀୟ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରନାଳୟ ଏବଂ ଏହାର ଆନୁଷଙ୍ଗିକ ବିଭାଗମାନ ମିଶି କୋଭିଡ-19 ଗବେଷଣା, ରୋଗ ନିରୂପଣ, ଭାକ୍ସିନ, ଆଧୁନିକ ଥେରାପି ଇତ୍ୟାଦି ନେଇ ଗବେଷଣା ଜାରି ରଖିଛନ୍ତି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଭଳି ବିଭିନ୍ନ ନୀତି ଘୋଷଣା ଯୋଗୁଁ ପ୍ରବାସୀ ଶ୍ରମିକ, ବୁଲା ବିକାଳି, ପ୍ରବାସୀ ସହରାଞ୍ଚଳ ଗରିବ, ଖୁଚୁରା ବ୍ୟବସାୟୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦୁଖ କଷ୍ଟ ଅନେକ ପରିମାଣରେ ଲାଘବ କରାଯାଇପାରିଛି ।  କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳର ଗରିବ ବ୍ୟକ୍ତିବିଶେଷଙ୍କ ପାଇଁ କମ ଭଡାରେ ରହିବା ପାଇଁ ଯୋଜନା ଘୋଷଣା କରିଛନ୍ତି କମ ଭଡାଯୁକ୍ତ ଘର ପ୍ରବାସୀ ଶ୍ରମିକ, ସହରାଞ୍ଚଳ ଗରିବ ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜୀବନମାନ ଓ ସାମାଜିକ ସୁରକ୍ଷା ପ୍ରଦାନ କରିପାରିବ ସରକାରୀ ଓ ଘରୋଇ ଭାଗିଦାରୀତାରେ ଭଡାଘର ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା କରାଯାଇପାରିବ ।

 

**********


(ରିଲିଜ ଆଡି: 1625849) ପରିଦର୍ଶକ କାଉଣ୍ଟର : 287
ଏହି ରିଲିଜ ପଢନ୍ତୁ : English , Urdu , Manipuri , Punjabi , Gujarati , Telugu , Kannada