ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ଲକଡାଉନ କଟକଣାକୁ ବାଦ ଦିଆଗଲା : କେନ୍ଦ୍ର ଗୃହମନ୍ତ୍ରୀ
ପରୀକ୍ଷା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ ବିଭିନ୍ନ ବୋର୍ଡ
ସ୍ଵାସ୍ଥ୍ୟ/ସ୍ଵଚ୍ଛତା ନିୟମ ପାଳନ ବାଧ୍ୟତାମୂଳକ
प्रविष्टि तिथि:
20 MAY 2020 5:01PM by PIB Bhubaneshwar
ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ହିତକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ଲକଡାଉନ କଟକଣାରୁ ବାଦ ଦେବାକୁ ନିର୍ଣ୍ଣୟ ନିଆଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଲକଡାଉନ କଟକଣା ଯୋଗୁ ବିଭିନ୍ନ ବିଦ୍ୟାଳୟ ଖୋଲିବା ନିଷିଦ୍ଧ ହୋଇଥିବା କାରଣରୁ ସିବିଏସଇ/ଆଇସିଏସଇ/ରାଜ୍ୟ ଶିକ୍ଷା ବୋର୍ଡଗୁଡ଼ିକ ଦ୍ଵାରା ଆୟୋଜିତ ହେଉଥିବା ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ ହୋଇଥିଲା। ଏହି ବୋର୍ଡ ପରୀକ୍ଷା ପୁନଃ ଆୟୋଜନ କରିବା ଲାଗି ସିବିଏସଇ ଏବଂ ରାଜ୍ୟ ସରକାରମାନଙ୍କ ଠାରୁ ଅନୁରୋଧ କରାଯାଉଥିଲା।
ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ କଟକଣାକୁ କୋହଳ କରିବା ଲାଗି ନିଷ୍ପତ୍ତି ନିଆଯିବା ସହିତ ପରୀକ୍ଷା ପରିଚାଳନା ନିମନ୍ତେ ନିମ୍ନୋକ୍ତ ନିୟମ ପାଳନ କରିବା ଲାଗି କୁହାଯାଇଛି :
- କଣ୍ଟେନମେଣ୍ଟ ଜୋନରେ କୌଣସି ପରୀକ୍ଷା କେନ୍ଦ୍ର ପାଇଁ ଅନୁମତି ମିଳିବ ନାହିଁ।
- ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
- ସମସ୍ତ ପରୀକ୍ଷା କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଅବଲମ୍ବନ କରାଯିବ।
- ବିଭିନ୍ନ ବୋର୍ଡ ପକ୍ଷରୁ ଆୟୋଜନ କରାଯାଉଥିବା ପରୀକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ପରୀକ୍ଷା ସୂଚୀ ନିର୍ଦ୍ଧାରିତ ହେବା ଆବଶ୍ୟକ
- ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ନେବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ଵାରା ସ୍ଵତନ୍ତ୍ର ବସ ବ୍ୟବସ୍ଥା କରାଯିବ ।
ସରକାରୀ ସୂଚନା ନିମନ୍ତେ ଏଠାରେ କ୍ଲିକ କରନ୍ତୁ।
********
(रिलीज़ आईडी: 1625548)
आगंतुक पटल : 321
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
हिन्दी
,
Marathi
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada