ରସାୟନ ଓ ସାର ମନ୍ତ୍ରଣାଳୟ

ଭିଡିଓ କନଫରେନ୍ସ ଜରିଆରେ ସାର ଉଦ୍ୟୋଗୀଙ୍କ ସହ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ମତ ବିନିମୟ

Posted On: 19 MAY 2020 6:04PM by PIB Bhubaneshwar

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡା ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀ, ସାର ବିଭାଗ ଅଧିକାରୀ, ଅଗ୍ରଣୀ ଚାଷୀ ଏବଂ ଅନ୍ୟାନ୍ୟ ସାର ଉଦ୍ୟୋଗୀମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ମତ ବିନିମୟ କରିଛନ୍ତି ଏହି ସମ୍ମିଳନୀରେ ସାର କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ବିଷୟରେ ଗୁରୁତ୍ୱପୂର୍ଣ୍ଣ ମତ ହାସଲ କରିଛନ୍ତି

ଶ୍ରୀ ଗୌଡା କହିଛନ୍ତି ଯେ, ସଂସ୍କାରଗୁଡିକ ନୀରବଚ୍ଛିନ୍ନ ପ୍ରକ୍ରିୟା ଓ ଦେଶର କୃଷକମାନଙ୍କୁ ସୁଲଭ ଦରରେ ସାର ଯୋଗାଇବାରେ ଅଧିକ ସହାୟକ ହେବ ଏଥିରେ ଅଂଶଗ୍ରହଣ କରିଥିବା ବିଭିନ୍ନ ବ୍ୟକ୍ତି ସେମାନଙ୍କ ମତାମତ ପ୍ରଦାନ କଲେ ସରକାର ନେଉଥିବା ସାର ସଂକ୍ରାନ୍ତ ନୀତିନିର୍ଦ୍ଧାରଣରେ ଏହା ସହାୟକ ହେବ । ଏହି ସମ୍ମିଳନୀରେ ସାର ବିଭାଗର ସଚିବ ଓ ଅତିରିକ୍ତ ସଚିବ, କେରଳ ଓ ଓଡିଶା ରାଜ୍ୟ ସରକାରଙ୍କ ଅଧିକାରୀ ଓ ବିଭିନ୍ନ ସାର କମ୍ପାନୀର ପ୍ରତିନିଧୀମାନେ ଯୋଗଦେଇଥିଲେ ।  

 

**********



(Release ID: 1625208) Visitor Counter : 193