ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ମେ 20, 2020ରେ ଲ୍ୟାଣ୍ଡଫଲ ହେବାକୁ ଥିବା ପ୍ରବଳ ଘୂର୍ଣ୍ଣିଝଡ ‘ଅମ୍ଫନ’ର ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ଏନସିଏମସି

Posted On: 18 MAY 2020 10:08PM by PIB Bhubaneshwar

କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ନେତୃତ୍ୱରେ ଜାତୀୟ ସଙ୍କଟ ପ୍ରବନ୍ଧନ କମିଟି (NCMC) ଦ୍ୱିତୀୟ ଥର ପ୍ରବଳ ଘୂର୍ଣ୍ଣିଝଡ ‘ଅମ୍ଫନ’ ମୁକାବିଲା ପାଇଁ ରାଜ୍ୟ କେନ୍ଦ୍ର ମନ୍ତ୍ରଣାଳୟ/ସଂସ୍ଥାଗୁଡିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତିଏହି ସୁପର ସାଇକ୍ଲୋନ ମେ 20 ଅପରାହ୍ନ/ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳରେ ପହଁଚିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛିଘଣ୍ଟାପ୍ରତି ପବନର ବେଗ 155ରୁ 165 କିଲୋମିଟର ରହିବପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି 185 କିଲୋମିଟର ହୋଇପାରେଏହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସହିତ ତୀବ୍ର ପବନ ଉଚ୍ଚ ଜୁଆର ଆସିପାରେ

ବାତ୍ୟାର ପ୍ରଭାବ ଓଡିଶାର ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ବାଲେଶ୍ୱର ତଥା ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଉତ୍ତର ଦକ୍ଷିଣ 24 ପ୍ରଗଣା, ହାୱଡା, ହୁଗଳି କୋଲକାତାରେ ପଡିପାରେବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସଂପୃକ୍ତ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏନସିଏମସିକୁ ଅବଗତ କରାଇଥିଲେପର୍ଯ୍ୟାପ୍ତ ଖାଦ୍ୟଶସ୍ୟ, ପିଇବା ପାଣି ଅନ୍ୟ ଜରୁରୀ ସାମଗ୍ରୀ ତଥା ସେବା ସେମାନଙ୍କ ନିକଟରେ ମହଜୁଦ ଥିବା ନେଇ ଅଧିକାରୀମାନେ ଆଶ୍ୱାସନା ଦେଇଛନ୍ତିଓଡିଶା ପଶ୍ଚିମବଙ୍ଗରେ ଏନଡିଆରଏଫର 26ଟି ଦଳ ମୁତୟନ ହୋଇଛିଅତିରିକ୍ତ ଏନଡିଆରଏଫ ଦଳ ସେସବୁ ରାଜ୍ୟକୁ ପଠାଯାଉଛିଦଳ ସହିତ ବୋଟ, ଗଛ କାଟିବା ଯନ୍ତ୍ର, ଟେଲିକମ ଯନ୍ତ୍ରପାତି ଆଦି ରହିଛିସ୍ଥଳ ନୈାସେନାର ଉଦ୍ଧାର ରିଲିଫ ଟିମ ସହିତ ନୌସେନା, ବାୟୁସେନା ତଟରକ୍ଷୀ ବାହିନୀର ଜାହାଜ ଏୟାରକ୍ରାଫ୍ଟଗୁଡିକ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବେରାଜ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡିକର ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରି କ୍ୟାବିନେଟ ସଚିବ ସମ୍ଭାବ୍ୟ ବାତ୍ୟା ପଥରେ ଥିବା ତଳିଆ ଅଂଚଳରୁ ଲୋକଙ୍କୁ ସଂପୂର୍ଣ୍ଣ ସ୍ଥାନାନ୍ତରଣ ସାଙ୍ଗକୁ ଖାଦ୍ୟ, ପାନୀୟ ଜଳ, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିବିଦ୍ୟୁତ ଟେଲିଯୋଗାଯୋଗ ସେବାରେ ବ୍ୟାଘାତ ଏଡାଇବା ପାଇଁ ସଂପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛିଲୋକଙ୍କୁ ସତର୍କ କରିବାକୁ ମାଗଣା ଏସଏମଏସ ଇଂଟ୍ରା ସର୍କଲ ରୋମିଂ ସେବା ଯୋଗାଇ ଦିଆଯାଇଛିମୁଖ୍ୟ ଶାସନ ସଚିବ, ଓଡିଶା ପଶ୍ଚିମବଙ୍ଗ ସରକାରଙ୍କ ପ୍ରମୁଖ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେସ୍ୱରାଷ୍ଟ୍ର, ପ୍ରତିରକ୍ଷା, ଜାହାଜ, ଶକ୍ତି, ଟେଲିଯୋଗାଯୋଗ, ସ୍ୱାସ୍ଥ୍ୟ, ଆଇଏମଡି, ଏନଡିଏମଏ ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଭାଗ ନେଇଥିଲେଏନସିଏମସି ମଙ୍ଗଳବାର ପୁଣି ଥରେ ବୈଠକ କରି ସ୍ଥିତି ସମୀକ୍ଷା କରିବ । 

 

*************

 



(Release ID: 1625124) Visitor Counter : 162