ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କୋଭିଡ-19 ମହାମାରୀ ସମୟରେ ଇପିଏଫ ସଦସ୍ୟତା ଦର 10% କୁ ହ୍ରାସ

• କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ହାତରେ ଅଧିକ ନଗଦ ଉପଲବ୍ଧ କରାଇଲା ଇପିଏଫଓ
• ପିଏମଜିକେୱାଇ ଅନ୍ତର୍ଗତ ସୁବିଧା ନେଇଥିବା ସଂସ୍ଥା, ସରକାରୀ କ୍ଷେତ୍ର ଓ ପିଏସଇଗୁଡ଼ିକ ପୁରୁଣା 12% ହାରରେ ସଦସ୍ୟତା ପ୍ରାପ୍ତ କରିବେ
• ହ୍ରାସ ପାଇଥିବା ଦର ମେ, ଜୁନ ଏବଂ ଜୁଲାଇ 2020 ମାସ ପାଇଁ ଲାଗୁ ହେବ

Posted On: 19 MAY 2020 6:32PM by PIB Bhubaneshwar

କୋଭିଡ-19 ସ୍ଥିତିକୁ ଆଖି ଆଗରେ ରଖି ଇପିଏଫ ଏବଂ ଏମପି ଆଇନ, 1952 ଅନୁଯାୟୀ ନିଯୁକ୍ତିଦାତା ଏବଂ କର୍ମଚାରୀମାନଙ୍କୁ ସୁବିଧା ଦେବା ଲାଗି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି।

ଆତ୍ମ ନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ ଭାରତ ସରକାରଙ୍କ ପକ୍ଷରୁ ଇପିଏଫ ଓ ଏମପି ଆଇନ, 1952 ଅନୁଯାୟୀ, ବାଧ୍ୟତାମୂଳକ ଇପିଏଫ ଯୋଗଦାନ ଦରକୁ 12% ରୁ 10%କୁ ହ୍ରାସ କରାଯାଇଛି ଏ ସଂକ୍ରାନ୍ତ ବିଜ୍ଞପ୍ତି ଇପିଏଫଓ ୱେବସାଇଟରେ ଉପଲବ୍ଧ ରହିଛି।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ଉଦ୍ୟୋଗ କିମ୍ବା ପ୍ରତିଷ୍ଠାନ କ୍ଷେତ୍ରରେ ହ୍ରାସ ପାଇଥିବା ଏହି ଦର ଲାଗୁ ହେବ ନାହିଁ। ଏହି ପ୍ରତିଷ୍ଠାନଗୁଡ଼ିକ ମୂଳ ଦରମା ଓ ମହଙ୍ଗା ଭତ୍ତାର 12%  ଯୋଗଦାନ ଜାରି ରଖିବେ।

ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଲାଭ ନେଇଥିବା ସଂସ୍ଥାଗୁଡ଼ିକ ମଧ୍ୟ ଏହି ଦର ହ୍ରାସର ଲାଭପାଇବେ ନାହିଁ। କାରଣ ଏସବୁ ସଂସ୍ଥା ପାଇଁ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ 12%  ଲେଖାଏଁ ଯୋଗଦାନ ଭାର କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେଏହି ସୁବିଧା ତିନି ମାସ ପାଇଁ

ମୂଳ ଦରମା ଏବଂ ମହଙ୍ଗା ଭତ୍ତାରେ ଇପିଏଫ ଯୋଗଦାନ ଦରକୁ 12% ରୁ 10%କୁ ହ୍ରାସ ଫଳରେ 4.3 କୋଟି କର୍ମଚାରୀ/ସଦ୍ୟ ଓ 6.5 ଲକ୍ଷ ପ୍ରତିଷ୍ଠାନର ନିଯୁକ୍ତିଦାତା ଲାଭାନ୍ୱିତ ହେବେ। ସଙ୍କଟ ସମୟରେ ସେମାନଙ୍କ ନିକଟରେ ଅଧିକ ଅର୍ଥ ଉପଲବ୍ଧ ହୋଇପାରିବ। କର୍ମଚାରୀମାନେ ଅଧିକ ଦରମା ଘରକୁ ନେଇପାରିବେ। ନିଯୁକ୍ତଦାତାଙ୍କ ଚାପ ମଧ୍ୟ ହ୍ରାସ ପାଇବ।

 

********



(Release ID: 1625221) Visitor Counter : 237