ଶକ୍ତି ମନ୍ତ୍ରଣାଳୟ

ଅମ୍ଫନ ବାତ୍ୟା ମୁକାବିଲା ପାଇଁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଯଥେଷ୍ଟ ବ୍ୟବସ୍ଥା

• ପୋସୋକୋର ଏନଏଲଡିସି ଏବଂ ଇଆରଏଲଡିସିକୁ ମୁଖ୍ୟ ନିୟନ୍ତ୍ରଣ କେନ୍ଦ୍ର ଭାବେ ଚୟନ କରାଗଲା
• ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଜରୁରିକାଳୀନ ପୁନରୁଦ୍ଧାର ବ୍ୟବସ୍ଥା ଓ ଯଥେଷ୍ଟ ମାନବ ସମ୍ବଳ ମୁତୟନ

Posted On: 19 MAY 2020 7:34PM by PIB Bhubaneshwar

ଆସନ୍ତାକାଲି ଅର୍ଥାତ 20.5.20 ଅପରାହ୍ଣରେ ଅମ୍ଫନ ମହାବାତ୍ୟା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସ୍ଥଳଭାଗରେ ମାଡ଼ ହେବାର ସମ୍ଭାବନା ରହିଛି ଏଥିଯୋଗୁ ପ୍ରଭାବିତ ହେବାକୁ ଥିବା  ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଯଥେଷ୍ଟ ବ୍ୟବସ୍ଥା/ପ୍ରସ୍ତୁତି କରାଯାଇଥିବା କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ଦୃଷ୍ଟି ରଖାଯାଇଛି ଏବଂ ସମସ୍ତ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ ସେମାନଙ୍କ ବିଦ୍ୟୁତ କମ୍ପାନୀ, ଜେନେରେଟର ଓ ବିତରଣ କମ୍ପାନୀ, ଗ୍ରୀଡ ଅପରେଟର ଓ ସାମଗ୍ରୀ ଯୋଗାଣ ଉତ୍ପାଦନକାରୀଙ୍କ ସହିତ ନିୟମିତ ସମନ୍ଵୟ ରକ୍ଷା କରାଯାଉଛି।

ପୋସେକୋର ନ୍ୟାସନାଲ ଲୋଡ ଡେସପ୍ୟାଚ ସେଣ୍ଟର (ଏନଏଲଡିସି) ଏବଂ ପୂର୍ବାଞ୍ଚଳ ଲୋଡ ଡେସପ୍ୟାଚ ସେଣ୍ଟର (ଇଆରଏଲଡିସି)କୁ ମୁଖ୍ୟ ନିୟନ୍ତ୍ରଣ କେନ୍ଦ୍ର ଭାବେ ଚୟନ କରାଯାଇଛି ଯେକୌଣସି ଜରୁରିକାଳୀନ ସ୍ଥିତିର ମୁକାବିଲା ନିମନ୍ତେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଶକ୍ତି ବିଭାଗର ବରିଷ୍ଠ ନୋଡାଲ ଅଧିକାରୀଙ୍କୁ ଚୟନ କରାଯାଇଛି। ବାତ୍ୟା କାରଣରୁ ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସହାୟତା କରିବା ଲାଗି ଏନଟିପିସି, ପିଜିସିଆଇଏଲ ଏବଂ ପୋସୋକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ଯେକୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ରହିଛନ୍ତି। ପିଜିସିଆଇଏ ଏବଂ ଏନଟିପିସି ପକ୍ଷରୁ ଭୁବନେଶ୍ଵର ଏବଂ କୋଲକାତା ଠାରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି। ସେହିପରି ମାନେସାରସ୍ଥିତ ମୁଖ୍ୟାଳୟ ଠାରେ ପିଜିସିଆଇଏଲ ପକ୍ଷରୁ ଆଉ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।

ଜାତୀୟ ଗ୍ରୀଡ ଅପରେଟର ପୋସୋକୋ ବାତ୍ୟାର ଗତିବିଧି ଉପରେ ନିରନ୍ତର ଦୃଷ୍ଟି ରଖିଛି। ଏନଲଡିସି ଏବଂ ଆରଏଲଡିସି ପକ୍ଷରୁ 17 ଓ 18 ତାରିଖରେ ଆଗୁଆ ମାର୍ଗଦର୍ଶିକା ଜାରି କରାଯାଇଛି। ଜରୁରିକାଳୀନ ପୁନରୁଦ୍ଧାର ବ୍ୟବସ୍ଥା ସହିତ ଯଥେଷ୍ଟ ମାନବ ସମ୍ବଳ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ମୁତୟନ କରାଯାଇଛି। ବାତ୍ୟା କାରଣରୁ ବିଦ୍ୟୁତ ସଞ୍ଚାର ବ୍ୟବସ୍ଥାରେ କୌଣସି ପ୍ରକାର କ୍ଷତିର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଜରୁରି ସରଞ୍ଜାମ, ପରିବହନ ସାମଗ୍ରୀ, ଡିଜି ସେଟ, ଟ୍ରାନ୍ସଫର୍ମର ତେଲ, ଜରୁରିକାଳୀନ ଆଲୋକ ଏବଂ ଅନ୍ୟ ଆବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ କରି ରଖାଯାଇଛି। ବିଦ୍ୟୁତ ଭିତ୍ତିଭୂମିରେ କୌଣସି ପ୍ରକାରର କ୍ଷୟକ୍ଷତି ଘଟିଲେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀଗୁନିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ।

 

***********

 



(Release ID: 1625225) Visitor Counter : 194