ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଜେଇଇ ମେନ୍‌ ଏବଂ ଏନଇଇଟି, 2020 ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶୁଭାରମ୍ଭ କଲେ ଏଆଇ କ୍ଷମତାଯୁକ୍ତ ମୋବାଇଲ ଆପ

• ଜାତୀୟ ଟେଷ୍ଟିଂ ଏଜେନ୍ସିଙ୍କ ଦ୍ୱାରା ପରୀକ୍ଷା ସକାଶେ ଛାତ୍ରଛାତ୍ରୀମାନେ ଏହି ନୂତନ ମୋବାଇଲ ଆପ ମାଧ୍ୟମରେ ମକ ଟେଷ୍ଟ ଦେଇପାରିବେ

ପୋଷ୍ଟ କରାଯିବା ଦିନାଙ୍କ: 19 MAY 2020 8:08PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜିଜାତୀୟ ଟେଷ୍ଟ ଅଭ୍ୟାସନାମକ ଏକ ନୂତନ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତିଏହି ଆପକୁ ଏନଟିଏ ଦ୍ୱାରା ବିକାଶ ଘଟାଯାଇଛି ଯାହାକି ପରୀକ୍ଷାଥୀମାନଙ୍କୁ ଆଗାମୀ ଜେଇଇ ମେନ ଏବଂ ଏନଇଇଟି ପାଇଁ ମକ ଟେଷ୍ଟ ଦେବାରେ ସହାୟକ ହୋଇପାରିବଏହି ଦୁଇଟି ପରୀକ୍ଷା ଏନଟିଏ ପରିଚାଳିତ ପରୀକ୍ଷାଏହି ଆପର ଶୁଭାରମ୍ଭ କରାଯିବାର ଉଦ୍ଦେଶ୍ୟ ହେଉଛି ପରୀକ୍ଷାର୍ଥୀମାନଙ୍କୁ ଅତି ଉଚ୍ଚ ମାନର ମକ ଟେଷ୍ଟ ଦେବାର ସୁଯୋଗ ପ୍ରଦାନ କରିବାକରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ ଯୋଗୁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନିର୍ଦ୍ଧାରିତ ଅବଧି ପୂର୍ବରୁ ବନ୍ଦ ହୋଇଯିବା ଯୋଗୁ ଛାତ୍ରଛାତ୍ରୀମାନଙ୍କୁ ସହ୍ୟ କରିବାକୁ ପଡ଼ିଥିବା କ୍ଷତିର ପରିପୂରଣ ସକାଶେ ଏଭଳି ବ୍ୟବସ୍ଥା କରାଯାଇଛିକରୋନା ସଂକ୍ରମଣ ଯୋଗୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିଲାଫଳରେ ଏନଟିଏର ଟେଷ୍ଟ ପ୍ରାକ୍ଟିସ୍ସେଣ୍ଟର (TPC)ମାନ ମଧ୍ୟ ବନ୍ଦ ରଖାଯାଇଥିଲା

ଏହି ଆପ୍ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସୁଯୋଗ ଦ୍ୱାରା, ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ-ପରୀକ୍ଷାଥୀର୍ମନଙ୍କୁ ସେମାନଙ୍କର ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବାଲାଗି ଉପଯୁକ୍ତ ବ୍ୟବସ୍ଥା କରାଯାଇପାରିଛିକରୋନା ଯୋଗୁ ସର୍ବତ୍ର ସୃଷ୍ଟି ହୋଇଥିବା ଅଭୂତପୂର୍ବ ପରିସ୍ଥିତି ପରିପ୍ରେକ୍ଷୀରେ ବିଶ୍ୱବ୍ୟାପୀ ଜୀବନ ଶୈଳୀରେ ଆମୂଳଚୂଳ ପରିବର୍ତ୍ତନ ପରିଲକ୍ଷିତ ହେଇଛି

ଦେଶବ୍ୟାପୀ ଛାତ୍ରଛାତ୍ରୀମାନେ ଏହି ଆପକୁ ସହଜରେ ଆକସେସ୍କରିପାରିବେ ଏବଂ ଅତି ଉଚ୍ଚମାନର ମକ ଟେଷ୍ଟ ଦେଇପାରିବେ ଯାହାକି ସଂପୂର୍ଣ୍ଣ ଦେୟମୁକ୍ତସେମାନେ ଆଗାମୀ ଜେଇଇ, ଏନଇଇଟି ଏବଂ ଅନ୍ୟାନ୍ୟ ପ୍ରତିଯୋଗୀତାମୂଳକ ପରୀକ୍ଷା ନିମନ୍ତେ ଏହି ଆପରୁ ସମସ୍ତ ସୁବିଧା ଲପଲବ୍ଧ ହେବେଏହିସବୁ ମକ ଟେଷ୍ଟଗୁଡ଼ିକୁ ସହଜରେ ଡାଉନଲୋଡ଼ କରାଯାଇପାରିବସେସବୁକୁ ଅଫ ଲାଇନରେ ମଧ୍ୟ ସଂପୂର୍ଣ୍ଣ କରାଯାଇହେବତେଣୁ ଉପଲବ୍ଧ ଇଣ୍ଟରନେଟ୍ସେବାକୁ ମଧ୍ୟ ସ୍ୱଳ୍ପ ପରିମାଣରେ ବ୍ୟବହାର କରାଯାଇପାରିବ

ଏହି ଅବସରରେ ନିଜର ମତ ରଖି ମାନବ ସମ୍ବଳ ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଲେ ଯେଉପଯୁକ୍ତ ସମୟରେ ଏଭଳି ଆପର ଡିଜାଇନ୍ପ୍ରସ୍ତୁତ କରାଯାଇ ତାହା ଆରମ୍ଭ ହୋଇଛି ଯଦ୍ୱାରା କୌଣସି ଛାତ୍ରଛାତ୍ରୀ ଅଭ୍ୟାସ ଟେଷ୍ଟର ସୁଯୋଗ ଲାଭରୁ ବଂଚିତ ହେବେନାହିଁବିଶେଷ କରି କୋଭିଡ଼-19 ମହାମାରୀ ପରିସ୍ଥିତି ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ପୂର୍ବରୁ ବନ୍ଦ କରାଯାଇଥିବା ହେତୁ ଛାତ୍ରଛାତ୍ରୀମାନଙ୍କୁ ଯେଉଁ କ୍ଷତି ସହ୍ୟ କରିବାକୁ ପଡ଼ିଥିଲା ତାହା ଏହି ଆପ ମାଧ୍ୟମରେ ଭରଣା ହୋଇପାରିବଏନଟିଏ ଟେଷ୍ଟ ଅଭ୍ୟାସ କେନ୍ଦ୍ରଗୁଡ଼ିକୁ ମଧ୍ୟ ଲକଡାଉନ ଯୋଗୁ ବନ୍ଦ କରିବାକୁ ପଡ଼ିଥିଲା

ସ୍ମାର୍ଟ ଫୋନ୍କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଏହି ଆପ୍ରେ ଅଭ୍ୟାସ ଟେଷ୍ଟ ସାରା ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବସେଥିରେ କୌଣସି ପ୍ରକାର ଆକ୍ସେସ୍ଡ଼ିଭାଇନ୍କିମ୍ବା ନେଟୱାର୍କର ଗୁଣବତ୍ତା ସର୍ତ୍ତାବଳୀ ରଖାଯାଇନାହିଁଏହି ଆପର ଏକ ଅଫ ଲାଇନ ମୋଡ଼ ମଧ୍ୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନେ ଥରେ ମକ ଟେଷ୍ଟକୁ ଡାଉନଲୋଡ଼ କରିସାରିବା ପରେ ଇଣ୍ଟରନେଟ ସେବା ନଥିଲେ ମଧ୍ୟ ସେହି ଟେଷ୍ଟକୁ ଅଭ୍ୟାସ କରିପାରିବେଏହି ଆକ୍ଆଣ୍ଡ୍ରଏଡ଼ ଆଧାରିତ ସ୍ମାର୍ଟଫୋନରେ ଏବଂ ଟାବଲେଟରେ କାର୍ଯ୍ୟ କରିବ ଗୁଗଲ ପ୍ଲେ ଷ୍ଟୋରରୁ ମଧ୍ୟ ଡାଉନଲୋଡ଼ କରାଯାଇପାରିବଆଇଓଏସରେ ଖୁବ୍ଶୀଘ୍ର ଏହି ଆପ୍ଉପଲବ୍ଧ ହେବ

ଥରେ ଏହି ଆପକୁ ଛାତ୍ରଛାତ୍ରୀମାନେ ଡାଉନଲୋଡ଼ କଲେ, ସେମାନେ କେବଳ ସାଇନ୍ଅପ୍କିମ୍ବା ନିଜର କେତେକ ମୌଳିକ ବିବରଣୀ ପଂଜୀକୃତ କରି ସେମାନଙ୍କର ମାଗଣା ଆକାଉଣ୍ଟ ଖୋଲି ପାରିବେତାହା ପରେ ସେମାନେ ଏହି ମକ ଟେଷ୍ଟକୁ ସହଜରେ ଆକ୍ସେସ୍କରିପାରିବେସେଠାରୁ ସେମାନେ ନିଜ ନିଜର ଚୟନକୃତ ମକ ଟେଷ୍ଟକୁ ମାଗଣାରେ ଡାଉନଲୋଡ଼ କରିପାରିବେ

ଏନଟିଏ ପ୍ରତିଦିନ ଗୋଟିଏ ଲେଖାଏଁ ମକ ଟେଷ୍ଟ ଜାରି କରିବ ବୋଲି ସ୍ଥିର କରିଛି ଯାହାକି ଛାତ୍ରଛାତ୍ରୀମାନେ ଡାଉନଲୋଡ଼ କରି ତାହାକୁ ଅଫ ଲାଇନରେ ଅଭ୍ୟାସ କରିପାରିବେଥରେ ଏହି ଟେଷ୍ଟ ସଂପୂର୍ଣ୍ଣ ହେଲାପରେ, ସେମାନେ ପୁଣି ଅନ ଲାଇନକୁ ଯାଇ ତାହା ସବମିଟ୍କରିପାରିବେ ନିଜ ନିଜର ଫଳାଫଳ ଦେଖିପାରିବେମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପୋଖରିଆଲ୍କହିଛନ୍ତି ଯେଏହି ଆପର ଗୋଟିଏ ବଡ଼ ସୁବିଧା ହେଲା ଏହା ଯେ ଥରେ ଛାତ୍ରଛାତ୍ରୀମାନେ ଟେଷ୍ଟ ଡାଉନଲୋଡ଼ କଲାପରେ ତାହା ସଂପୂର୍ଣ୍ଣ ନିର୍ଭୁଲ ଭାବେ କାର୍ଯ୍ୟ କରିଥାଏ, ଏପରିକି ଇଣ୍ଟରନେଟ୍ସେବା ନଥିଲେ ସୁଦ୍ଧାତେଣୁ ଯେଉଁସବୁ କ୍ଷେତ୍ରରେ ବ୍ରଡ଼ବ୍ୟାଣ୍ଡର ଶକ୍ତି କମ୍ରହିଛି ସେଠାରେ ଥିବା ଛାତ୍ରଛାତ୍ରୀମାନଙ୍କର ମଧ୍ୟ ତାହା ଡାଉନଲୋଡ଼ କରିବାରେ କୌଣସି ସମସ୍ୟା ହେବନାହିଁଅନ୍ୟାନ୍ୟ ଯେକୌଣସି ଅନଲାଇନ୍ଟେଷ୍ଟ ପ୍ରସ୍ତୁତି ପରି ତାହା କରାଯାଇପାରିବଏହା ବ୍ୟତୀତ ଏନଟିଏ ମଧ୍ୟ ବିସ୍ତୃତ ସପୋର୍ଟ ସିଷ୍ଟମର ବିକାଶ ଘଟାଇଛି ଯାହା    http://nta.ac.in/abhyas/help.ରେ ଉପଲବ୍ଧଏନଟିଏ ଏହାର ଲାଇଭ ସପୋର୍ଟ ସିଷ୍ଟମକୁ ଦିନ 10ଟା ବେଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ପ୍ରଥମ ସାତଦିନ ରିଲିଜ୍କରିବ ଯଦ୍ୱାରା ସୁନିଶ୍ଚିତ ହୋଇପାରିବ ଯେ ଛାତ୍ରଛାତ୍ରୀମାନେ ଯେକୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଜଣାପଡ଼ିବ ଏବଂ ସକାରାତ୍ମକ ଭାବେ ତାହା ତତକ୍ଷଣାତ୍ସୁଧୁରା ଯାଇପାରିବ

ଗତ ବର୍ଷ ଠାରୁ ଇଡ଼ୁଟେକ୍ସେକ୍ଟର ଅନେକ ଅଭିନବତ୍ୱର ଆପଣାଇଛି ।  ବିଶେଷ କରି ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ସେଥି ମଧ୍ୟରେ ସର୍ବାଗ୍ରେ ରହିଛିଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ ଏବଂ ମେସିନ୍ଲର୍ଣ୍ଣିଂ ସେଥିରୁ ଅନ୍ୟତମତାହା ସରଳ ଡିଜିଟାଲ କଣ୍ଟେଣ୍ଟ ବିତରଣଠାରୁ ଢ଼େର ଆଗୁଆ ଭାବେ ଛାତ୍ରଛାତ୍ରୀମାନଙ୍କୁ ସହାୟକ ହୋଇପାରିଛିପ୍ରତ୍ୟେକ ଛାତ୍ରର ବିଶେଷତ୍ୱ ରହିଛି ଏବଂ ସେମାନେ ନିଜ ନିଜ ଗୁଣର ଅଧିକାରୀସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଗାଇଡ଼ାନ୍ସର ଆବଶ୍ୟକତା ରହିଛି ଯଦ୍ୱାରା ସେମାନଙ୍କ ଜ୍ଞାନ ଅର୍ଜନ କ୍ଷେତ୍ରରେ ଥିବା କମିକୁ ଭରଣା କରାଯାଇପାରିବଏନଟିଏର ମକ ଟେଷ୍ଟ ଆପ୍ରେ ଏଭଳି ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ବିସ୍ତୃତ ଭାବେ ବିଭାଜିତ କରାଯାଇଛି ଯାହା ମାଧ୍ୟମରେ ସେମାନେ ନିଜ ନିଜର ବ୍ୟକ୍ତିଗତ ଜ୍ଞାନ ଅର୍ଜନର ମାର୍ଗକୁ ଚୟନ କରିପାରିବେ ଏବଂ ପ୍ରବେଶିକା ପରୀକ୍ଷାରେ ଉତ୍ତମ ସ୍କୋର ଅର୍ଜନ କରିପାରିବେ

 

***********


(ରିଲିଜ ଆଡି: 1625434) ପରିଦର୍ଶକ କାଉଣ୍ଟର : 269